ଭଲ Order ଆସିବ ବୋଲି ଆଶାରେ ଅଛନ୍ତି ତପସ୍ୱିନୀ ଓ ପରିବାର,କିନ୍ତୁ ଏବେ ଏଭଳି ନୂଆ ସମସ୍ୟା ଆସିପାରେ..ଦେଖନ୍ତୁ Video

Spread the love

ଆମ ସହିତ ତପସ୍ୱିନୀ ଅଛନ୍ତି କଣ କହିବେ ୪୩ ଦିନ ହେବ ଧାରଣ ଜାରି ରହିଛି।ମୁଁ ଅପେକ୍ଷାରେ ଅଛି କାଲି ଦିନକୁ।କାଲି କଣ ଅର୍ଡର ମିଳିବ।ମାନ୍ୟବର କୋର୍ଟରୁ ମତେ କଣ ଅଫର ଆସିବ।ନ୍ୟାୟ ମିଳିବ କି ମିଳିବ ନାହିଁ।ଯଦି ନ୍ୟାୟ ମିଳିବ କଣ ନ୍ୟାୟ ମିଳିବ।ଅପେକ୍ଷାରେ ଅଛି କାଲି ହିଁ ଜଣା ପଡ଼ିବ।କାଲି ହିଁ ଏହାର ଫଳାଫଳ ଆସିବ ଯେ କଣ ମତେ ନ୍ୟାୟ ମିଳୁଛି ନ୍ୟାୟାଳୟ ତରଫରୁ।

ଯେତେବେଳେ ଆପଣ ଗୋଟିଏ ବଧୂ ବେଶ ସାଜି ଆସିଥିଲେ ତା ଭିତରେ ୪୩ ଦିନ ହୋଇଗଲାଣି।ଦେଢ଼ ମାସ ପାଖା ପାଖି ହୋଇଗଲାଣି।ଏହା ଭିତରେ ଅନେକ ନ୍ୟାୟ ମିଳିଛି।ଅନେକ ରାୟ ପ୍ରକାଶ ହୋଇଛି।କୋର୍ଟଙ୍କ ପାଖରେ ଯେବେ ପ୍ରଥମ ଅର୍ଡର ବାହାରିଥିଲା କି ଯାଇକି ମିଶିକି ଆସ୍କା ଚିନି ଫ୍ୟାକ୍ଟ୍ରିରେ ରହିବୁ।

ତା ପରେ ବି ଯେଉଁ ୩ଟି ଅର୍ଡର ମିଳିଥିଲା କି ଯେ ମୋ ସ୍ବାମୀ ଯେଉଁଠି ଜବ କରନ୍ତି ସେଠାରେ ସେ ଘର ଭଡ଼ା ନେଇ ମତେ ରଖିବେ।ମୋର ସବୁ ଦାୟିତ୍ଵ ନେବେ।କିନ୍ତୁ ସେହି ୩ଟି ଯାଙ୍କ ଅର୍ଡରକୁ ମୋ ସ୍ବାମୀ ସୁମିତ କୁମାର ସାହୁ ମାନିଲେ ନାହିଁ।ଯେହେତୁ ଉପର କୋର୍ଟକୁ ଏହି ଅଭିଯୋଗ କରାଯାଇଥିଲା ତାର କାଲି ଫଳାଫଳ ଅଛି।

ଭାବୁଛି ନିଶ୍ଚୟ ଅଲଗା କିଛି ଅର୍ଡର ଆସିପାରେ।ଆଉ କିଛି ଭଲ ଅର୍ଡର ଆସିବ ବୋଲି ଆଶା କରୁଛି।ଗୋଟିଏ ନାରୀ ବା ମହିଳା ହିସାବରେ ଆପଣ ୪୩ ଦିନ ଧରି ଅନବରତ ଧାରଣ ଦେଇଛନ୍ତି।ଆପଣଙ୍କୁ ଶହ ଶହ ଲୋକ ଦେଖୁଛନ୍ତି ହଜାର ହଜାର ଦର୍ଶକ ଦେଖୁଛନ୍ତି।ଆପଣଙ୍କ ଭିତରେ ଗୋଟିଏ ଶକ୍ତି ବା ଜିଦ ଅଛି କି ଯେ ନାଇଁ ମୁଁ ମୋ ହକ ପାଇବି।

ମୁଁ ଗୋଟିଏ କଥା କହିବି କି ମୁଁ ମୋ ଛାତିକୁ ପଥର କରି ଦେଇଛି। ମତେ ଲୋକ ଭଲ କୁହନ୍ତୁ ମୁଁ ତାକୁ ଗ୍ରହଣ କରିବି।ଲୋକ ମତେ ଖରାପ କହିଲେ ବି ମୁଁ ତାହା ଗ୍ରହଣ କରିବି।ମୁଁ ଯଦି ଲୋକ କଣ କହିବେ ସେଟା ଉପରେ ଦୃଷ୍ଟି ଦେଇଥାନ୍ତି ବୋଧ ହୁଏ ମୁଁ ଆଜି ଏଇଠି ନଥାନ୍ତି।ମୁଁ ଏଇଠି ବସିଛି ମୋର ଅଧିକାର ପାଇଁ।

ମୁଁ ଯେତିକି ନିର୍ଯାତନା ପାଇଛି ମୁଁ ଯେତିକି କଷ୍ଟ ପାଇଛି।ମୁଁ ତାହା ସବୁ ଭୁଲି ପାରୁ ନାହିଁ।ଆଜି ଯଦି ମୁଁ ଆଗେଇ ନ ଆସିଥାନ୍ତି ବୋଧ ହୁଏ ବହୁତ ଝିଅ ଏମିତି ଲୁଛି ବସିଛନ୍ତି।ତେବେ ତପସ୍ୱିନୀ କାହିଁକି ଆଗକୁ ଆସିଲା।ତପସ୍ୱିନୀ ପାଇଁ ୪୩ ଦିନ ହୋଇଗଲାଣି।ଯେହେତୁ ନ୍ୟାୟ ପାଇଁ ତପସ୍ୱିନୀ ମତେ ଦରକାର କରିଛି ମୁଁ ତାକୁ ମୋର ସଂପୂର୍ଣ୍ଣ ସହଯୋଗ କରିବି।

Leave a Reply

Your email address will not be published. Required fields are marked *