ବ୍ରଣ ସମସ୍ୟା କିପରି କରିବେ ଦୂର? ଏହି ଖରାପ ଅଭୟାସ ପାଇଁ ହୁଏ ବ୍ରଣ – ଏବେ ଉପଚାର ଶିଖନ୍ତୁ

Spread the love

ସାଙ୍ଗ ମାନେ କଣ ଆପଣ ମାନଙ୍କୁ ବି ବ୍ରଣ ର ସମସ୍ୟା ହେଉଛି,କଣ ଆପଣ ବହୁ ପ୍ରକାର ଚିକିତ୍ସା କରି ଥକି ଯାଇଛନ୍ତି କିନ୍ତୁ ଆପଣଙ୍କ ବ୍ରଣ ଦୂର ହେଉନି।ବ୍ରଣ ରେ ପୂଜ ହୋଇଯାଏ,ଚେହେରା ନାଲି ପଡ଼ିଯାଏ, ସୁଜନ୍ ହୋଇଯାଏ।ଆଜି ମୁଁ ଆପଣ ମାନଙ୍କୁ ଏପରି ଉପାୟ କହିବି ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଶରୀର ର ସବୁ ସମସ୍ୟା ର ସମାଧାନ ହୋଇଯିବ।

ସାଙ୍ଗ ମାନେ ଆମ ଶରୀର ରେ ବ୍ରଣ,ଦାଗ ଆଦି କଣ ପାଇଁ ଦେଖାଯାଏ,ତାର କାରଣ ହେଉଛି ଆମର ଖରାପ ଖାଦ୍ୟ ବ୍ୟବସ୍ଥା ,ଜୀବନ ଚର୍ଯା।ଆଉ ଏକ କାରଣ ହେଉଛି ଚିନ୍ତା।ଆମେ ମାନେ ଛୋଟ ଛୋଟ କଥାକୁ ନେଇ ଅଧିକ ଚିନ୍ତା ପ୍ରକାଶ କରିଥାଏ ଯାହାଦ୍ଵାରା ଆମ ଚେହେରା ଶୁଷ୍କ ପଡ଼ିଯାଏ,ଆମ ଆଭ୍ୟନ୍ତରୀଣ ଅଙ୍ଗ ଉପରେ ପ୍ରଭାବ ପଡିଥାଏ।ଓ ତୃତୀୟ କାରଣ ହେଉଛି ହରମୋନ ଅସନ୍ତୁଳତା,ଝିଅ ମାନଂକ ପକ୍ଷ ରେ ଏହା ଅଧିକ ଦେଖାଦେଇ ଥାଏ ଯେପରି ପିରିୟଡ଼ ଅସନ୍ତୁଳତା।

ବ୍ରଣ ସମସ୍ୟାକୁ ଦୂର କରିବା ପାଇଁ ଲେମ୍ବୁର ଭୂମିକା ଗୁରୁତ୍ୱପୂର୍ଣ୍ଣ।ଆପଣ ଦେଢ଼ ଚାମଚ ମଲାଇରେ ଗୋଟିଏ ଲେମ୍ବୁ ଚିପୁଡି କରି ତାକୁ ପ୍ରତିଦିନ ମୁଁହରେ ଲଗାନ୍ତୁ।ଏହାର ଦଶ ମିନିଟ ପରେ ନିଜ ଚେହେରା ଭଲ ଭାବେ ଧୋଇଦେବେ।ଏହାକୁ ଯଦି ଆପଣ ଏକ ସପ୍ତାହ ଲଗାତାର ବ୍ୟବହାର କରନ୍ତି ତ ଦେଖିବେ ଆପଣଙ୍କ ଚେହେରାରେ ବ୍ରଣ ସମସ୍ୟା ଜମା ରହିବ ନାହିଁ ଓ ମୁଁହରେ ଦାଗ ମଧ୍ୟ ରହିବ ନାହିଁ।ଆପଣ ଚାହିଁଲେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଲେମ୍ବୁ ଚୋପା ମୁଁହରେ ଘଷି ପାରିବେ।ଏହାଦ୍ବାରା ଆପଣଙ୍କ ଚେହେରା ଉଜ୍ଜଳ ଦେଖାଯିବ।

ଆପଣ ସକାଳୁ ଖାଲି ପେଟରେ ଏକ ଗ୍ଲାସ ପାଣି ସହିତ ଲେମ୍ବୁ ମିଶାଇ ପିଅନ୍ତୁ।ପିଇବା ପରେ ବ୍ୟାୟମ ଓ ଚଲାବୁଲା କରିବା ନିହାତି ଆବଶ୍ୟକ।ଏହାଦ୍ବାରା ଆପଣଙ୍କ ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ।ଆପଣ ଚାହିଁଲେ ନିଜ ଖାଦ୍ୟରେ ଭିଟାମିନ ସି ର ମାତ୍ରା ବଢାଇ ପାରିବେ।ଆପଣ ସବୁଦିନ ବ୍ୟାୟାମ କରିବା ଦ୍ଵାରା ଆପଣଙ୍କ ସମସ୍ତ କୋଷକୁ ଠିକ ଭାବେ ରକ୍ତ ସଞ୍ଚାଲିତ ହୋଇଥାଏ।

ଦିନରେ ଏକ ବା ଦୁଇ କପ ଗ୍ରୀନ ଟି ପିଇବା ଦ୍ଵାରା ଆପଣଙ୍କ ପେଟ ବା ଶରୀରର ଚର୍ବି କମ ହେବାକୁ ଲାଗେ। ମେଟାବଲିଜିମ ଠିକ ରୁହେ।ଆପଣଙ୍କ ଶରୀରର ସମସ୍ତ ଅନାବଶ୍ୟକ ପଦାର୍ଥ ବାହାରି ଯାଏ।ସବୁ ଦିନ ସକାଳେ ଏକ ଗ୍ଲାସ ଉଷୁମ ପାଣିରେ ଦୁଇ ଚାମଚ ମହୁ ଓ ଲେମ୍ବୁ ରସ ମିଶାଇ ପିଇବା ଦ୍ଵାରା ବ୍ରଣ କମି ଯାଇଥାଏ।କୋଲ୍ଡଡ୍ରିଙ୍କ,ଫାଷ୍ଟଫୁଡ,ପିଜା ବିସ୍କୁଟ,କେକ,ଆଇସକ୍ରିମ ଆଦି ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରୁହନ୍ତୁ

Leave a Reply

Your email address will not be published. Required fields are marked *