ହଟାତ ଯେବେ ମାଟିତଳୁ ବାହାରିଲେ ମହାଦେବ – ଦେଖନ୍ତୁ ତା ପରେ କଣ ହେଲା ସାରା ଅଂଚଳ ରେ ଖେଳିଗଲା ଖୁସିର ମାହୋଲ – ଭଗବାନ ଙ୍କ ଉପରେ ବିଶ୍ୱାସ ଥିଲେ ନିଶ୍ଚୟ ପଢନ୍ତୁ

Spread the love

ବୈତରଣୀ ଓ ସାଳନ୍ଦୀ ନଦୀ ଦ୍ୱୟର ସଙ୍ଗମ ସ୍ଥଳରେ ବାବା ଆଖଣ୍ଡଳମଣୀ ସ୍ଥାପିତ ହୋଇଛନ୍ତି।ତତ୍କାଳୀନ ଜମିଦାର ନୀଳାଦ୍ରି ସମର ସିଂ ନିଜ ଜମିରେ ଅନନ୍ତ ନାମକ ଏକ ହଳୁଆକୁ ଆଦେଶ ଦେଇଥିଲେ।ଅନନ୍ତ ହଳ କରୁଥିବା ସମୟରେ ଅଚାନକ ଲଙ୍ଗଳର
ମୁନଟି ଏକ ବସ୍ତୁରେ ବାଜି ଭାଙ୍ଗି ଯାଇଥିଲା।ଫଳରେ ସେ ହଳ କାର୍ଯ୍ୟ ସେହିଠାରେ ବନ୍ଦ କରିଥିଲା।ଏହାପରେ ଅଚାନକ ଆକାଶରେ କଳା ବାଦଲ ଛାଇ ଗଲା।ଅଚାନକ ପ୍ରକୃତିର ଏପରି ପରିବର୍ତ୍ତନରେ ଆଶ୍ଚର୍ଯ୍ୟ ହୋଇ ସେ ସେହି ବସ୍ତୁଟି କଣ ଜାଣିବାକୁ ଇଚ୍ଛା ପ୍ରକାଶ କଲା।ଏହାପରେ ସେ ନିଜର ମାଟି ଖୋଲିବା ସାମଗ୍ରୀ ଆଣିବାକୁ ଗଲା।

ଏହାପରେ ସେ ସେହି ବସ୍ତୁର ଚାରିପାଖରୁ ମାଟି କାଢ଼ିବାକୁ ଲାଗିଲା।ଏହାପରେ ସେ ଦେଖିଲା ଏକ ଶିବ ଲିଙ୍ଗରୁ ରକ୍ତର ଧାର ବହରିଯାଇ ବୈତରଣୀ ନଦୀ ଆଡ଼କୁ ଚାଲି ଯାଉଛି।ଏହାପରେ ଅନନ୍ତ ତୁରନ୍ତ ଯାଇ ଜମିଦାରଙ୍କୁ ସମସ୍ତ କଥା ଜଣାଇଲା।ଏହାପରେ ଜମିଦାର ଗ୍ରାମର କିଛି ଲୋକଙ୍କୁ ନେଇ ସେହି ସ୍ଥାନରେ ପହଞ୍ଚିଲେ।ଏହାପରେ ବାବା ଆଖଣ୍ଡଳମଣି ସେହି ସ୍ଥାନରେ ଆ ଶବ୍ଦ ରଡ଼ି କରି ସେହି ସ୍ଥାନରେ ଉଭା ହେଲେ।ଆ ଶବ୍ଦ ରଡ଼ି କରିଥିବାରୁ ସେହି ସ୍ଥାନର ନାମ ଆରଡ଼ି ହୋଇଥିଲା।

