Special Tips: ବିଲୁଆକୁ କେଉଁ ସମୟରେ ଦେଖିଲେ କେଉଁ ଫଳ ମିଳିଥାଏ ?ଏହି ସମୟରେ ଦେଖିଲେ ଆପଣଙ୍କ ଆଗାମୀ ଦିନ ଗୁଡିକ ସୁଖମୟ ହେବାକୁ ଯାଉଛି

Spread the love

ଆମର ଦୈନିନ୍ଦିନ ଜୀବନ ଅନେକ ପ୍ରକାରର ଘାତ ଓ ପ୍ରତିଘାତ ମଧ୍ୟରେ ଗତି କରିଥାଏ।ଏହା ସହିତ ଆମ ଜୀବନ ଅନେକ ପ୍ରକାରର ସ୍ତର ଦେଇ ଗତି କରେ।ତେବେ ଆପଣଙ୍କ ଜୀବନରେ କେଉଁ ସମୟରେ କେଉଁ ଘଟଣା ଘଟିବାକୁ ଯାଉଛି ଏହାକୁ ଆପଣ ପୂର୍ବରୁ ଅନୁମାନ କରି ପାରିବେ।ଯେପରିକି ଆମ ଘରେ ଥିବା ଗୃହପାଳିତ ପଶୁ ଆମକୁ ଏହି ସମସ୍ତ ଜିନିଷ ସମ୍ପର୍କରେ ସୂଚନା ଦେଇଥାନ୍ତି।ସେମାନଙ୍କର ବ୍ୟବହାରରୁ ଆମେ ଆଗକୁ କଣ ହେବାକୁ ଯାଉଛି ଏହାର ପୁର୍ବ ଅନୁମାନ କରି ପାରିବା।

ତେବେ ଆମ ଘରେ ଥିବା ଗାଈ ଓ ପକ୍ଷୀ ମାନଙ୍କ ବ୍ୟବହାର ଉପରେ ଆମେ ଏହା ଅନୁମାନ କରିଥାଉ କି ଆଗକୁ ଆମ ସହିତ କଣ ଘଟିବାକୁ ଯାଉଛି।ଏହା ସହିତ ଆମେ ଏହା ମଧ୍ୟ ଜାଣିପାରୁ କି ଆଗକୁ କେଉଁ ଅସୁବିଧା ଆମ ସମ୍ମୁଖକୁ ଆସିପାରେ।ତେବେ ଆମେ ବର୍ତ୍ତମାନ ସେହିପରି ଏକ ଜୀବ ସମ୍ପର୍କରେ ଆଲୋଚନା କରିବା ଯାହା ଆମକୁ ପୂର୍ବ ସୂଚନା ଦେଇଥାଏ ଆମ ଜୀବନ ବିଷୟରେ।ସେହି ଜୀବଟି ହେଉଛି ବିଲୁଆ।ଆଜିକାଲି ପ୍ରାୟତଃ ଅନେକ ଜାଗାରେ ବିଲୁଆ ମାନଙ୍କ ସଂଖ୍ୟା ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି।

ଏହା ସହିତ ଯେତେବେଳେ ରାତିରେ କୌଣସି ବିଲୁଆ ବୋବାଇ ଥାଆନ୍ତି ତେବେ ଏହା କାରଣରୁ ଅନେକ ଛୋଟ ପିଲାମାନେ ଡରି ଯାଇଥାନ୍ତି।ଏହା ସହିତ ଏହା କିଛି ଖରାପ ହେବାର ସୂଚନା ଦେଇଥାଏ।ଏହା ସହିତ ଯଦି ଦିନରେ ବିଲୁଆ ବୋବାଇ ଥାଆନ୍ତି ତେବେ ଏହା ଦେଶରେ କୌଣସି ନେତାଙ୍କ ମୃତ୍ୟୁ ଅଥବା ତାଙ୍କର ଜୀବନ ପ୍ରତି ବିପଦ ଥିବାର ସୂଚନା ଦେଇଥାଏ।ଏହ ସହିତ ଯଦି ଆପଣ କେବେ କୌଣସି କାର୍ଯ୍ୟରେ ବାହାରକୁ ଯାଇଥାନ୍ତି ଓ ବିଲୁଆ ଆପଣଙ୍କ ସମ୍ମୁଖରେ ବାମରୁ ଡାହାଣକୁ ଚାଲିଯାଏ ତେବେ ଏହା ଶୁଭ ସଂକେତ ଦେଇଥାଏ।

ଏହା ସହିତ ଆପଣ ଯଦି କୌଣସି କାର୍ଯ୍ୟରେ ବାହାରକୁ ଯାଉଥାନ୍ତି ଓ ସେହି ସମୟରେ କୌଣସି ବିଲୁଆ ଆପଣଙ୍କ ସମ୍ମୁଖରେ ଡାହାଣ ପଟୁ ବାମ ପାର୍ଶ୍ୱକୁ ଯାଇଥାଏ ତେବେ ଏହା ଅତ୍ୟନ୍ତ ଖରାପ ସମୟର ସୂଚନା ଦେଇଥାଏ।ତେଣୁ ଆପଣ ଯିବା ସମୟରେ ସତର୍କ ହୋଇ ଯାଆନ୍ତୁ କାରଣ ଆପଣଙ୍କର ଦୁର୍ଘଟଣା ହେବାର ମଧ୍ୟ ସମ୍ଭାବନା ରହିଥାଏ।ଏହା ସହିତ ଆପଣ ସକାଳୁ ଉଠିବା ପରେ ଯଦି କୌଣସି ବିଲୁଆର ବୋବାଇବା ଶବ୍ଦ ଶୁଣି ଥାଆନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ।

ଏହା ସହିତ ଆପଣ ଏହା ଜନିରଖିବେ କି ଆପଣ ସେହି ଦିନ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ।ଏହା ସହିତ ଆପଣ ସେହିଦିନ ଅନେକ ଲୋକଙ୍କ ସହାୟତା ମଧ୍ୟ ପାଇବେ।ତେବେ ଆପଣ ସେହି ସମ୍ପୂର୍ଣ୍ଣ ଦିନଟି ନିଶ୍ଚିତ ହୋଇ ଅତିବାହିତ କରନ୍ତୁ।ଏହା ସହିତ ଯଦି ବିଲୁଆ ମଡକ ଦେଖାଯାଏ ତେବେ ଦେଶରେ ଦୁର୍ଭିକ୍ଷ ହେବାର ସମ୍ଭାବନା ରହିଥାଏ ସେଥିପାଇଁ ଆପଣ ସତର୍କ ରୁହନ୍ତୁ।ଏହା ସହିତ ଏହି ସମସ୍ତ ହେଉଛି ଆଗକୁ ଆସୁଥିବା କିଛି ଭଲ ତଥା ଖରାପ ସମୟ ମାନଙ୍କର ପୂର୍ବ ସୂଚନା।ତେଣୁ ଏହି ସୂଚନା ଅନୁସାରେ ସତର୍କ ରହିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *