Babusaan ଙ୍କ ଫିଲ୍ମ ରେ ଗୀତ ଗାଇବେ କି ଶାନ୍ତନୁ କୁମାର,ଆସିଲେ ଏହି ବଡ ଖୁସି ଖବର,ଆପଣ ଜାଣିଲେ ହେଇଯିବେ ଖୁସି…ଦେଖନ୍ତୁ Video

Spread the love

ଓଡ଼ିଆ ଚ୍ୟାନେଲ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ସୋ “ଓଡ଼ିଶାର ନୂଆ ସ୍ୱର” ପ୍ରତିଯୋଗିତାରେ ଭାଗ ନେଇଥିବା ଶାନ୍ତନୁ ବର୍ତ୍ତମାନ ଓଡ଼ିଶାର ଘରେ ଘରେ କୁନି ବାବୁସାନ ନାମରେ ପରିଚିତ। ଲୋକମାନେ ତାଙ୍କୁ ଓଡ଼ିଶାରେ ଭାଇରଲ ବଏ ନାମରେ ଜାଣିଛନ୍ତି। ତାଙ୍କ ସ୍ୱର, କଣ୍ଠ, ତାଳ ଏବଂ ଲୟ ଦ୍ୱାରା ଲୋକମାନଙ୍କୁ ନିଜର କରିଥିବା ଶାନ୍ତନୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି। ତେବେ ଆସନ୍ତୁ ଜାଣିବା ଶିଶୁ କଣ୍ଠଶିଳ୍ପୀ ଶାନ୍ତନୁଙ୍କ ସମ୍ପର୍କରେ କିଛି ଅଜଣା କଥା।

ଭାଇରାଲ ବଏ ଶାନ୍ତନୁ ଅନେକ ଗୀତରେ ଗୀତ ଗାଇବା ସହିତ ନିଜେ ଅଭିନୟ ମଧ୍ୟ କରିଛନ୍ତି। ଏହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ତାଙ୍କର ଅନେକ ଗୀତ ୟୁଟୁବରେ ରିଲିଜ ହୋଇ ସାରିଛି। ଏଥିମଧ୍ୟରୁ “ବାଜିବ ଲୋ ଯୋଡି ମହୁରୀ” ହିଟ ହୋଇଛି। ଏହିପରି ଅନେକ କିଛି ଗୀତ ବର୍ତ୍ତମାନ ରିଲିଜ ହେବାକୁ ବାକି ମଧ୍ୟ ରହିଛି।

ସେ ବାବୁସାନଙ୍କ ଭଳି ଭବିଷ୍ୟତରେ ହିରୋ ହୋଇ ନିଜ ଚଳଚ୍ଚିତ୍ରରେ ନିଜେ କଣ୍ଠ ଦାନ କରିବାକୁ ମଧ୍ୟ ଇଚ୍ଛା ରଖିଛନ୍ତି। ସେଥିପାଇଁ ସେ ଓଲିଉଡରେ ବାବୁସନଙ୍କ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି। ଓଡ଼ିଆରେ ତାଙ୍କ ପସନ୍ଦିତ ଗାୟକ ହେଉଛନ୍ତି ହ୍ୟୁମାନ ସାଗର ଏବଂ ବାବୁସାନ ମହାନ୍ତି। ହିନ୍ଦୀରେ ତାଙ୍କ ପସନ୍ଦିତ ଗାୟକ ହେଉଛନ୍ତି କିଶୋର କୁମାର ଏବଂ ଅରିଜିତ ସିଂ।

ତାଙ୍କୁ ଯେତେବେଳେ ୩ ବର୍ଷ ବୟସ ହୋଇଥିଲା , ସେତେବେଳେ ଠାରୁ ସେ ଗୀତ ଗାଉଛନ୍ତି ଏବଂ ୪ ବର୍ଷ ବୟସରୁ ଗୀତ ମଧ୍ୟ ଶିଖୁଛନ୍ତି। ତାଙ୍କ ପସନ୍ଦିତ ଗୀତ ହେଉଛି – “କାଚ ଆଇନା ଟେ ଭାବି ଭାଙ୍ଗି ଦେଲ ମନ ମୋର।” ତାଙ୍କୁ ଇମୋସନାଲ ଗୀତ ଶୁଣିବାକୁ ଭଲ ଲାଗେ। ସାରା ଓଡିଶାବାସୀଙ୍କ ଶ୍ରଦ୍ଧା ଏବଂ ଭଲ ପାଇବା ତାଙ୍କ ସହ ରହିଛି।

Leave a Reply

Your email address will not be published. Required fields are marked *