43 ଦିନର ଅପେକ୍ଷା ହେବ ଶେଷ,ଆଜି ଜଣ ପଡିବ ତପସ୍ୱିନୀ ରହିବେ କେଉଁଠି,ହେଲେ ତପସ୍ୱିନୀ କାହିଁକି କହିଲେ ମୋ ସପକ୍ଷରେ ରେ ନ ଆସୁ..ଦେଖନ୍ତୁ Video

Spread the love

ସ୍ବାମୀ ସ୍ତ୍ରୀଙ୍କୁ ମିଶେଇବା ଭଳି ରାୟ ଆସୁ।ଦୀର୍ଘ ଦିନର ବହୁ ଚର୍ଚ୍ଚିତ ମାମଲାରେ ପଡ଼ିବ କି ପୂର୍ଣ୍ଣଚ୍ଛେଦ।୪୩ ଦିନ ହୋଇଗଲାଣି ପଡ଼ି ରହିଛି ଧାରଣା।ଅପେକ୍ଷା ରହିଛି ଆସନ୍ତା କାଲିର।ଆସନ୍ତା କାଲି ଜିଲ୍ଲା କୋର୍ଟରେ କଣ ଆସିବ ରାୟ।ବହୁ ଚର୍ଚ୍ଚିତ ମାମଲା ନେବ କେଉଁ ମୋଡ଼।ପ୍ରାୟ ଦେଢ଼ ମାସ ତଳେ ଏ ଦୁଆର ମୁହଁକୁ ବଧୂ ବେଶ ସାଜି ଆସିଥିଲେ ବ୍ରହ୍ମପୁରର ତପସ୍ୱିନୀ।

ଦେଖୁ ଦେଖୁ ଏହା ଭିତରେ ୪୩ ଦିନ ବିତି ଗଲାଣି।କେତେ ଚର୍ଚ୍ଚା କେତେ ସମାଲୋଚନା।ସବୁ ପରେ ଏବେ ବି ନିଜ ଜିଦରେ ଅଟଳ ରହିଛନ୍ତି ତପସ୍ୱିନୀ।ସେମିତି ଜାରି ରଖିଛନ୍ତି ଧାରଣା।ନିଜ ଛାତିକୁ ପଥର କରି କେତେ ଅପବାଦ ଶୁଣି ସବୁ କଥାକୁ ଗ୍ରହଣ କରି ନ୍ୟାୟ ପାଇଁ ସେଇଠି ବସି ରୁହନ୍ତି ତପସ୍ୱିନୀ।ସେ ଘରୁ ପାଇଥିବା ନିର୍ଯାତନାକୁ କେବେ ବି ଭୁଲି ପାରିବି ନାହିଁ।

ଏହି ସମାନ କଥା ଦୋହରାଇ ସେ କହିଛନ୍ତି ସ୍ବାମୀଙ୍କ ଛଡା ବାକି ସମସ୍ତେ ତାଙ୍କୁ ନିର୍ଯାତନା ଦେଇଛନ୍ତି।ତଥାପି ମୁଁ ଚାହୁଁଛି ମୁଁ ମୋ ସ୍ଵାମୀଙ୍କ ସହ ରହିବି।ସେ କହିଛନ୍ତି କି ଆଉ ନ୍ୟାୟ ମିଳିବ ବୋଲି। ଏଇଟା ମୁଁ କହୁନି କି ମୋ ସପକ୍ଷରେ ରାୟ ମିଳିଲେ ରାୟ।ମୁଁ ଚାହୁଁଛି ଆମ ସ୍ବାମୀ ସ୍ତ୍ରୀଙ୍କୁ ମିଶେଇଲା ଭଳି କିଛି ନ୍ୟାୟ ମିଳୁ।

ସେପଟେ ଦିନକୁ ଦିନ ଭାଇରାଲ ହେଉଥିବା ଗୋଟିଏ ଅଡିଓ ରେକର୍ଡ ତା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ତପସ୍ୱିନୀ।କାଲି ଦିନଟି ପାଖରେ ଅଛି।ଯେ କାଲି କଣ ଅର୍ଡର ମିଳିବ। କୋର୍ଟରୁ କଣ ମତେ ଅର୍ଡର ଆସିବ।ନ୍ୟାୟ ମିଳିବ କି ମିଳିବ ନାହିଁ ଯଦି ନ୍ୟାୟ ମିଳିବ ତେବେ କଣ ନ୍ୟାୟ ମିଳିବ।ଅପେକ୍ଷାରେ ଅଛି କାଲି ସବୁ ଜଣା ପଡିବ।

କାଲି ହିଁ ଏହାର ଫଳାଫଳ ଆସିବ।କଣ ମତେ ନ୍ୟାୟ ମିଳିବ ନ୍ୟାୟାଳୟ ତରଫରୁ।ଆଜିକୁ ୪୩ ଦିନ ପୁରି ଗଲାଣି ହେଲେ ଧାରଣ ଜାରି ରଖିଛନ୍ତି ତପସ୍ୱିନୀ। ବ୍ରହ୍ମ ନଗରର ନିଜ ଶଶୁର ଘର ଦାଣ୍ଡ ଦୁଆରେ ଏବେ ବି ତପସ୍ୱିନୀ ଓ ସମାଜ ସେବୀ ପ୍ରମିଳା ତ୍ରିପାଠୀ ଧାରଣାରେ ଅଛନ୍ତି।ଆଜିକୁ ଆମେ ୪୩ ଦିନ ବସିଛୁ।

ଶୀତ କାକର ବର୍ଷାରେ ଆମେ ବସିଛୁ।ଯେହେତୁ ତପସ୍ୱିନୀକୁ ନ୍ୟାୟ ଦରକାର।ତା ପାଇଁ ମୁଁ ସବୁ ସହଯୋଗ କରିବି।ମୋ ପାଖରେ ବହୁତ ଝିଅ ବହୁତ ବୁଢ଼ା ବୁଢୀଙ୍କ କେଶ ଆସି ପହଞ୍ଚିଛି।ସେଥି ପାଇଁ ମୁଁ ଅପେକ୍ଷା କରି ବସିଛି।ତେବେ ଆସନ୍ତା କାଲି ଜିଲ୍ଲା କୋର୍ଟରୁ ରାୟ ପ୍ରକାଶ ପାଇବ।ଏହି ରାୟ କଣ ଆସିବ ଓ ଏଥିରେ କିଏ ନ୍ୟାୟ ପାଇବ ତା ଉପରେ ରହିଛି ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *