ଆପଣଙ୍କ ପଞ୍ଚାୟତ କୁ ବାର୍ଷିକ କେତେ ଟଙ୍କା ଆସୁଛି – କେତେ ଖର୍ଚ ହୋଉଛି – ସଠିକ କାମ ହେଉଛି ନା ନାହିଁ ଏବେ ଜାଣିରଖନ୍ତୁ

Spread the love

ବନ୍ଧୁମାନେ ଆପଣ ଜାଣିଛନ୍ତି କି ଆପଣଙ୍କ ପଞ୍ଚାୟତକୁ ବର୍ଷକୁ କେତେ ଟଙ୍କା ଆସିଥାଏ। ତା ମଧ୍ୟରୁ କେତେ ଟଙ୍କା ଖର୍ଚ୍ଚ ହେଉଛି ଏବଂ ବାକି ଟଙ୍କା କୁଆଡେ ଯାଉଛି ଆପଣ ଏହା ଜାଣିବାକୁ ଚାହୁଁଛନ୍ତି କି।ତେବେ ଏହି ସବୁ ବିଷୟରେ ଜାଣିବାକୁ ଚାହୁଁଛନ୍ତି ଯଦି ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ପଢନ୍ତୁ।

ତେବେ ପ୍ରଥମେ ଆପଣ ଗୁଗଲରେ ଯାଇ ଇଗ୍ରାମ ସ୍ଵରାଜ ସର୍ଚ୍ଚ କରନ୍ତୁ।ତେବେ ସେଥିରେ ଯେଉଁ ପ୍ରଥମ ଲିଙ୍କଟି ଆସୁଛି ସେଥିରେ କ୍ଲିକ କରନ୍ତୁ।ତେବେ ତାହାକୁ କ୍ଲିକ କରିବା ପରେ ସେଠାରେ ପଞ୍ଚାୟତର ୱେବସାଇଟରେ ପହଞ୍ଚିବେ।ତେବେ ସେଠାରେ ତାଙ୍କର ସବୁ ରିପୋର୍ଟ ରହିଛି।ଆପଣ ଏହାକୁ ସବୁ ସ୍କ୍ରଲ କରି କରି ତଳକୁ ଯାଆନ୍ତୁ।ତେବେ ତଳକୁ ଗଲେ ସବୁଠୁ ତଳେ ପ୍ଲାନିଙ୍ଗ ଲେଖା ଯାଇଥିବ ତାହା ଉପରେ କ୍ଲିକ କରିବେ।

ଏହାକୁ କ୍ଲିକ କରିବା ପରେ ଆପଣଙ୍କର ପ୍ଲାନିଙ୍ଗ ଦ୍ୟାସବୋର୍ଡରେ ପହଞ୍ଚିବେ।ସେଠି ଆପଣ ପ୍ଲାନିଙ୍ଗ ଉପରେ କ୍ଲିକ କରିବେ।ସେଠାରେ ବହୁତ ଗୁଡାଏ ଲିଙ୍କ ଥିବ ତେବେ ତାହା ମଧ୍ୟରୁ ଆପଣଙ୍କୁ ତୃତୀୟ ଲିଙ୍କଟିକୁ କ୍ଲିକ କରିବାର ଅଛି।ଏହାକୁ କ୍ଲିକ କରିବା ପରେ ଏକ ପେଜ ଆସିବ ସେଥିରେ ଆପଣଙ୍କୁ ବର୍ଷ ବାଛିବାକୁ ପଡ଼ିବ।ଆପଣ ଯେଉଁ ବର୍ଷର ପଇସାର ହିସାବ ବିଷୟରେ ଜାଣିବାକୁ ଚାହୁଁଛନ୍ତି ସେହି ବର୍ଷକୁ ବାଛନ୍ତୁ।ଏହା ପରେ କ୍ୟାପଚା କୋଡ ପକାନ୍ତୁ।ଏହାପରେ ଆପଣ ଗେଟ ରିପୋର୍ଟ ଉପରେ କ୍ଲିକ କରନ୍ତୁ।

ଏହାପରେ ଏକ ପେଜରେ ପୁରା ସମ୍ପୂର୍ଣ୍ଣ ଲିଷ୍ଟ ଆସିଯିବ।ତେବେ ଏଠାରେ ୩ଟି ସ୍ତରର ରିପୋର୍ଟ ରହିଛି।ଜିଲ୍ଲା ସ୍ତର, ବ୍ଲକ ସ୍ତର ଓ ପଞ୍ଚାୟତ ସ୍ତର।ତେବେ ଆପଣ ତଳକୁ ଯାଇ ଆପଣ ଓଡ଼ିଶା ରାଜ୍ୟକୁ କ୍ଲିକ କରନ୍ତୁ।ଏହାପରେ ଏହାର ପର ପେଜରେ ଜିଲ୍ଲାର ଲିଷ୍ଟ ଆସିଯିବ।ସେଠାରେ ଆପଣ ଜିଲ୍ଲାକୁ ବାଛିବେ।ତେବେ ସିଧା ଜିଲ୍ଲା ଉପରେ କ୍ଲିକ ନକରି ସେଠି ପାଖରେ ଥିବା ବ୍ଲକ ନାମ ଦେଖନ୍ତୁ।ଆପଣଙ୍କ ବ୍ଲକ ପାଖରେ ଥିବା ସଂଖ୍ୟାରେ କ୍ଲିକ କରନ୍ତୁ।ଏହାପରେ ଆପଣଙ୍କ ବ୍ଲକର ସବୁ ପଞ୍ଚାୟତ ଆସିଯିବ।ଆପଣ ସେଠାରେ ଆପଣଙ୍କ ବ୍ଲକର ପଞ୍ଚାୟତଗୁଡ଼ିକର ନାମ ଲେଖା ଯାଇଥିବ।

ତେବେ ସେଠାରେ ଆପଣଙ୍କ ପଞ୍ଚାୟତର ପ୍ଲାନକୁ ଦେଖିବା ପାଇଁ ଭ୍ୟୁ ପ୍ଲାନରେ କ୍ଲିକ କରନ୍ତୁ।ତେବେ ସେହି ପେଜରେ ଆପଣ ସବୁ ବିବରଣୀ ଦେଖିପାରିବେ।ତେବେ ସେଠାରେ ୫ଟି ଭାଗ ଅଛି।ପ୍ରଥମ ଭାଗରେ ଯାଇ ଆପଣ ସେଠି ଆସିଥିବା ଟଙ୍କା ଓ ଖର୍ଚ୍ଚ କରା ଯାଇଥିବା ଟଙ୍କାର ପରିମାଣ ଆସିଯିବ।ତେବେ ଏହାର ଦ୍ଵିତୀୟ ଭାଗରେ ଆପଣ ଦେଖିପାରିବେ କେଉଁ ବିଭାଗରେ କେତେ ଟଙ୍କା ଖର୍ଚ୍ଚ କରାଯାଇଛି।ତେବେ ତୃତୀୟ ଭାଗରେ ଆପଣ କେଉଁଠୁ କେତେ ଟଙ୍କା ଆସିଛି ଜାଣିପାରିବେ।ତେବେ ଚତୁର୍ଥ ଭାଗରେ ଆପଣ ପୁରା ବିବରଣୀରେ ଦେଖି ପାରିବେ କେଉଁ ଯାଗାରେ କଣ ତିଆରି ହେଇ କେତେ ଟଙ୍କା ଯାଇଛି।ତେବେ ପଞ୍ଚମ ଭାଗରେ ଆପଣ ଏହି ସବୁ କାର୍ଯ୍ୟର ପ୍ରମାଣ ପତ୍ର ଭାବେ ସବୁ ରିପୋର୍ଟ ଦେଖିପାରିବେ।ତେବେ ଏହିଭଳି ଭାବରେ ଆପଣ ନିଜ ପଞ୍ଚାୟତକୁ ଆସୁଥିବା ଓ ଖର୍ଚ୍ଚ ହେଉଥିବା ପଇସା ବିଷୟରେ ଜାଣି ପାରିବେ।

Leave a Reply

Your email address will not be published. Required fields are marked *