ଯଦି ବିଦ୍ୟାର୍ଥୀ ପାଖରେ ଏହି ୭ ଟି ଲକ୍ଷଣ ଅଛି ତାହେଲେ ତାଉପରେ ଭଗବାନ ଗଣେଷଙ୍କ ଅପାର କୃପା ଅଛି..

Spread the love

ଯଦି ବିଦ୍ୟାର୍ଥୀ ମାନଙ୍କ ଭିତରେ ଏମିତି ଲକ୍ଷଣ ଅଛି ତାହେଲେ ଭଗବାନ ଗଣେଷ ତାଙ୍କ ଉପରେ ସବୁବେଳେ ପ୍ରସନ୍ନ ରହିଥାନ୍ତି। ଆପଣମାନେ ଜାଣିଥିବେ ଭଗବାନ ଗଣେଶ ଜ୍ଞାନ ଓ ବିଦ୍ୟାର ଅଧିଷ୍ଠାତା ଦେବତା ଅଟନ୍ତି। ସେ ମା ପାର୍ବତୀ ଓ ଭଗବାନ ଶିବଙ୍କର ପୁତ୍ର ଅଟନ୍ତି ଆଉ ତାଙ୍କର ବାହାନ ଢ଼ିଙ୍କ ନାମକ ମୂଷା ଅଟେ। ସେ ସବୁ ଗଣ ମାନଙ୍କର ସ୍ୱାମୀ ହୋଇଥିବାରୁ ତାଙ୍କୁ ଗଣପତି ମଧ୍ୟ କୁହାଯାଇଥାଏ। ଭଗବାନ ଗଣେଷଙ୍କର ମୁଣ୍ଡ ହାତୀର ହୋଇଥିବାରୁ ତାଙ୍କୁ ଗଜାନନ ମଧ୍ୟ କୁହାଯାଏ।ଯେଉଁବ୍ୟକ୍ତି ଉପରେ ଭଗବାନ ଗଣେଷଙ୍କର କୃପା ହୋଇଥାଏ ତାର ସବୁକାର୍ଯ୍ୟ ସିଦ୍ଧ ହୋଇଥାଏ ସେହି କାରଣରୁ କାର୍ଯ୍ୟ ସିଦ୍ଧିପାଇଁ ସର୍ଵ ପ୍ରଥମେ ଭଗବାନ ଗଣେଷଙ୍କର ପୂଜା କରାଯାଇଥାଏ।

ସବୁ ଦେବତାଙ୍କୁ ପୂଜା କରିବା ପୂର୍ବରୁ ଗଣେଶ ଭଗବାନଙ୍କ ଆଗ ପୂଜା କରିବାର ମାନ୍ୟତା ଅଛି।ଯଦି ବିଦ୍ୟାର୍ଥୀ ମାନେ ଭଗବାନ ଗଣେଷଙ୍କର ଅପାର ସଫଳତା ପାଇବାକୁ ଇଚ୍ଛା ଅଛି ତାହେଲେ ତାଙ୍କର ପୂଜା କରିବାର ଆଵଶ୍ୟକତା ଅଛି।ଭଗବାନ ଗଣେଶଙ୍କ ପୂଜା କରିବା ଦ୍ୱରା ତାଙ୍କ ମାର୍ଗରୁ ସବୁ ଦୁଃଖ ଓ କଷ୍ଟ ଦୁର ହୋଇଯିବ। ଏହାର କାରଣ ହେଲା ଭଗବାନ ଗଣେଶ ବିଘ୍ନ ହରତା ବୋଲି କହିଥାଉ।ଆଉ ଭଗବାନ ଗଣେଶଙ୍କ ଯଦି କୃପା ଆଵଶ୍ୟକତା ଅଛି ତାହେଲେ ତାଙ୍କୁ ମୋଦକ ଏବଂ ଦୁବ ଚଢେଇବାର ଆଵଶ୍ୟକତା ଅଛି। ଭଗବାନ ଗଣେଶଙ୍କର ପଛ ପଟରୁ ତାଙ୍କ ଦର୍ଶନ ନେବେ ନାହିଁ କାରଣ ଭଗବାନ ଗଣେଶଙ୍କ ପଛ ପଟରେ ଦରିଦ୍ରତା ବାସ କରିଥାଏ।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସେହି ବିଦ୍ୟାର୍ଥୀ ମାନଙ୍କ ବିଷୟରେ ଯାହାଉପରେ ଭଗବାନ ଗଣେଷ ସବୁବେଳେ ଦୟାବାନ ରହିଥାନ୍ତି।ଆଉ ଏମିତି ବିଦ୍ୟାର୍ଥୀ ଜୀବନରେ କେବେ ହେଲେ ଦୁଖୀ ହୋଇନଥାନ୍ତି।ଆଉ ଯଦି ଆପଣ ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତାହେଲେ ତାଙ୍କ ସାମ୍ନାରେ ନିଜ ଖାତାବହି ଆଦି ରଖି ତାଙ୍କର ପୂଜା ନିଶ୍ଚିନ୍ତ କରନ୍ତୁ।ଆଉ ‘ଓଁ ଗଣ ଗଣପତ୍ୟେ ନମଃ ଏହି ମନ୍ତ୍ରର ଜାପ ନିଶ୍ଚିତ କରନ୍ତୁ।ଆଉ ଭଗବାନ ଗଣେଷଙ୍କ ପାଖରେ ବୁଦ୍ଧିପ୍ରଦାନ କରିବାର ପ୍ରାର୍ଥନା ନିଶ୍ଚିତଭାବରେ କରନ୍ତୁ।ଆସନ୍ତୁ ଜାଣିବା ଭଗବାନ ଗଣେଷଙ୍କ କୃପା ପ୍ରାପ୍ତ ବ୍ୟକ୍ତି କିପରି ହୋଇଥାଏ ? ଭଗବାନ ଗଣେଶଙ୍କ କୃପା ପ୍ରାପ୍ତ ବ୍ୟକ୍ତି ମାନଙ୍କ ଭିତରେ ଅଳ୍ପ ବୟସରେ ଲକ୍ଷଣ ଦେଖାଯାଇଥାଏ।ପିଲାବେଳୁହିଁ ଏମିତି ବାଳକ ଅତ୍ୟନ୍ତ ଚଞ୍ଚଳ ଓ ଜିଜ୍ଞାସୁ ପ୍ରବୃତ୍ତିର ହୋଇଥାନ୍ତି।

ଛୋଟ ଛୋଟ କଥାରେ ଏମାନଙ୍କ ପ୍ରଶ୍ନ ପଚାରିବାର ଅଭ୍ୟାସ ଥାଏ।ଯଦି ବାଳକ ଜନ୍ମର ଗୋଟେ ବର୍ଷ ଭିତରେ ଉପରର ଆଗ ଦାନ୍ତ ବହାରକୁ ଆସିଥାଏ ସେ ଅତ୍ୟନ୍ତ ଶୁଭ ଓ ନାମ ଅର୍ଜନ କାରୀ ହୋଇଥାନ୍ତି।ଗଣେଶ ଭଗବାନଙ୍କ କୃପା ପ୍ରାପ୍ତ ବ୍ୟକ୍ତି ସ୍ୱାଦିଷ୍ଟ ଭୋଜନ ପାଇଁ ଲୋଭ କରିଥାନ୍ତି।ମିଠା ଜିନିଷ ଖାଇବା ଏମାନଙ୍କୁ ବହୁତ ଭଲ ଲାଗିଥାଏ।ଗଣେଶ ଭଗବାନଙ୍କ ପ୍ରିୟ ବିଦ୍ୟାର୍ଥୀ ବଡ଼ ମାନଙ୍କର ସନ୍ନମାନ କରିଥାନ୍ତି।ବଡ଼ ମାନଙ୍କୁ ଦେଖି ନିଜର ଆସନ ଛାଡି ଠିଆ ହୋଇଥାନ୍ତି ଆଉ ତାଙ୍କୁ ସ୍ଥାନ ଦେଇଥାନ୍ତି ଜାହାଦ୍ୱାର ସେମାନଙ୍କୁ ସମସ୍ତଙ୍କ ଠାରୁ ପ୍ରେମ ମିଳିଥାଏ।ଆଉ ଯାହାଦ୍ୱରା ତାଙ୍କୁ ସମସ୍ତଙ୍କ ପାଖରୁ ଭଲ ପାଇବା ଓ ଆଶୀର୍ବାଦ ମିଳିଥାଏ। ଏମିତି ବ୍ୟକ୍ତି ନିଜ ଖାତା ବହିର ସମ୍ମାନ କରିଥାନ୍ତି।

ଖାତା ଓ ବହିରେ ମା ସରସ୍ୱତୀ ଥିବାରୁ ଯଦି ସେଥିରେ ଭୁଲ ବସତ ଗୋଡ଼ ବାଜୁଛି ତାହେଲେ ତାକୁ ମୁଣ୍ଡରେ ମାରି ଭୁଲ ମାଗି ନିଅନ୍ତୁ।ଯଦି କୌଣସି ବିଦ୍ୟାର୍ଥୀର ନିଦ ସକାଳ ୪-୬ ଭିତରେ ଖୋଲୁଛି ତାହେଲେ ସେମାନେ ଭଗବାନ ଗଣେଶଙ୍କ କୃପା ପ୍ରାପ୍ତ ବ୍ୟକ୍ତି ହୋଇଥାନ୍ତି।ଏମିତି ବିଦ୍ୟାର୍ଥୀ ଅତ୍ୟନ୍ତ ବୁଦ୍ଧିମାନ ଓ ପାଠ ପଢ଼ାରେ ମନ ଲଗଉଥିବା ବିଦ୍ୟାର୍ଥୀ ହୋଇଥାନ୍ତି। ଭଗବାନ ଗଣେଶଙ୍କ କୃପା ପ୍ରାପ୍ତ ବ୍ୟକ୍ତି ଗୁରୁଙ୍କର ସନ୍ନମାନ କରିଥାଏ।ସେ ଭୁଲରେବି ଗୁରୁଙ୍କ ବିଷୟରେ ଅପଶବ୍ଦ କହିନଥାଏ। ଏହି ବିଦ୍ୟାର୍ଥୀ ମାନେ କ୍ରୋଧ,ଘୃଣା ଓ ହିଂସା ଠାରୁ ବଞ୍ଚିତ ହୋଇଥାନ୍ତି। ଯେଉଁମାନେ ଅତି ଭିଶଣ ପରିସ୍ଥିତିରେ ମଧ୍ୟ ନିଜ ମାର୍ଗରୁ ହଟି ନଥାନ୍ତି ଆଉ ପରିଶ୍ରମ କରିବା ଛାଡି ନଥାନ୍ତି ସେମିତି ବିଦ୍ୟାର୍ଥୀ ଭଗବାନ ଗଣେଷଙ୍କ ପ୍ରିୟ ହୋଇଥାନ୍ତି।

ଥଣ୍ଡା ହେଉ ଅବା ଗରମ ଏମିତି ବିଦ୍ୟାର୍ଥୀ ନିଜ ଅଭ୍ୟାସ ଜାରି ରଖିଥାନ୍ତି ଆଉ କେବେ କୌଣସି କଥାକୁ ନେଇ ପ୍ରତିବାଦ କରନ୍ତି ନାହିଁ।କୌଣସି ଜିନିଷକୁ ପ୍ରାପ୍ତ କରିବା ପାଇଁ ଏମିତି ବିଦ୍ୟାର୍ଥୀ ନିଜ ବାପା ମାଙ୍କୁ ହଇରାଣ କରି ନଥାନ୍ତି। ତଥା କୌଣସି ଜିନିଷ ପ୍ରତି ଅତ୍ୟଧିକ ଲୋଭ କରିନଥାନ୍ତି। ଏମିତି ବିଦ୍ୟାର୍ଥୀ ନିଜର ଆର୍ଥିକ ପରିସ୍ଥିତିକୁ ବହୁତ ଭଲ ଭାବରେ ଜାଣିଥାନ୍ତି ଆଉ ସେହି ହିସାବରେ ଆଚରଣ କରିଥାନ୍ତି।ଗରିବ ପରିସ୍ଥିତି ହେବା କାରଣରୁ ସେ ଦୁଖୀ ହୋଇନଥାନ୍ତି ଆଉ ଧନବାନ ହେବା ପରେ ମଧ୍ୟ ଗର୍ବ କରିନଥାନ୍ତି ଆଉ ଯଦି କୌଣସି ବିଦ୍ୟାର୍ଥୀ ନିଜର ଗରିବ ପରିସ୍ଥିତି ପାଇଁ ନିଜ ବାପା ମାଙ୍କୁ ଦୋଷ ନଦେଇ ନିଜେ ବହୁତ ପରିଶ୍ରମ କରିଥାଏ ତାହେଲେ ତାଉପରେ ଭଗବାନ ଗଣେଶଙ୍କ କୃପା ଥାଏ ଏମିତି ବିଦ୍ୟାର୍ଥୀ ଆଗକୁ ଯାଇ ବହୁତ ନାମ କମାନ୍ତି।ଗଣେଶ ଭଗବାନଙ୍କ ପ୍ରିୟ ବିଦ୍ୟାର୍ଥୀ ଅଧିକ ଭଲ ପାଇବାର ଅସଜଡ଼ା ହୋଇନଥାନ୍ତି ଆଉ ଅତ୍ୟଧିକ ଘୃଣା ମିଳିବା କାରଣରୁ ମଧ୍ୟସେ ପରିବର୍ତ୍ତନ ହୁଅନ୍ତି ନାହିଁ ଆଉ ଯେକୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ସେମାନଙ୍କ ପାଖରେ ବହୁତ ଶକ୍ତି ଥାଏ।

Leave a Reply

Your email address will not be published. Required fields are marked *