ଜୁଲାଇ ୧୬ ପର୍ଯ୍ୟନ୍ତ ବଢିଲା ଲକଡାଉନ – କିନ୍ତୁ ଏହି ଜିଲ୍ଲାମାନଙ୍କରେ ହେଲା ଅଧିକ କଡା ନିୟମ – ଏହି ଜିଲ୍ଲାରେ ହେଲା ଅନଲକ

Spread the love

ମୁଖ୍ୟ ଶାସନ ସଚିବ ରାଜ୍ୟରେ ପରିବର୍ତ୍ତିତ ପରିସ୍ଥିତିକୁ ଦେଖି କିଛି ଜରିରି କାଳୀନ ଘୋଷଣା କରିଛନ୍ତି।ଯେଉଁଥିରେ ସେ ରାଜ୍ୟର ଜିଲ୍ଲା ଗୁଡିକରେ ଚାଲିଥିବା ଆଂଶିକ ଲକ ଡାଉନ ସମ୍ପର୍କରେ ଘୋଷଣା କରିଛନ୍ତି।ତେବେ ମୁଖ୍ୟ ଶାସନ ସଚିବ କଣ ଘୋଷଣା କରିଛନ୍ତି ଚାଲନ୍ତୁ ଆଲୋଚନା କରିବା।ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ଅନୁସାରେ ବର୍ତ୍ତମାନ ରାଜ୍ୟରେ ସଂକ୍ରମଣରେ ଯଥେଷ୍ଟ ହ୍ରାସ ପରିଲିଖିତ ହୋଇଛି।କିନ୍ତୁ ଏହାପରେ ମଧ୍ୟ ରାଜ୍ୟ ସରକାର ଅନଲକ ଉପରେ କୌଣସି ଅଚାନକ ନିଷ୍ପତି ନେବାକୁ ଚାହୁଁନାହାଁନ୍ତି।

ଯାହାଫଳରେ ରାଜ୍ୟରେ ଲକ ଡାଉନ ଜୁଲାଇ ୧୬ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି।ଏହା ସହିତ ଓଡ଼ିଶାରେ ଚାଲିଥିବା ଆଂଶିକ ଲକ ଡାଉନ କାଲି ସକାଳ ୫ ତ ସମୟରେ ଶେଷ ହେବାକୁ ଯାଉଛି।ଫଳରେ ଆଗାମୀ ଦିନରେ କିଭଳି ଭାବରେ ବଜାର ଚାଲୁ ରହିବ ସେ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି।ତେବେ ମୁଖ୍ୟ ଶାସନ ସଚିବ ରାଜ୍ୟର ସମସ୍ତ ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି।ଯେଉଁଥିରେ ପ୍ରଥମ ଭାଗରେ ୨୦ ଟି ଜିଲ୍ଲା ରଖାଯାଇଛି।

ଏହାସହିତ ବାକି ୧୦ ଟି ଜିଲ୍ଲାକୁ ଦିତୀୟ ଭାଗରେ ରଖାଯାଇଛି।ତେବେ ରାଜ୍ୟରେ ଗତ ଜୁନ ୧୭ ରୁ ଚାଲିଥିବା ଆଂଶିକ ଲକ ଡାଉନ ଫଳରେ ରାଜ୍ୟରେ ସଂକ୍ରମଣରେ କିଛି ହ୍ରାସ ଘଟିଛି।ଫଳରେ ରାଜ୍ୟ ସରକାର କିଛି ପରିବର୍ତ୍ତନର ନିଷ୍ପତି ନେଇଛନ୍ତି।ତେବେ ପ୍ରଥମ ଭାଗରେ ଥିବା ରାଜ୍ୟ ଗୁଡ଼ିକ ହେଉଛନ୍ତି ଅନୁଗୁଳ,ଢେଙ୍କାନାଳ,କେନ୍ଦୁଝର,ସୁନ୍ଦରଗଡ,ଝାରସୁଗୁଡ଼ା,ବରଗଡ଼,ସମ୍ବଲପୁର,ଦେବଗଡ଼,କଳାହାଣ୍ଡି,ବଲାଙ୍ଗୀର,ନୂଆପଡ଼ା,ସୁବର୍ଣ୍ଣପୁର,ଗଞ୍ଜାମ,ଗଜପତି,କନ୍ଧମାଳ,ବୌଦ୍ଧ,କୋରାପୁଟ, ନବରଙ୍ଗପୁର,ମାଲକାନଗିରି,ରାୟଗଡ଼ା।

ତେବେ ରାଜ୍ୟ ସରକାର ଏହି ସମସ୍ତ ଜିଲ୍ଲାରେ ସଂକ୍ରମଣରେ ହ୍ରାସ ପରିଲିଖିତ ହୋଇଥିବାରୁ ଏହି ସମସ୍ତ ୨୦ ଟି ଜିଲ୍ଲାରେ ଲକ ଡାଉନ ସମୟରେ ପରିବର୍ତ୍ତନ କରିଛନ୍ତି।ଏହି ସମସ୍ତ ଜିଲ୍ଲାରେ ଦିନ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସମସ୍ତ ବଜାର ଖୋଲା ରହିବାକୁ ସରକାର ନିଷ୍ପତି ନେଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି।ଏହି ସମସ୍ତ ଜିଲ୍ଲାରେ ସଂକ୍ରମଣରେ ହ୍ରାସ ଘଟିଛି।ଏହା ସହିତ ପ୍ରତି ୧୦୦ ଜଣଙ୍କୁ ପରୀକ୍ଷା କରାଗଲେ ସେମାନଙ୍କ ମଧ୍ୟରୁ ୫ ଜଣରୁ କମ ସଂକ୍ରମିତ ଚିହ୍ନଟ ହେଉଛନ୍ତି।ଫଳରେ ଏହି ସମସ୍ତ ଜିଲ୍ଲାରେ ଲକ ଡାଉନ କୋହଳ କରାଯାଇଛି।

ଏହା ସହିତ ଦିତୀୟ ଭାଗରେ ଥିବା ଜିଲ୍ଲା ଗୁଡ଼ିକ ହେଉଛି ନୟାଗଡ଼,ପୁରୀ,ଖୋର୍ଦ୍ଧା,କଟକ,କେନ୍ଦ୍ରାପଡ଼ା,ଜଗତସିଂପୁର, ଯାଜପୁର ,ବାଲେଶ୍ଵର,ଭଦ୍ରକ ଓ ମୟୂରଭଞ୍ଜ।ତେବେ ଏହି ସମସ୍ତ ଜିଲ୍ଲାରେ ସଂକ୍ରମଣର ହାର ୫ ପ୍ରତିଶତରୁ ଅଧିକ ରହିଛି।ଫଳରେ ଏଠାରେ ଆଂଶିକ ଲକ ଡାଉନ ସକାଳ ୬ ରୁ ଦିନ ୧ ପର୍ଯ୍ୟନ୍ତ ରହିବ ବୋଲି ଶାସନ ସଚିବ ଘୋଷଣା କରିଛନ୍ତି।ଏହା ସହିତ ପ୍ରଥମ ଭାଗରେ ଥିବା ଜିଲ୍ଲା ଗୁଡିକରେ ବସ ଓ ଅଟୋ ଚାଲି ପାରିବ ବୋଲି ଶାସନ ସଚିବ ଘୋଷଣା କରିଛନ୍ତି।ତେବେ ଏହି ସମସ୍ତ ଜିଲ୍ଲାରେ କିଛି ଦିନ ପାଇଁ କଟକଣା କୋହଳ ନ କରିବା ପାଇଁ ସରକାର ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *