Biju Swasthya କାର୍ଡ ରେ ମାଗଣା ମିଳିବ ଦଶ ଲକ୍ଷ ଟଙ୍କାର ଲାଭ,କିପରି ଆବେଦନ କରିବେ ଓ କେଉଁମାନେ ଆବେଦନ କରିବେ ନିଶ୍ଚୟ ଜାଣିରଖନ୍ତୁ

ବିଜୁ ହେଲଥ କାର୍ଡ ଯୋଜନା ଅନୁସାରେ ଏବେ ୧ ସେପ୍ଟେମ୍ବରରୁ ଏହି କାର୍ଡ ବହୁତ ଲୋକଙ୍କୁ ଉପଲବ୍ଧ କରାଇଦିଆଯିବ।ଆଜି ଆମେ ଆପଣଙ୍କୁ ଏହା ବିଷୟରେ ଜଣାଇବୁ।ଏହା ବି ଜଣାଇବୁ ଯେ କେମିତି କାର୍ଡ ମିଳିବ, କଣ କଣ ବେନିଫିଟ ରହିବ, କିପରି ମାଗଣା ଚିକିତ୍ସା ଆପଣ ପାଇପାରିବେ ଏବଂ ଏହା ଦ୍ଵାରା କେଉଁଠି ଆପଣ କାର୍ଡ ପାଇବେ।

ସାଙ୍ଗମାନେ ଯଦି ଆପଣ ନିଜର ଏବଂ ନିଜ ପରିବାର ପାଇଁ ମାଗଣା ଚିକିତ୍ସା ଚାହୁଁଛନ୍ତି ତେବେ ଆଜି ଆମେ ଜଣାଇବୁ ଯେ କିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନୁସାରେ ଯେଉଁ ସ୍ମାର୍ଟ କାର୍ଡ ଦିଆଯିବ ତାହାର ବେନିଫିଟ କିପରି ଉଠାଇପାରିବେ।ଯେଉଁମାନଙ୍କ ପାଖରେ ଆଗରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନର କାର୍ଡ ଅଛି କିମ୍ବା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡ ଧାରି ମାନେ ଏହି କାର୍ଡ ୧ ସେପ୍ଟେମ୍ବରରୁ ପାଇପାରିବେ।

ପ୍ରତ୍ୟେକ ହିତାଧିକାରୀ ପରିବାରକୁ ତାଲିକାଭୁକ୍ତ ଘରୋଇ ଚିକିତ୍ସାଳୟରେ ମିଳିବ ବର୍ଷକୁ ୫ ଲକ୍ଷ ଏବଂ ତାହା ସହ ପରିବାର ମହିଳା ସ୍ୱାସ୍ଥ୍ୟଙ୍କ ନିମନ୍ତେ ଆଉ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଉପଲବ୍ଧ କରାଇଦିଆଯିବ ବୋଲି ୱେବ ସାଇଟରେ ଦର୍ଶା ଯାଇଛି।ଆପଣ ଯେକୌଣସି ସରକାରୀ ମେଡିକାଲକୁ ଯିବେ ଆପଣଂକର ମାଗଣା ଚିକିତ୍ସା କରାଯିବ।

ଏହା ଛଡା ଯଦି ଆପଣ ତାଲିକାଭୁକ୍ତ ପ୍ରାଇଭେଟ ମେଡିକାଲକୁ ଯାଉଛନ୍ତି ତେବେ ସେଠି ଆପଣଂକୁ ଲିମିଟ ୫ ଲକ୍ଷ ଯାଏ ପୁରା ମାଗଣା ଚିକିତ୍ସା ଯୋଗାଇଦିଆଯିବ।ଯଦି ସେ ଲିମିଟ ସରିଯାଉଛି ଏବଂ ତାହା ପରେ ଆପଣଙ୍କ ଘର ଲୋକଙ୍କ ଦେହ ଖରାପ ହେଉଛି ତେବେ ତାଙ୍କୁ ମଧ୍ୟ ଅତିରିକ୍ତ ଭାବେ ଆଉ ୫ ଲକ୍ଷର ସହାୟତା ଦିଆଯିବ।ସମୁଦାୟ କହିଲେ ଆପଣଙ୍କ କାର୍ଡ଼ରେ ୧୦ ଲକ୍ଷର ଲିମିଟ ରହିବ।

କେଉଁମାନେ ଏହାର ବେନିଫିଟ ପାଇପାରିବେ:- ଯେକୌଣସି ବି ଫାମିଲି ହଉ ସେମାନେ ସରକାରୀ ମେଡିକାଲରେ ମାଗଣା ଚିକିତ୍ସା ପାଇପାରିବେ।ହେଲେ ଯେଉଁମାନଙ୍କ ପାଖେ ଏନ ଏଫ ଏସ ଏସ କାର୍ଡ ଅଛି କିମ୍ବା ଏସ ଏଫ ଏସ ଏ କାର୍ଡ ଅଛି ତାଙ୍କ ପାଇଁ କୌଣସି କଣ୍ଡିସନ ନାହିଁ ତାଙ୍କୁ ମାଗଣା ଚିକିତ୍ସା ଉପଲବ୍ଧ କରାଇଦିଆଯିବ। ହେଲେ ଏହି NFSA କାର୍ଡ କିମ୍ବା ବିଜୁ ସ୍ୱାସ୍ଥ୍ୟ କାର୍ଡ କିମ୍ବା SFSA କାର୍ଡ ଅଛି ସେମାନେ ପ୍ରାଇଭେଟ ମେଡିକାଲରେ ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ପାଇପାରିବେ।

ବେନିଫିଟ ସବୁ କଣ:- କହିବାକୁ ଗଲେ ପ୍ରାୟ ସବୁ କିଛି ଫ୍ରିରେ ଆପଣଂକୁ ସହାୟତା ପ୍ରଦାନ କରାଯିବ।ଆପଣ ଯଦି ଯୋଜନା ଭିତରେ ଆସୁଛନ୍ତି ଏବଂ ଆପଣଙ୍କ ନିକଟରେ କାର୍ଡ ଅଛି କିମ୍ବା ଆପଣଙ୍କ ନିକଟରେ SFSA କାର୍ଡ କି NFSA କାର୍ଡ ଅଛି ତେବେ ଆପଣ ଓଡିଶା ବାହାରେ ମଧ୍ୟ ବେନିଫିଟ ପାଇବେ।

ପ୍ରୋସେସ କଣ ଅଟେ:- ଯେଉଁମାନଙ୍କ ପାଖରେ NFSA କାର୍ଡ ଅଛି କିମ୍ବା SFSA କାର୍ଡ ଅଛି ଆଉ ଯେଉଁମାନେ ଓଡ଼ିଶାର ବାସିନ୍ଦା ଏବଂ ଯଦି BSKY କାର୍ଡ ଅଛି ତେବେ ସେହି ମାନେ ହିଁ ଏହାର ସହାୟତା ପାଇପାରିବେ।

କେମିତି ଉଠାଇପାରିବେ ଏହି କାର୍ଡର ବେନିଫିଟ:- ଯଦି ଆପଣ ପାଖରେ କାର୍ଡ ଅଛି ଏବଂ ଯଦି ଆପଣ ଇମରଜେନ୍ସି ହସ୍ପିଟାଲାଇଜ କରୁଛନ୍ତି ତେବେ ୭୨ ଘଣ୍ଟା ଭିତରେ ପାଖରେ ଥିବା BSKY ହେଲ୍ଫ ସେଣ୍ଟରରେ ଚିଠି ଜମା କରି ମାଗଣା ଚିକିତ୍ସା ପାଇପାରିବେ।

କେଉଁକେଉଁ ମେଡିକାଲ ଉପଲବ୍ଧ:- ଏହା ଆପଣ bsky.odisha.govt.in ୱେବ ସାଇଟକୁ ଯିବେ ସେଠି ଆପଣ ସେହି ଲିଷ୍ଟ ପାଇପାରିବେ ଏବଂ ଦେଖିପାରିବେ।କେଉଁମାନେ କେତେ ଟଙ୍କାର ଲାଭ ଉଠାଇପାରିବେ:- ଯାହା ପାଖରେ BSKY କାର୍ଡ ଅଛି ଗୋଟିଏ କାର୍ଡର ଲିମିଟ ୫ ଲକ୍ଷ ଟଙ୍କା।ପୁରୁଷ ୫ ଲକ୍ଷ ଯାଏ ଏହାର ଉପଯୋଗ କରି ପାରିବେ ଏବଂ ତାହାପରେ ଯଦି କେଉଁ ମହିଳାଙ୍କ ଦେହ ଖରାପ ହେଉଛି ତେବେ ତାହାପରେ ଅତିରକ୍ତ ଭାବରେ ୫ ଲକ୍ଷ ଟଙ୍କା ମିଳିବ।

Leave a Reply

Your email address will not be published. Required fields are marked *