ଏହି ୩ ଟି ଲକ୍ଷଣ ଥିବା ବୁଦ୍ଧିମାନ ପୁରୁଷଙ୍କୁ ଖୋଜିଲେ ମଧ୍ୟ ମିଳିନଥାନ୍ତି..

Spread the love

ନମସ୍କାର,ଆମ ଆପଣ ମାନଙ୍କୁ ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ ମହାନ ଆଚାର୍ଯ୍ୟ ଶୁକ୍ରାଚାର୍ଯ୍ୟ ନିଜ ନୀତିରେ କିଛି ଏମିତି ପୁରୁଷ ମାନଙ୍କ କଥା କହିଛନ୍ତି ଯେଉଁମାନେ ବହୁତ ବିର୍ଲୟ ଅଟନ୍ତି।ଅର୍ଥାତ ଦେଖିବାକୁ ଗଲେ ଏମିତି ପୁରୁଷ ସଂସାରରେ ବହୁତ କମ ହୋଇଥାନ୍ତି। ଆଉ ଏମାନଙ୍କର ସ୍ଥାନ ଦେଖିବାକୁ ଗଲେ ଦେବତା ମାନଙ୍କର ବରାବର ହୋଇଥାଏ।ଏମାନଙ୍କ ସହିତ ବିବାହ କରୁଥିବା ସ୍ତ୍ରୀ ସ୍ୱର୍ଗ ସୁଖ ସମାନ ସୁଖ ଭୋଗ କରିଥାଏ। ଆଉ ଏମାନଙ୍କ ପରିବାରର ପରିଜନ ଓ ବନ୍ଧୁବାନ୍ଧବି ବହୁତ ଖୁସି ଓ ସନ୍ତୁଷ୍ଟ ରହିଥାନ୍ତି।ଆଉ ଏମିତି ପୁରୁଷ ଖୋଜିଲେ ମଧ୍ୟ ମିଳିନଥାନ୍ତି। ଆଚାର୍ଯ୍ୟ ଶୁକ୍ରାଚାର୍ଯ୍ୟ ମନୁଷ୍ୟର କେତେ ପ୍ରକାରର ଲକ୍ଷଣ ବିଷୟରେ ନିଜ ନିତିରେ ପ୍ରକାଶ କରିଛନ୍ତି। ଆଉ ତାସହିତ କିପରି କୌଣସି ବ୍ୟକ୍ତିକୁ ନିଜ ଆଚରଣ ଦ୍ୱାରା ସଂସାରରେ ମାନ ସନମ୍ମାନ ଓ କୀର୍ତ୍ତି ଆଚରଣ ପାଇଥାଏ ସେବିଷୟରେ ମଧ୍ୟ ଵର୍ଣ୍ଣନା କରିଛନ୍ତି।

ଯଦି ଆପଣ ନିଜ ଜୀବନରେ ସଫଳ ଏବଂ କୀର୍ତ୍ତି ଅର୍ଜନ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ଶୁକ୍ରାଚାର୍ଯ୍ୟଙ୍କର ନୀତିବାଣୀ ନିଶ୍ଚିତଭାବରେ ପଢ଼ନ୍ତୁ। ଆଜି ଆମେ ଆପଣଙ୍କୁ କହିବୁ ଶୁକ୍ରାଚାର୍ଯ୍ୟଙ୍କ ଦ୍ୱାରା କୁହାଯାଇଥିବା ଏମିତି ଲକ୍ଷଣ ଥିବା ବ୍ୟକ୍ତିବିଶେଷଙ୍କ ବିଷୟରେ ଯିଏ ସଂସାରରେ ସର୍ବୋତ୍ତମ ହୋଇଥାଏ। ଆଉ ସଂସାରରେ ଏମାନଙ୍କ ଗଣନା ବହୁତ କମ ହୋଇଥାଏ ଆଉ ଏମାନଙ୍କ ଭଳି ଗୁଣବାନ ବ୍ୟକ୍ତି ଖୋଜିଲେ ମଧ୍ୟ ମିଳିନଥାଏ।ଆସନ୍ତୁ ଜାଣିବା କଣ କହୁଛନ୍ତି ଆଚାର୍ଯ୍ୟ ଶୁକ୍ରାଚାର୍ଯ୍ୟ।ଶୁକ୍ରାଚାର୍ଯ୍ୟ ନିଜ ଶ୍ଲୋକରେ କହିଛନ୍ତି:-
“ଅହଂ ଶହସ୍ତ୍ରପରାଧି କିମେକେନ ଭବେନ ମମ।
ମତ୍ବା ନାଘଂ ସ୍ମରେମଦିସଦ ବିନ୍ଦୁନା ପୁର୍ଯ୍ୟତେ ଘଟ।।