ଏହାପରେ ସମସ୍ତେ ଦେଖିଲେ ସେହି ସ୍ଥାନରେ ଶିବ ଲିଙ୍ଗଙ୍କ ମୁଣ୍ଡରୁ ରକ୍ତର ଧାର ବାହାରୁଛି ଓ ସେଠାରେ ଶିବଙ୍କ ମସ୍ତକରୁ କ୍ଷୀର ବର୍ଷା ହେଉଛି ଓ ସେହି କ୍ଷୀରରେ ଏକ ନାଗ ଗାଧୋଉଥିବାର ସମସ୍ତେ ଦେଖିବାକୁ ପାଇଲେ।ଏହାପରେ ସେହିଦିନ ରାତିରେ ଜମିଦାରଙ୍କୁ ରାତିରେ ଏକ ସ୍ୱପ୍ନାଦେଶ ହେଲା କି ସେହି ସ୍ଥାନରେ ଆଖେଣ୍ଡଳେଶ୍ୱର ନାମରେ ଜଣେ ତପସ୍ୱୀ ଦ୍ଵାପର ଯୁଗରୁ ସମାଧିସ୍ଥ ଅବସ୍ଥାରେ ଥିଲେ।ସେହି ଲଙ୍ଗଳ ମୁନ ବାଜିବା ଫଳରେ ସେ ଶିବଲିଙ୍ଗ ରୂପରେ ଆବିର୍ଭାବ ହେଲେ।

ଏହାପରେ ସେହି ସ୍ଥାନରେ ନିକଟସ୍ଥ ଗ୍ରାମରୁ ପାଞ୍ଚଜଣ ବ୍ରାହ୍ମଣଙ୍କୁ ଶିବଲିଙ୍ଗର ପୂଜା କରିବା ପାଇଁ ଅଣାଗଲା।ଏହାପରେ ପ୍ରଥମେ ସେଠାରେ ଏକ ତାଳ ପତ୍ର ଛତା ତଳେ ବାବାଙ୍କର ପୂଜା କରାଯାଉଥିଲା।ଏହାପରେ ଜମିଦାର ଗ୍ରାମ ଲୋକଙ୍କ ସହାୟତାରେ ସେହି ସ୍ଥାନରେ ଏକ କାଠର ମନ୍ଦିର ନିର୍ମାଣ କଲେ।ଏହାପରେ ବାବା ଆଖଣ୍ଡଳମଣୀଙ୍କ ମହିମା ସାରା ଦେଶରେ ପ୍ରଚାର ହୋଇଗଲା।ଏହାପରେ ସେହି ସ୍ଥାନରେ ବାବା ଆଖଣ୍ଡଳମଣୀଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ଆସିଲେ।

ଏହାପରେ ସେହି ସ୍ଥାନରେ ବାବା ଆଖଣ୍ଡଳମଣୀଙ୍କର ପୂଜା ଅର୍ଚ୍ଚନା ସମ୍ପୂର୍ଣ୍ଣ ରୀତି ନୀତି ଅନୁସାରେ ହୋଇ ଆସୁଛ।ଏହାପରେ ଆମେ ସମସ୍ତେ ଜାଣୁ ବାବା ଆଖଣ୍ଡଳମଣୀ ନିଜର ଭକ୍ତ ମାନଙ୍କୁ କେବେ ମଧ୍ୟ ନିରାଶ କରନ୍ତି ନାହିଁ।ଏହା ସହିତ ବାବା ଆଖଣ୍ଡଳମଣୀ ପ୍ରତି ଦିନ ସକାଳ ୪.୩୦ ରେ ଶଯ୍ୟା ତ୍ୟାଗ କରିଥାନ୍ତି।କେବଳ ଗ୍ରୀଷ୍ମ ଋତୁରେ ବାବା ଆଖଣ୍ଡଳମଣୀ ସକାଳ ୪ ରେ ଶଯ୍ୟା ତ୍ୟାଗ କରନ୍ତି।ତେବେ ବାବା ଆଖଣ୍ଡଳମଣୀଙ୍କ କୃପା ଓ ମହିମା ଅପାର।ସେ କେବେ ମଧ୍ୟ ନିଜର ଭକ୍ତ ମାନଙ୍କୁ ନିରାଶ କରନ୍ତି ନାହିଁ।ସେ ନିଜ ଭକ୍ତଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି।

Leave a Reply

Your email address will not be published. Required fields are marked *