ମାଡିଆସିଲା ଆଉ ଏକ ବଡ ଧାରଣ ର ଭୟଙ୍କର ଲଘୁଚାପ,Odisha ମୁଁହା ଆସିଗଲା ଲଘୁଚାପ, 3 ଓ 4 ତାରିଖ ରେ ଏହି ଜିଲ୍ଲାମାନଙ୍କରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଢାଳିବ

Spread the love

ପାଣିପାଗ ବିଭାଗ ଭୁବନେଶ୍ବର ତରଫରୁ ଏହା ସୂଚନା ମିଳୁଛି କି ଆଗାମୀ ଦୁଇଦିନ ଧରି ଓଡ଼ିଶାର ଅନେକ ଜିଲ୍ଲାରେ ଦିନବେଳା ବର୍ଷା ହେବାର ସମ୍ଭାବନା କମ ରହିଛି।ଏହା ସହିତ ରାତି ସମୟରେ କିଛି କିଛି ବର୍ଷା ହେବାର ସମ୍ଭାବନା ରହିଛି।ଏହା ସହିତ ଓଡ଼ିଶାର କିଛି ଅଞ୍ଚଳରେ ବର୍ତ୍ତମାନ ବର୍ଷାର ପରିମାଣ କମ ରହିଛି।ଯାହାର ଫଳ ସ୍ୱରୂପ ଏହା କୃଷି କାର୍ଯ୍ୟ ପାଇଁ ବଡ଼ ବାଧା ଉତ୍ପନ୍ନ କରୁଛି।ତେବେ କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ପରିମାଣର ବର୍ଷା ହେଉନାହିଁ।ଯାହା ବର୍ତ୍ତମାନ ଅନେକ ଲୋକଙ୍କ ପାଇଁ 3କ ବହୁତ ବଡ଼ ଚିନ୍ତାର କାରଣ ହୋଇଛି।

ଏହା ସହିତ ବର୍ତ୍ତମାନ ଓଡ଼ିଶାରେ ଆଗାମୀ ଦୁଇଦିନ ପରେ ଅର୍ଥାତ ୪ ତାରିଖ ପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଏହା ସହିତ ଏହାର ପ୍ରଭାବରେ କୃଷି କାର୍ଯ୍ୟ ଉପରେ କିଛି ମାତ୍ରାରେ ଭଲ ପ୍ରଭାବ ପଡିପାରେ ବୋଲି ଅନୁମାନ କରା ଯାଉଛି।ଏହା ସହିତ ଆଗକୁ ବର୍ଷାର ପରିମାଣରେ ବୃଦ୍ଧି ଘଟିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଅଳ୍ପ ଅଳ୍ପ ପରିମାଣରେ ବର୍ଷା ହେଉଛି।ମାତ୍ର ଆଗକୁ ଏହି ବର୍ଷାର ପରିମାଣରେ ଅନେକ ବୃଦ୍ଧି ଦେଖାଯିବ।ଏହା ସହିତ ଆଗାମୀ ୪ ତାରିଖ ପରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବହୁତ ଭଲ ବର୍ଷା ହେବ।ଯାହା କୃଷି କାର୍ଯ୍ୟ ପାଇଁ ଅନେକ ମାତ୍ରାରେ ସାହାଯ୍ୟ କରିପାରେ।ଏହା ସହିତ ଆଗକୁ ବର୍ଷାର ପରିମାଣରେ ବୃଦ୍ଧି ହେବାର ଥିବାରୁ ସରକାର ବନ୍ୟା ସମ୍ଭାବିତ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ଆଗକୁ ଏହି ସମସ୍ତ ପରିସ୍ଥିତିରେ ଯେପରି କିଛି ଧନଜୀବନ କ୍ଷୟକ୍ଷତି ନ ହୁଏ ସେଥିପାଇଁ ସତର୍କ ରହିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।ଏହା ସହିତ ବର୍ତ୍ତମାନ ଓଡ଼ିଶାରେ ୩ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର,ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ସେଥିପାଇଁ ଏହି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବ ପାଇଁ ନିର୍ଦେଶ ରହିଛି।

ଏହା ସହିତ ଆଗାମୀ ୪ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର,ମୟୂରଭଞ୍ଜ,ଝାରସୁଗୁଡ଼ା, ସମ୍ବଲପୁର,ମୟୂରଭଞ୍ଜ, ଦେବଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଆଗକୁ ସତର୍କ ରହିବ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।ଏହା ପରେ ଗତ ୨୪ ଘଣ୍ଟାରେ ନବରଙ୍ଗପୁର ଜିଲ୍ଲାରେ ୫୦ ମିଲିମିଟର ବର୍ଷା ହୋଇ ସାରିଛି।ଏହା ସହିତ ଇନ୍ଦ୍ରାବତୀ ୨୪ ମିଲିମିଟର ବର୍ଷା ହୋଇ ସାରିଛି ଓ ପଟାଙ୍ଗିରେ ୨୨ ମିଲିମିଟର ବର୍ଷା ହୋଇ ସାରିଛି।

ଏହା ସହିତ ପୂର୍ବାରେ ୧୯ ମିଲିମିଟର ବର୍ଷା ହୋଇ ସାରିଲାଣି।ଜଳପୂର ଅଞ୍ଚଳରେ ୧୫ ମିଲିମିଟର,ରେମାଲ ୧୪ ମିଲିମିଟର,ଝାରସୁଗୁଡାରେ ୧୨ ମିଲିମିଟର,ନାଗଟି ଦେଉଳରେ ୧୧ ମିଲିମିଟର ବର୍ଷା ହୋଇଥିବା ରାଜ୍ୟ ଜଳସମ୍ପଦ ବିଭାଗ ରେକର୍ଡ କରିଛି।ଏହା ସହିତ ଉପରିସ୍ଥ ଜିଲ୍ଲାର ଲୋକ ମାନଙ୍କୁ ଏହି ଦୁଇଦିନ ୩ ଓ ୪ ତାରିଖ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *