Tapaswini-Sumeet ମାମଲାରେ ଆସିଲା ଆଉ ଏକ ନୂଆ ମୋଡ,ଜିଦ ରେ ଅଟଳ ତପସ୍ୱିନୀ,କହିଲେ ଯଦି ରହିବି ମୋ ସ୍ୱାମୀ ଙ୍କ ରୁମ ରେ ନହେଲେ ମୁଁ ନିଜେ..ଦେଖନ୍ତୁ Video

Spread the love

ସାଙ୍ଗମାନେ ନୂଆ ବର୍ଷରେ ତପସ୍ଵିନୀଙ୍କ ପାଇଁ ଆସିଲା ଖୁସି ଖବର।ନାରୀ ଅବଳା କି ଦୁର୍ବଳ ନୁହେଁ।ତାହା ପ୍ରମାଣ କରି ଦେଖାଇଲେ ତପସ୍ଵିନୀ।ଜଣେ ବୋହୂ ତାର ହକ ଦାବିରେ ରାତି ଦିନ ଏକ କରେ।ସ୍ବାମୀ ପର କରିଦେଲେ ଶଶୁର ଘର ଲୋକେ ଘରେ ପୁରାଇଲେନି।ତଥାପି ଛାତିକୁ ପଥର କରି ତପସ୍ଵିନୀ ଦାଣ୍ଡ ଦୁଆରେ ସେମିତି ଅଡି ବସିଥିଲେ। ସାହି ପଡିଶା ଲୋକେ ବି ତାଙ୍କ ପାଇଁ ସ୍ୱର ଉଠାଇଥିଲେ।ଶେଷରେ ତପସ୍ଵିନୀଙ୍କ ସପକ୍ଷରେ ରାୟ ଦେଲେ କୋର୍ଟ।

ଏସବୁ ଭିତରେ ନିର୍ଯାତିତ ମହିଳା ମାନଙ୍କ ପାଇଁ ତପସ୍ଵିନୀ ଉଦାହରଣ ପାଲଟି ଯାଇଛନ୍ତି। ତପସ୍ଵିନୀଙ୍କ ଭଳି ଅନେକ ନିର୍ଯାତିତ ବୋହୂ ଅଛନ୍ତି।ଯେଉଁମାନେ ଲୋକଲଜ୍ୟା ଭୟରେ ମୁହଁ ଖୋଲିବାକୁ ଭୟ କରୁଛନ୍ତି।ଏପରି ବହୁତ ମହିଳା ଅଛନ୍ତି ଯେଉଁମାନେ ଥାନା କଚେରୀ ଚାରିପଟେ ଚକର କାଟି ନୟାନ୍ତ ହୋଇ ପଡ଼ିଥିଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନି।

ଏପଟେ ଜଣେ ବୋହୂ ଦୀର୍ଘ ୪୩ ଦିନ ଧରି ନିଜ ଶଶୁର ଘର ସାମ୍ନାରେ ଅଡି ବସିଥିଲେ।ଯଦି ତପସ୍ଵିନୀ ହକ ଲଢେଇରେ ଜିତାପଟ ହାସଲ କଲେ ତେବେ ଅନ୍ୟମାନେ କାହିଁକି ନୁହେଁ।ଆଜି ସାରା ଦୁନିଆ ଦେଖିଲା ବ୍ରହ୍ମପୁର ବ୍ରହ୍ମାନଗର ବୋହୂ କିଭଳି ହକ ଲଢେଇରେ ଜିତ ହାସଲ କଲେ।ମୁଁ ଘରକୁ ଯିବି।ମତେ ତ ଶାଶୁ ଶଶୁରଙ୍କ ସହ ମିଶି ରହିବାକୁ କୁହାଯାଇଛି।

ମୋ ସ୍ବାମୀ ମଧ୍ୟ ସେଠି ରହିବେ ବୋଲି କୁହାଯାଇଛି ତ ମୁଁ ବି ଭାବିଛି ଆଉ ଟିକେ ପରେ କବାଟ ଖୋଲା ହେବ ମୁଁ ଯିବି।ମୁଁ ଆଗରୁ କହିଛି ଯେ ଭଗବାନ ଅଛନ୍ତି ଭଗବାନ ସତକୁ ଜାଣିଛନ୍ତି।ଭଗବାନ ସତ୍ୟର ଜିତ ହୁଏ ବୋଲି କହିଛନ୍ତି। ତ ମୋର ପୁରା ବିଶ୍ଵାସ ଥିଲା ନ୍ୟାୟର ସମ୍ପୂର୍ଣ ଜିତ ହୋଇଚି।ନ୍ୟାୟାଳୟ ସତକୁ ପରଖିକି ନ୍ୟାୟ ଦେଇଛନ୍ତି।

ଆଜି ଶେଷରେ ମତେ ଗୋଟେ ସୁଯୋଗ ମିଳିଛି ମତେ ମୋ ସୁମିତଙ୍କ ସହ ମିଶିବା ପାଇଁ।ଆଉ ସେ ଯେଉଁ ଲୁହ ଥିଲା ଦୁଃଖର ଲୁହ ଥିଲା।କାହିଁକି ନା କାହାର ବି ଦରଦ ଉଠୁନଥିଲା ମୋ ପାଇଁ।କେବଳ ମୁଁ ନିଜେ ମୋ କଷ୍ଟ ଜାଣିଥିଲି।ମାଙ୍କ ପାଇଁ ଆମେ ଦୁଇଜଣ ଜାଣିଥିଲୁ ଆଉ ମୋ ପରିବାର ଜାଣି ପାରୁଥିଲେ।

ଆଜି ମୁଁ ଖୁସି ଯେ ମୋ ସତକୁ ଦୁନିଆ ଜାଣିଲେ ମାନ୍ୟବର ନ୍ୟାୟାଳୟ ଜାଣିଲେ।ଆଉ ମତେ ନ୍ୟାୟ ପ୍ରଦାନ କରିଥିବାରୁ ମୁଁ ଖୁସି।ମୁଁ ଅନୁରୋଧ କରିବି ଯେ ମତେ ଆଉ ସୁମିତଙ୍କୁ ମିଶେଇ ଦିଅନ୍ତୁ।ଆଉ ଦୟାକରି ଏହାର ଅନ୍ତ ଘଟାନ୍ତୁ।ଆପଣ ଆଉ ମା ଯେମିତି ଭଲରେ ଅଛନ୍ତି ଆମ ଦୁଇ ଜଣଙ୍କୁ ବି ସେମିତି ରଖନ୍ତୁ।ଆଉ ଏତିକି କହିବି ଯେ ସୁମିତଙ୍କୁ ମୋ ଠାରୁ ନ ଦୂରେଇ ଦିଅନ୍ତୁ।ମୁଁ ସମ୍ପୂର୍ଣ ଚେଷ୍ଟା କରିବି ଜଣେ ଭଲ ବୋହୂ ହେବା ପାଇଁ।

Leave a Reply

Your email address will not be published. Required fields are marked *