ଏଠାରେ ଶୁକ୍ରାଚାର୍ଯ୍ୟ ଜଣେ ସାଧାରଣ ପୁରୁଷର ଲକ୍ଷଣ ବିଷୟରେ ବର୍ଣ୍ଣନା କରିଛନ୍ତି। ଏମିତି ପୁରୁଷମାନେ ସଂସାରରେ ଭରି ରହିଛନ୍ତି ଆଉ ଏମାନେ ନିଜ ଜୀବନରେ କେବେ ହେଲେ ଉନ୍ନତି କରି ପାରିନଥାନ୍ତି ଆଉ ସାଧାରଣ ଜୀବନ ଜାପନ କରିଥାନ୍ତି ତଥା ଏମିତି ପୁରୁଷ ମାନଙ୍କର ଜୀବନରେ କୌଣସି ମୁଲ୍ୟ ନାହିଁ। ଯେଉଁମାନେ କୁହନ୍ତି ଅନ୍ୟମାନ ଅନେକ ଅନେକ ପାପ କରୀଛନ୍ତି ଆଉ ମୋ ପାପ ବହୁତ ଛୋଟ ଅଟେ। ଆଉ ଏହା ଦ୍ୱାରା କାହାର କଣ ଅନର୍ଥ ହେବ।ଆଉ ଏମିତି ସବୁ ଭାବି ଯେଉଁମାନେ ପାପ କରନ୍ତି ସେମାନେ ନିଜ ଜୀବନରେ କେବେ ହେଲେ ଉନ୍ନତି କରିପାରି ନଥାନ୍ତି। ଏମିତି ଭାଵିବା ଅନୁଚିତ ଅଟେ କାରଣ ଯେମିତି ବୁନ୍ଦା ବୁନ୍ଦା ଜଳରେ କଳସ ପୁର୍ଣ୍ଣ ହୋଇଥାଏ ସେମିତି ଅଳ୍ପ ଅଳ୍ପ ପାପର ଚିନ୍ତା କରିବା ଦ୍ୱରା ବ୍ୟକ୍ତି ପାପରେ ପରିପୂର୍ଣ୍ଣ ହୋଇଯାଏ।

ସେଥିପାଇଁ ଅନ୍ୟଲୋକଙ୍କ ପାପ ସହିତ ନିଜକୁ ତୁଳନା ନକରି,ସବୁବେଳେ ଭଲ କର୍ମ କରିବା ଉଚିତ।ତାପରେ ଶୁକ୍ରାଚାର୍ଯ୍ୟ ଏକ ଉତ୍ତମ ପୁରୁଷର ଵର୍ଣ୍ଣନା କରି କହିଛନ୍ତି ଯାହାକୁ ଖୋଜିଲେ ମଧ୍ୟ ସେ ମିଳିନଥାଏ।ଯେଉଁ ପୁରୁଷ ନିଜ ଖରାପ ଗୁଣକୁ ନିଜେ ସ୍ୱୀକାର କରିଥାଏ।ଆଉ ନିଜର ଖରାପ କାମ ପାଇଁ ବଳ ପୂର୍ବକ ଏହାର ପ୍ରାୟଶ୍ଚିତ କରିଥାଏ,ଅର୍ଥାତ ନିଜର ଖରାପ କାମକୁ ନିଜେ ଠିକ କରିଥାଏ। ଏମିତି ପୁରୁଷ ମାନେ ସଂସାରରେ ସର୍ବୋତ୍ତମ ହୋଇଥାନ୍ତି। ସିଧାସଳଖ କହିବାକୁ ଗଲେ ଯେଉଁ ପୁରୁଷ ନିଜ ମୁହଁରେ ଖରାପ କଥା କହି ସରିବା ପରେ ତାହାକୁ ନିଜେ ସ୍ୱୀକାର କରିଥାଏ।ଭୁଲ ବସତଃ ଅନ୍ୟ ସହିତ ଖରାପ ହୋଇଯାଏତ ତାର ପ୍ରାୟଶ୍ଚିତ ସେ କରିଥାଏ ତାହେଲେ ସେ ପୁରୁଷ ମହାନ ହୋଇଥାଏ। ଏହାର ବୀପରିତ ଯେଉଁ ପୁରୁଷ ନିଜର ପ୍ରଶଂସା ଶୁଣିଥାଏ। ଯିଏ ବଳ ପୂର୍ବକ ଅନୁଚିତ କାର୍ଯ୍ୟକୁ ସଠିକ ପ୍ରମାଣ କରିବାକୁ ଚେଷ୍ଟା କରିଥାଏ,ବିନା କାରଣରେ ଅନ୍ୟମାନଙ୍କ ହୃଦୟ ଭାଙ୍ଗିଥାଏ,ନିଜ କାର୍ଯ୍ୟ ଦ୍ଵାରା ଅନ୍ୟକୁ କଷ୍ଟ ଦେଇଥାଏ ଆଉ କେବେ ନିଜ ଦୋଷ ସ୍ୱୀକାର କରିନଥାଏ।ଏମିତି ପୁରୁଷ ଅତ୍ୟନ୍ତ ନୀଚ୍ଚ ହୋଇଥାଏ।

ଦ୍ଵିତୀୟ କଥା ଶୁକ୍ରାଚାର୍ଯ୍ୟ କହିଛନ୍ତି,ଯେଉଁ ପୁରୁଷ ନିଜ ପ୍ରୟାସରେ ସ୍ୱୟଂକୁ ଓ ସମାଜକୁ ଦୋଷ ମୁକ୍ତ କରିବାର ପ୍ରୟାସ କରିଥାଏ,ଆଉ ଭଲ ସଂସ୍କାର ପରିବ୍ୟାପ୍ତ କରିଥାଏ ସେହି ପୁରୁଷ ଉତ୍ତମ ହୋଇଥାଏ।ଯିଏ ରାସ୍ତାକୁ ଅସନା କରିନଥାଏ ଆଉ ଅନ୍ୟକୁ ଅସନା ନକରିବାକୁ ପ୍ରେରଣା ଦେଇଥାଏ ଏମିତି ପୁରୁଷ ବିର୍ଲୟ ହୋଇଥାଏ।ଆଗକୁ ଶୁକ୍ରାଚାର୍ଯ୍ୟ କହିଛନ୍ତି ଯିଏ ରାଜା,ଜ୍ଞାନୀ,କୁଳପତି ଓ ସଜ୍ଜନ ଲୋକଙ୍କର ଚୁଗୁଲି କରିନଥାଏ ବା ତାଙ୍କୁ ଖରାପ କହିନଥାଏ ନିଜର ଯୋଗ୍ୟତା ଥାଇ ମଧ୍ୟ ନିଜର ମର୍ଯ୍ୟାଦାର ଉଲଂଘନ କରିନଥାଏ ଅର୍ଥାତ ଯଦି କୌଣସି ପୁରୁଷ ଅନ୍ୟକୁ ନିଚ୍ଚା ଦେଖେଇ ହବା ପାଇଁ ନିଜର ଜ୍ଞାନର ପ୍ରଦର୍ଶନ କରିନଥାଏ ସେହି ପୁରୁଷ ଉତ୍ତମ ହୋଇଥାଏ।ଆଉ ଶେଷରେ ଶୁକ୍ରାଚାର୍ଯ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ନିଜର କ୍ରିୟା କଳାପର ଲେଖା ରଖିଥାଏ ଯେମିତି ସେ ଆଜି କଣ କଣ ଭଲ କାମ ଓ ଖରାପ କାମ କରିଛି ସେ ବ୍ୟକ୍ତି ନିଶ୍ଚିତ ଭାବରେ ନିଜର ଦୋଷ ଯୁକ୍ତ କର୍ମର ତ୍ୟାଗ କରିବାକୁ ଚେଷ୍ଟା କରିଥାଏ।ଦୋଷ ଛାଡି ଶ୍ରେଷ୍ଠ କର୍ମର ସଂଗ୍ରହ କରିବା ଦ୍ୱାରା ମଣିଷ ଦୁଖୀ ରହି ନଥାଏ କାହିଁକିନା ସେ ନିଜର କର୍ମ ପ୍ରତି ଆବୁବେଳେ ସଜାଗ ରହିଥାଏ ଆଉ ସଜାଗ ରହୁଥିବା ବ୍ୟକ୍ତି କେବେ ହେଲେ ଦୁଖୀ ରହିନଥାଏ।

Leave a Reply

Your email address will not be published. Required fields are marked *