ଭାରତର କିଛି ଅଶ୍ଚର୍ଯ୍ୟମୟ ସ୍ଥାନ – ଏଭଳି ସ୍ଥାନ ଦେଖିଲେ ଆପଣଙ୍କ ମନରେ ସ୍ୱତଃ Bhagban ଙ୍କ ପ୍ରତି ପ୍ରେମ ଆସିଯିବ

Spread the love

ଆମ ଦେଶ ଭାରତ ଅନେକ ପ୍ରକାରର ଆଶ୍ଚର୍ଯ୍ୟର ଭଣ୍ଡାର ଅଟେ।ତେବେ ଆମେ ବର୍ତ୍ତମାନ ଭାରତର କିଛି ଏପରି ସ୍ଥାନ ବିଷୟରେ ଆଲୋଚନା କରିବା।ଯେଉଁ ସ୍ଥାନ ବିଷୟରେ ଆପଣ ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ କି ବାସ୍ତବରେ କଣ ଆମ ଦେଶରେ ଏପରି କିଛି ସ୍ଥାନ ଥାଇ ପାରେ।ପ୍ରଥମ ସ୍ଥାନ:- ଉତ୍ତର ପ୍ରଦେଶର ଏକ ସ୍ଥାନ ରହିଛି ଯେଉଁଠାରେ ଅନେକ ଗୁଡ଼ିଏ କଙ୍କଡା ବିଛା ରହୁଛନ୍ତି।କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହା କି ସେଠାକୁ ଯାଉଥିବା କୌଣସି ଭକ୍ତ ମାନଙ୍କୁ ସେହି ବିଛା ମାନେ କୌଣସି ପ୍ରକାରର କ୍ଷତି ପହଞ୍ଚାଇ ନଥାନ୍ତି।ଏହା ସହିତ ସେହି ସ୍ଥାନରେ ଉତ୍ତର ଭାରତର ଏକ ମହାତ୍ମା ସମାଧି ନେଇଥିବା କଥା ଅନେକ ଲୋକ ବିଶ୍ୱାସ କରିଥାନ୍ତି।ଏହା ସହିତ ସେହି ବିଛା ମାନଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଆପଣ ଚାହିଁଲେ ନିଜ ଘରକୁ ନେଇ ପାରିବେ।କିନ୍ତୁ ସଠିକ ସମୟ ପୂର୍ବରୁ ଆପଣ ଯଦି ସେମାନଙ୍କୁ ସେମାନଙ୍କର ସ୍ଥାନରେ ନ ଛାଡ଼ିବେ ତେବେ ସେମାନେ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି।

ଦିତୀୟ ସ୍ଥାନ:- ହମ୍ପି ଠାରେ ଥିବା ବିଷ୍ଣୁଙ୍କ ମନ୍ଦିର।ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କର ଅଦ୍ଭୁତ ପୂର୍ବ ଚମତ୍କାର ଦେଖିବାକୁ ମିଳେ।ଏପରି ଖବର ଆସେ କି ଏହି ମନ୍ଦିରରେ ଥିବା ଖମ୍ବ ଗୁଡିକରେ ଆପଣ ଯଦି ହାତ ବାଡେଇବେ ତେବେ ଏହା ଆପଣଙ୍କୁ ମୂର୍ଦଙ୍ଗ ବାଜିବା ପରି ଶବ୍ଦ ସୁଭାଜିବ।ତେବେ ଏହା ଏପରି ହେବାର କାରଣ ଆଜି ପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକ ମାନେ ଜାଣି ପାରି ନାହାଁନ୍ତି।ଇଂରେଜ ମାନେ ଏହା ସମ୍ପର୍କରେ ଜାଣିବା ପରେ ଏହାର ଅନୁସନ୍ଧାନ କରିବା ପାଇଁ ଦୁଇଟି ଖମ୍ବକୁ କାଟି ଦେଇଥିଲେ ମାତ୍ର ଏହା ପରେ ମଧ୍ୟ ସେମାନେ ଏହା ବିଷୟରେ କିଛି ଜାଣି ପାରି ନଥିଲେ।

ତୃତୀୟ ସ୍ଥାନ:- ତେବେ ଆମ ଦେଶରେ ମହାରାଷ୍ଟ୍ର ରାଜ୍ୟର ଏକ ସ୍ଥାନ ରହିଛି ଯେଉଁଠାରେ ଏପରି ଏକ ପଥର ରହିଛି ଯାହାକୁ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ହାତରେ ଉଠାଇ ପାରନ୍ତି ନାହିଁ।ଏହାକୁ କେବଳ ଆପଣ ନିଜର ଆଙ୍ଗୁଠି ସାହାଯ୍ୟରେ ଉଠାଇ ପାରିବେ।ଏହାର କାରଣ ସମ୍ପର୍କରେ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ଜାଣି ପାରନ୍ତି ନାହିଁ।ଏହା ସହିତ ଏହି ସ୍ଥାନକୁ ଆସୁଥିବା ସମସ୍ତ ଲୋକମାନେ ଏହି ପଥରକୁ ଉଠାଇବାକୁ ନିଜର ସମସ୍ତ ଶକ୍ତି ଲାଗାଇ ଥାଆନ୍ତି ମାତ୍ର ସେମାନେ ଏହି ପଥରକୁ ଉଠାଇ ପାରନ୍ତି ନାହିଁ।

ଚତୁର୍ଥ ସ୍ଥାନ:- ଆନ୍ଦ୍ରପ୍ରଦେଶର କୁର୍ନଲ ଜିଲ୍ଲାରେ ଏପରି ଏକ ମନ୍ଦିର ରହିଛି ଯାହାର କାହାଣୀ ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।କାରଣ ଏହି ମନ୍ଦିରରେ ଭଗବାନ ଶିବଙ୍କର ଯେଉଁ ବାହନ ନନ୍ଦୀ ରହିଛନ୍ତି ତାଙ୍କର ମୂର୍ତ୍ତିର ଆକାର ଧୀରେ ଧୀରେ ବଢ଼ିବାରେ ଲାଗିଛି।ମନ୍ଦିର ପ୍ରଶାସନର କହିବା ଅନୁସାରେ ସେହି ମୂର୍ତ୍ତିର ଆକାର ବର୍ତ୍ତମାନ ଏତେ ମାତ୍ରାରେ ବଢ଼ିବାରେ ଲାଗିଛି ଯାହା ଫଳରେ ମନ୍ଦିର ପ୍ରଶାସନକୁ ସେଠାରେ ଥିବା ଏକ ଖମ୍ବକୁ ବାହାର କରିବାକୁ ପଡିଛି।

ପଞ୍ଚମ ସ୍ଥାନ:- ତେବେ ତାମିଲନାଡୁର ଏକ ଗ୍ରାମରେ ଭଗବାନ ଶିବଙ୍କ ମନ୍ଦିରରେ ଏପରି ଏକ ଘଟଣା ହେଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା।ତେବେ ମନ୍ଦିରର ପୂଜାରୀ ପ୍ରତିଦିନ ଦେଖିଲେ କି ପାଖ ବେଲ ଗଛରୁ ପ୍ରତିଦିନ ଏକ ନାଗ ସାପ ଏକ ବେଲପତ୍ର ଆଣି ଭଗବାନ ଶିବଙ୍କୁ ଅର୍ପଣ କରୁଛି।ଏହା ଦେଖିବା ପରେ ସେଠାରେ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

Leave a Reply

Your email address will not be published. Required fields are marked *