ଶେଷରେ Boby ଙ୍କ ପୋଲ ଖୋଲିଲେ ସ୍ତ୍ରୀ କୋଏଲ,କହିଲେ ଏଭଳି ଲୋକ ପାଖେ ରହିବା କେବେ ସମ୍ଭବ ହେଲାନି କାରଣ ସେ ସବୁଦିନ

Spread the love

ଅଡ଼ୁଆରେ ଫଶି ଯାଇଛନ୍ତି ଅଭିନେତା ବବି ମିଶ୍ର।ଆପଣ ମାନେ ତ ଜାଣିଥିବେ ବବି ମିଶ୍ରଙ୍କ ପଡ଼ୋଶୀ ଗତକାଲି ତାଙ୍କ ନାମରେ କିଛି ସଙ୍ଗୀନ ଅଭିଯୋଗ ଆଣିଥିଲେ ଯାହା ପାଇଁ ସେ ଥାନାର ଦ୍ବାରସ୍ଥ ମଧ୍ୟ ହୋଇଥିଲେ।ତେବେ ଏହା ପରେ ଗଣ ମାଧ୍ୟମ ପ୍ରତିନିଧି ବବି ମିଶ୍ରଙ୍କ ପତ୍ନୀ କୋଏଲ ବାନାର୍ଜୀଙ୍କ ପ୍ରତିକ୍ରିୟା ନେବାକୁ ଚାହିଁ ଥିଲେ ଏବଂ ନିଜେ କୋଏଲ ବାନାର୍ଜୀ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ।ଗଣ ମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ କୋଏଲକୁ କି ବବି ମିଶ୍ର ମଦ ପିଅନ୍ତି?ଏହା କଣ ସତ୍ୟ।ତେବେ କୋଏଲ ଉତ୍ତର ରଖିଥିଲେ ହଁ।

ବବି ମିଶ୍ର ଜଣେ ମଦୁଆ।ସେ ମଦ ପିଅନ୍ତି ଓ ମଦ ପିଇଲା ପରେ ସେ ନିଜର ହିତାହିତ ଜ୍ଞାନ ଭୁଲି ଯାଆନ୍ତି ବୋଲି ନିଜେ ସ୍ବୀକାର କରିଛନ୍ତି କୋଏଲ ବାନାର୍ଜୀ।ଏହା ସହ ସେ କହିଛନ୍ତି କି ବବି ମିଶ୍ର ମଦ ପିଇ କୋଏଲଙ୍କ ସହ ବହୁତ ଖରାପ ବ୍ୟବହାର କରନ୍ତି।ତାଙ୍କୁ ମଧ୍ୟ ମାଡ଼ ମାରନ୍ତି।ଏହି ସବୁ କଥା ତାଙ୍କ ସ୍ଥାନୀୟ ଲୋକେ ଦେଖିଛନ୍ତି ଓ ଜାଣିଛନ୍ତି।

ତାଙ୍କ ପଡୋଶୀ ତାଙ୍କ ଉପରେ ଯାହା ସବୁ ଆରୋପ ଲଗାଉଛନ୍ତି ଏହା ସବୁ ସତ ବୋଲି ନିଜେ କହିଛନ୍ତି କୋଏଲ ବାନାର୍ଜୀ।ତେବେ ଏହିପରି ଭାବରେ ବବି ମିଶ୍ରଙ୍କୁ ନେଇ ବର୍ତ୍ତମାନ ବଢୁଛି ଅଡୁଆ।ତେବେ କୋଏଲ ବାନାର୍ଜୀ କଣ ପାଇଁ ପୋଲିସରେ ଅଭିଯୋଗ କରିନାହାନ୍ତି।ଏହି ପ୍ରଶ୍ନର ଉତ୍ତର ରଖି କୋଏଲ କହିଥିଲେ କି ସେ ଜଣେ ଅଭିନେତ୍ରୀ ଓ ବବି ମିଶ୍ର ମଧ୍ୟ ଜଣେ ଅଭିନେତା ଏବଂ ସେ ଗୋଟେ ଭଲ ପରିବାରରୁ ଆସିଛନ୍ତି।

ତାଙ୍କ ପରିବାରର ବେଶ ନାମ ଅଛି।ତେଣୁ ସେ କାହାରି ନାମକୁ ଖରାପ କରିବାକୁ ଚାହୁଁ ନଥିଲେ।ସେ ବବି ମିଶ୍ରଙ୍କ ଠାରୁ ସବୁ ଦିନ ପାଇଁ ଅଲଗା ହୋଇଗଲେ।ଏହି କାରଣ ବା ବବି ମିଶ୍ରଙ୍କ ପାଇଁ ସେ ସବୁ ଦିନ ପାଇଁ ଓଡ଼ିଶା ଛାଡ଼ି ପଳେଇଥିଲେ ବୋଲି ସେ ନିଜେ ସ୍ବୀକାର କରିଛନ୍ତି।କିଛିଦିନ ତଳେ ବବି ମିଶ୍ର ନିଜ ପଡୋଶୀଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିଲେ।ସେ ଏଥିପାଇଁ ଥାନାର ମଧ୍ୟ ଦ୍ବାରସ୍ଥ ହୋଇଥିଲେ।

ସେ ମଧ୍ୟ ଅସଭ୍ୟ ଭାଷାରେ ତାଙ୍କ ପତ୍ନୀଙ୍କୁ ଗାଳି କରିଥିଲେ ଓ ଦୁର୍ବ୍ୟବହାର ମଧ୍ୟ କରିଥିଲେ।ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।ତେବେ ବର୍ତ୍ତମାନ ସମୟରେ କୋଏଲ ବାନାର୍ଜୀ ଓ ବବି ମିଶ୍ରଙ୍କ ସମ୍ପର୍କରେ ଏତେ ବଡ଼ ଫାଟ ସୃଷ୍ଟି ହୋଇଥିବା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ କୋଏଲ ବାନାର୍ଜୀ ନିଜେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।ତେବେ ଆପଣ ବବି ମିଶ୍ର ଓ କୋଏଲ ବାନାର୍ଜୀଙ୍କୁ ନେଇ କଣ କହିବେ ମତେ ଜଣାନ୍ତୁ।

Leave a Reply

Your email address will not be published. Required fields are marked *