ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ ଏକ ସତ ବହୁତ ଘଟଣା ସେୟାର କରିବି।ମୋ ଘର ହେଉଛି ରାୟଗଡ଼ା ଟାଉନ ଉପରେ।ଆଉ ମୋ କାମ ହେଉଛି ଗାଁ ଗାଁ ବୁଲି ଡିସ ଟିଭିର ନୂଆ କନେକ୍ସନ ଆଣିଥିବା କଷ୍ଟମରଙ୍କ ଘରେ ନୂଆ ଛତା ଲଗାଇବା।ଯାହା ଦ୍ଵାରା ମତେ ରାୟଗଡ଼ା ଟାଉନ ଠାରୁ ଅନେକ ଦୂରରେ ଥିବା ଗାଁ ଗୁଡିକୁ ମଧ୍ୟ ଯିବାକୁ ପଡ଼ିଥାଏ।ଆଉ ଏମିତି ଦିନେ କାମ ନଥିବା ଯୋଗୁଁ ମୁଁ ଦୋକାନ ଖୋଲି ବସିଥାଏ।
ଦିନ ୪ଟା ବେଳେ ମୋ ପାଖକୁ ଫୋନ ଆସିଲା କି ମୁନିଗୁଡା ପାଖା ପାଖି ଏକ ଗାଁରେ ଜଣଙ୍କର ନୂଆ ଛତା ଲଗେଇବା ପାଇଁ।ତେଣୁ ମୁଁ କଷ୍ଟମରକୁ କଲ କରି ତାର ସବୁ ଠିକଣା ବୁଝି ସାରିବା ପରେ ସଙ୍ଗେ ସଙ୍ଗେ ବାଇକ ଧରି ବାହାରି ପଡ଼ିଲି ମୁନିଗୁଡା ଯିବା ପାଇଁ।ମୋ ସହ କାମ କରୁଥିବା ଚିଣ୍ଟୁକୁ ମଧ୍ୟ ଡାକିଲି ଯିବା ପାଇଁ।ଆଉ ସେତେବେଳକୁ ଧୀରେ ଧୀରେ ସନ୍ଧ୍ୟା ହୋଇ ଆସିଲାଣି।
ରାୟଗଡ଼ା ଟାଉନଠାରୁ ମୁନିଗୁଡା ପାଖାପାଖି ୬୫ କିମି ହେବ।ଆମେ ଦୋକାନ ଠାରୁ ବାହାରିଲି ଦୁଇ ତିନି କିମି ଆସିସାରିଲୁଣି।ସେତେବେଳେ ଚିଣ୍ଟୁ ଧୀରେ ଧୀରେ ଛାପ ଢୋକି କହିଲା କି ଲୋକମାନଙ୍କଠାରୁ ଶୁଣିବାକୁ ମିଳୁଛି କି ରାତି ହୋଇଯିବା ବେଳେ ଏହି ରାସ୍ତାରେ କେହିବି ଯିବାଆସିବା କରୁନାହାନ୍ତି।ଏହି ଭଳି ଆମେ ଦୁଇଜଣ କଥା ହୋଇ ହୋଇ ଚାଲିଲୁ।
ଏମିତି କିଛି ସମୟ ପରେ ଆମେ ଦୁଇ ଜଣ ମୁନିଗୁଡାରେ ପହଞ୍ଚିଲୁ। ଠିକ ସେହି ସମୟରେ ଗାଁର କରେଣ୍ଟ ଚାଲିଗଲା।ଆମେ ଅପେକ୍ଷା କଲୁ କିଛି ସମୟ।କିଛି ସମୟ ପରେ କରେଣ୍ଟ ଆସିଲା ଓ ଆମେ ଆମ କାମ ସାରି ପଇସା ନେଇ ରାୟଗଡ଼ା ଟାଉନ ଆଡ଼କୁ ଫେରିଲୁ।ଫେରିବା ବାଟରେ ରାସ୍ତା ପୁରା ସୁନ ସାନ।କୁଆଡେ ବି ଟିକେ ଲାଇଟ ନଥାଏ।ଚାରିଆଡ଼େ ଅନ୍ଧାର।
କେବଳ ଗାଡ଼ିର ଲାଇଟ ଭରସାରେ ଆମେ ଆଗକୁ ଚାଲିଥାଉ।ଆମେ ଏମିତି ଧିରେ ଧିରେ ଆଗକୁ ବଢ଼ୁଥାଉ।ମଝିରେ ମଝିରେ ଗୋଟିଏ ଗୋଟିଏ ଟ୍ରକ ଯାଉଥାନ୍ତି ସେହି ବାଟ ଦେଇ।ହଠାତ ମତେ ଲାଗିଲା କି କିଏ ଜଣେ ଗାଡ଼ି ଉପରକୁ ଡେଇଁ କରି ବସିଲା ଭଳି।ଏହା ସହ ମଧ୍ୟ ମୋର ଗାଡ଼ିର ହାଣ୍ଡେଲ ଟିକେ ହଲିଗଲା। ମୁଁ ଯେତେବେଳେ ଗାଡ଼ି ଆଇନାରେ ଦେଖେତ ଏକ କଳା ସାୟା ଚିଣ୍ଟୁ ପଛରେ ବସିଛି।କିନ୍ତୁ ଚିଣ୍ଟୁକୁ ଏହାର ଟିକେ ବି ଜ୍ଞାନ ନାହିଁ।
ଏହା ଦେଖି ମୁଁ ଆଉ କଣ୍ଟ୍ରୋଲ କରିପାରିଲି ନାହିଁ ଆମେ ଦୁଇ ଜଣ ତଳେ ପଡିଗଲୁ। ସାଙ୍ଗେ ସାଙ୍ଗେ ସେହି କଳା ସାୟାଟି ଚିଣ୍ଟୁର ଗୋଡ଼କୁ ଧରି ଜଙ୍ଗଲ ଆଡେ ଟାଣି ନେଉଥିଲା।ମୁଁ ସେହି ସମୟରେ ତାର ହାତକୁ ଧରି ଟାଣିଲି।ଠିକ ସେହି ସମୟରେ ଏକ ଟ୍ରକ ଆସିଲା ଓ ଆମର ଏହି ଅବସ୍ଥା ଦେଖି ସେ ଗାଡ଼ି ରଖି ଆମ ଅବସ୍ଥା ପଚାରିଲା।ତା ପରେ ତା ସହ ଆମେ ଟାଉନ ଆଡେ ଆସିଲୁ।