ଭୋଜନ (Food) ର ନିୟମ,ଏମିତି ଭୋଜନ କଲେ ସର୍ବନାଶ ହେବ,ଏହି ଉପାୟ ଗୁଡିକ ଜୀବନରେ କେବେ ହେଲେ କରନ୍ତୁ ନାହିଁ..

Spread the love

ଆମେ ଭୋଜନ କରିବା ସମୟରେ ଏପରି କିଛି ଉପାୟ ରହିଛି ଯାହାକୁ ପାଳନ କରିବା ନିହାତି ଭାବରେ ଆବଶ୍ୟକ।ଏହା ସହିତ ଏହି ସମସ୍ତ ଉପୟକୁ ପାଳନ କରିବା ଫଳରେ ଆମକୁ ଅନେକ ପ୍ରକାରର ଲାଭ ମଧ୍ୟ ହୋଇଥାଏ।ତେବେ ଆମେ ବର୍ତ୍ତମାନ ସେହି ସମସ୍ତ ଉପାୟ ସମ୍ପର୍କରେ ଆଲୋଚନା କରିବା।ତେବେ ଆପଣ ଭୋଜନ କରିବା ପୂର୍ବରୁ ପ୍ରଥମେ ଭଲ ଭାବରେ ହାତ ଗୋଡ଼ ଧୋଇ ଭୋଜନ କରିବା ଆବଶ୍ୟକ।ଏପରି କରିବା ଫଳରେ ଆପଣ ଭୋଜନ ସଠିକ ଭାବରେ ଗ୍ରହଣ କରି ପାରିବେ।

ଏହା ସହିତ ଭୋଜନ କରିବା ସମୟରେ ଆପଣ ଏହା ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ ଯେପରି ଆପଣ ନିଜର ପରିବାର ଲୋକଙ୍କ ସହିତ ବସି ଏକାଠି ଭାବରେ ଭୋଜନ କରିବେ।ଆପଣ ଯଦି ନିଜର ପରିବାର ଲୋକଙ୍କ ସହିତ ବସି ଭୋଜନ କରିବେ ନାହିଁ ତେବେ ଆପଣଙ୍କ ପରିବାର ଲୋକଙ୍କ ମଧ୍ୟରେ ଏକତା ରହିବ ନାହିଁ।

ସେହି କାରଣରୁ ଆପଣ ଭୋଜନ କରିବା ସମୟରେ ନିଜର ପରିବାର ଲୋକଙ୍କ ସହିତ ବସି ଏକାଠି ଭୋଜନ କରିବା ଆବଶ୍ୟକ।ଏହା ସହିତ ଆପଣଙ୍କ ଘରେ ଯେତେବେଳେ ଜଣେ ବ୍ୟକ୍ତି ଭୋଜନ ପ୍ରସ୍ତୁତ କରିବାକୁ ଯାଇଥାନ୍ତି ସେହି ସମୟରେ ସେହି ବ୍ୟକ୍ତି ଭଗବାନଙ୍କ ନାମ ନେଇ ଭୋଜନ ପ୍ରସ୍ତୁତ କରିବା ଆବଶ୍ୟକ।

ଏହା ସହିତ କାଉ କୁକୁର ଓ ଗାଈଙ୍କ ପାଇଁ ମଧ୍ୟ କିଛି ମାତ୍ରାରେ ଭୋଜନ ପ୍ରସ୍ତୁତ କରିବା ଆବଶ୍ୟକ।ଯାହା ଫଳରେ ସେମାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ।କଳହ ଓ ଦୁଃଖ ଜାଗାରେ ମଧ୍ୟ ଭୋଜନ କରିବା ସମ୍ପୂର୍ଣ୍ଣ ଭାବରେ ଅନୁଚିତ ଅଟେ।ଏହା ସହିତ ଆପଣ ନିଜର ବିଛଣା ଉପରେ ବସି ମଧ୍ୟ ଭୋଜନ କରିବା ସମ୍ପୂର୍ଣ୍ଣ ଭାବରେ ଅନୁଚିତ ଅଟେ।

ଏହା ସହିତ ଭୋଜନ କରିବା ସମୟରେ ମଉନ ରୁହନ୍ତୁ।ଏହା ସହିତ ଛିଡା ହୋଇ ଭୋଜନ କରିବା ମଧ୍ୟ ଉଚିତ ନୁହେଁ।ଜୋତା ପିନ୍ଧି ମଧ୍ୟ ଭୋଜନ କରିବା ଉଚିତ ନୁହେଁ।ଭୋଜନ ପରେ ଅଧିକ ପାଣି ପିଇବା କିମ୍ବା ଚାହା ପିଇବା ସମ୍ପୂର୍ଣ୍ଣ ଭାବରେ ଅନୁଚିତ।ଏହା ସହିତ ଆପଣ ଭୋଜନ କରିବା ସମୟରେ କେବେ ମଧ୍ୟ କୌଣସି ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ।

ତେବେ ଭୋଜନ କରିବାର ଅଳ୍ପ ସମୟ ପରେ ଚାଲିବା ମଧ୍ୟ ଅନୁଚିତ ଅଟେ।ଏହା ସହିତ ଆପଣ ଏହା ଧ୍ୟାନ ରଖନ୍ତୁ ଯେପରି ଆପଣ ଭୋଜନ କରିବା ସମୟରେ ଅଧିକ ଖାଇବେ ନାହିଁ।ଅଳ୍ପ ଭୋଜନ କରିବା ଫଳରେ ଆପଣଙ୍କ ପାଚନ କ୍ରିୟା ଭଲ ଭାବରେ ହୋଇଥାଏ।ଏହା ସହିତ ଭୋଜନ କରିବା ସମୟରେ ଆପଣ ଭଗବାନଙ୍କୁ ସ୍ମରଣ କରି ଏହା କହି ଭୋଜନ କରିବା ଆବଶ୍ୟକ

ଯେପରି ଏହି ସଂସାରରେ କେହି ମଧ୍ୟ ଭୋକିଲା ରହିବେ ନାହିଁ।ଏହା ସହିତ ଭୋଜନ କରିବା ସମୟରେ ସେହି ଖାଦ୍ୟର ଅପମାନ ମଧ୍ୟ କରନ୍ତୁ ନାହିଁ।ନଚେତ ଆପନଙ୍କୁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡି ପାରେ।

Leave a Reply

Your email address will not be published. Required fields are marked *