ସୋମ୍ୟ ଦେହାନ୍ତ ମାମଲାକୁ ହେଲାଣି 61 ଦିନ,ଏବେ ନିଜ ଆଖିରେ ଦେଖିଥିବା ସାକ୍ଷୀ ସାଙ୍ଗ ଏସିଏଫ ଭାସ୍କର Rao କହିବ ସବୁ ସତ ଘଟଣା,କାହିଁକି ସେ ଏବେ ସନ୍ଦେହ ଘେର ରେ

Spread the love

ଏବେ ପୁଣି ଥରେ ଜେରା କରିବ କ୍ରାଇମ ବ୍ରାଞ୍ଚ ସୌମ୍ୟଙ୍କ ସାକ୍ଷୀ ମାନଙ୍କୁ।ପୋଲିସ ଓ କ୍ରାଇମ ବ୍ରାଞ୍ଚ ଆଗରେ ଦେଇଥିବା ବୟାନର ଚାଲିଛି ତର୍ଜମା।ବୟାନରେ ତାଳ ମେଳ ନ ରହିଲେ ପୁଣି ସମସ୍ତଙ୍କୁ ଜେରା।ଜଗୁଆଳିଙ୍କ ବୟାନ ଓ ମୃତ୍ୟୁ କାଳୀନ ଜମାନ ବନ୍ଦୀକୁ ବି ନେଇ ଚାଲିଛି ତର୍ଜମା।ଏପଟେ ସୌମ୍ୟ ମୃତ୍ୟୁ ମାମଲା ନେଇ ପୁଣି ପ୍ରଶ୍ନ ଉଠାଇଲେଣୀ ସାମାଜିକ କର୍ମୀ।

ଦିନକୁ ଦିନ ବୁଢିଆଣୀ ଜାଲ ପରି ଛନ୍ଦି ହୋଇଯାଉଥିବା ସୌମ୍ୟ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରୁଛି।ପ୍ରତିଦିନ ଘଟଣାର ମୋଡ଼ ପରିବର୍ତ୍ତନ ହେଉଛି।ତେବେ ୟା ଭିତରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି।ଯାହା ହେଉଛି ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଯେଉଁମାନେ ଜେରା ହୋଇଥିଲେ ସେମାନଙ୍କୁ ପୁଣି ଥରେ ଜେରା କରିପାରେ କ୍ରାଇମ ବ୍ରାଞ୍ଚ।ତଦନ୍ତ ବେଳେ ଯେଉଁ ସାକ୍ଷୀ ଓ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇଛି ତାକୁ ନେଇ ଏବେ ତର୍ଜମା ଚାଲିଛି।

କାରଣ ପୂର୍ବରୁ ସେମାନେ ପୋଲିସ ଜେରାର ବି ସମ୍ମୁଖୀନ ହୋଇଥିଲେ ଏବଂ ପରେ କ୍ରାଇମ ବ୍ରାଞ୍ଚ ଜେରାର।ଏହି ଦୁଇଟି ଜେରାର ସେମାନେ ଯେଉଁ ବୟାନ ଦେଇଛନ୍ତି ସେଥିରେ ତାଳ ମେଳ ରହୁଛି କି ନାହିଁ ତାକୁ ନେଇ ଚାଲିଛି ତର୍ଜମା।ଯଦି ବ୍ୟକ୍ତିଙ୍କ ବୟାନରେ ତାଳ ମେଳ ନ ରୁହେ ସେମାନଙ୍କୁ ପୁଣି ଥରେ ଜେରାର ସମ୍ମୁଖିନ କରାଯିବ ବୋଲି କ୍ରାଇମ ବ୍ରାଞ୍ଚ ଅଫିସ ପକ୍ଷରୁ ସୂଚନା ମିଳିଛି।

ଏହା ବ୍ୟତୀତ କିଛି ଦିନ ତଳେ ଜଗୁଆଳି ଦେଇଥିବା ବୟାନକୁ ନେଇ ମଧ୍ୟ ତଦନ୍ତ ହୋଇପାରେ।ସେପଟେ ଏହି ମାମଲାରେ କେନ୍ଦ୍ର ମାନବାଧିକାର କମିଶନଙ୍କ ନିକଟରେ ସଂପୂର୍ଣ୍ଣ ମାମଲାର ତଥ୍ୟ ଦାଖଲ କରିଛନ୍ତି ଭାରତୀୟ ବିକାଶ ପରିଷଦର ସଭାପତି ସୁବ୍ରତ ଦାସ।ସେ କହିଛନ୍ତି କି କିଛି ଦିନ ତଳେ ବହୁତ ଗଣ ମାଧ୍ୟମରେ ଦେଖିବାକୁ ପାଇଲି ଏ ସି ଏଫ ସୌମ୍ୟ ରଞ୍ଜନ ଙ୍କର ମୃତ୍ୟୁ ହୋଇଛି।

ତାଙ୍କ ବାପା ମା ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି।କିନ୍ତୁ କ୍ରାଇମ ବ୍ରାଞ୍ଚ ଓ ପୋଲିସ ସଠିକ ତଦନ୍ତ କରୁନାହାନ୍ତି।ଗତ ୨୩ ତାରିଖ ଦିନ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲି।ନିର୍ଦ୍ଦେଶ ଦିଆଯାଇଥିଲା କି ୬ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ମାନବାଧିକାର ଙ୍କ ନିକଟରେ ଦାଖଲ କରିବା ପାଇଁ।

ମତେ ବି ଚିଠି ଆସିଥିଲା କି ଯଦି ଆପଣଙ୍କ ପାଖରେ କିଛି ପ୍ରମାଣ ଅଛି ତାହେଲେ ତାକୁ ସେଠାରେ ଉପସ୍ଥାପନ କରନ୍ତୁ।ମୁଁ ଆଜି ୧୧ଟି ତଥ୍ୟ ସୌମ୍ୟ ମୃତ୍ୟୁ ମାମଲାରେ କମିଶନଙ୍କ ନିକଟରେ ଦାଖଲ କରିଛି।ଏହା ସହ ମାନ୍ୟବର କମିଶନଙ୍କୁ ନିବେଦନ କରିଛି କି ଏହି ମୃତ୍ୟୁ ମାମଲାରେ ଶୀଘ୍ର ଓ ସଠିକ ତଦନ୍ତ କଲେ ସବୁ ସତ୍ୟା ସତ୍ୟ ଜଣା ପଡ଼ିବ।ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ମଧ୍ୟ ସୌମ୍ୟ ଙ୍କ ପରିବାରକୁ ନ୍ୟାୟ ଦେଇ ପାରିଲେ ନାହିଁ। ସେଥି ପାଇଁ ସୋମ୍ୟଙ୍କ ବାପା ଜଣେ ବରିଷ୍ଠ ମନ୍ତ୍ରୀଙ୍କ ନାମ ନେଇଥିଲେ କିନ୍ତୁ ସେ ମନ୍ତ୍ରୀ ଆଜି ପର୍ଯ୍ୟନ୍ତ ତଦନ୍ତ ପରିସରକୁ ଆସିଲେ ନାହିଁ।

Leave a Reply

Your email address will not be published. Required fields are marked *