ପୁଣି ପାଦ ରୁ ମହୁ ଝରେଇଲେ ଭଣ୍ଡ Sarathi Baba ,ହେଲେ ଏଥର Kendrapada ବାରିମୂଳ ଆଶ୍ରମ ରେ ନୁହଁ ଏବେ ଢେଙ୍କାନାଳ ରେ ମହୁ ଝରେଇଲେ ସାରଥୀ,ଦେଖନ୍ତୁ କାହା ଘରେ ଝରୁଛି ମହୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କିଛି ବିଶେଷ କଥା ବିଷୟରେ ଆଲୋଚନା କରିବା।ଆପଣମାନେ ତ ବାବା ସାରଥୀଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ।ସାରଥୀ ଓଡିଶାର ଜଣେ ପ୍ରସିଦ୍ଧ ବାବା ଥିଲେ।ଅନେକ ଲୋକ ତାଙ୍କର ପୂଜା କରୁଥିଲେ ଏବଂ ତାଙ୍କୁ ସଂନ୍ମାନ ଦେଉଥିଲେ।ତାଙ୍କର ଏକ ସୋ ମଧ୍ୟ ଟିଭିରେ ଆସୁଥିଲା।ତାହାକୁ ମଧ୍ୟ ଲୋକ ଅଧିକ ପସନ୍ଦ କରୁଥିଲେ।ସାରଥୀଙ୍କୁ ବାବା ନୁହେଁ ଭଗବାନ ବୋଲି ମାନୁଥିଲେ।କିନ୍ତୁ ମଝିରେ ପୋଲିସ ଦ୍ୱାରା ସାରଥୀ ବାବା ଆରେଷ୍ଟ ହୋଇଥିଲେ।ଏବଂ ଜେଲରେ ଥିଲେ।

ସେହି ସମୟରେ ତଙ୍କର ସବୁ କାରନାମାର ପର୍ଦାଫାସ ହୋଇଥିଲା।ଅନେକ ଲୋକ ଜାଣିପାରିଥିଲେ ଏହି କଥା।କିନ୍ତୁ ତାହାପରେ ମଧ୍ୟ ଅନେକ ଲୋକ ଅଛନ୍ତି ଯିଏକି ସାରଥୀ ବାବାଙ୍କୁ ଏବେ ମଧ୍ୟ ନିଜର ଭଗବାନ ବୋଲି ମାନୁଛନ୍ତି ଏବଂ ପୂଜା ମଧ୍ୟ କରୁଛନ୍ତି।ଆଜିର ଏହି ଆର୍ଟିକିଲରେ ଆମେ ସାରଥୀଙ୍କର ସେହିଭଳି ଏକ ଭକ୍ତଙ୍କ ବିଷୟରେ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଭାବରେ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।

ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ପୁଣି ଚର୍ଚ୍ଚାରେ ସାରଥୀ।ଏଥର କିନ୍ତୁ କେନ୍ଦ୍ରାପଡା ନୁହେଁ।ବରଂ ଢେଙ୍କାନାଳ ଜିଲ୍ଲାର ଏକ ଗ୍ରାମରେ ଦେଖିବାକୁ ମିଳିଛି ସାରଥୀ ପ୍ରେମଏଠି କୁଆଡେ ସାରଥୀଙ୍କ ଫଟୋରୁ ଝରୁଛି ବିଭୁତି ଏବଂ ଗଙ୍ଗାଜଳ।ଏହି ଦୃଶ୍ୟ ଦେଖିବାପାଇଁ ଆଖ ପାଖ ଅଞ୍ଚଳରୁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି।ସ୍ଥାନୀୟ ବାସିନ୍ଦା ନୁହେଁ।ବରଂ ଅନୁଗୁଳ, ଆଠମାଲିକ, ତାଳଚେର ଆଦି ସ୍ଥାନରୁ ମଧ୍ୟ ଲୋକଙ୍କସୁଅ ଛୁଟୁଛି।

ତାଙ୍କ କହିବା ଅନୁସାରେ ତାଙ୍କ ଘରେ ଗଙ୍ଗା ଲୀଳା ଚାଲିଛିଜ଼ ବିଭୁତି ଲୀଳା ଚାଲିଛି। ମାଖନ ଏବଂ ବିଭୁତି ମଧ୍ୟ ବାହାରୁଛି।ପ୍ରଭୁଙ୍କୁ ପ୍ରସାଦ ଦେଲେ ସେ ତାହା ମଧ୍ୟ ଗ୍ରହଣ କରୁଛନ୍ତି।ସେ ସକାଳ ସାତଟା ସମୟରେ ଭୋଗ ଦେଉଛନ୍ତି, ଏବଂ ତାହା ପରେ ଅରୁଆ ଅର୍ଣ୍ଣ ଭୋଗ ଦେଉଛନ୍ତି ଏବଂ ରାତ୍ରିରେ ମଧ୍ୟ ଭୋଗ ଦେଉଛନ୍ତି।ବହୁ ଜାଗରୁଏବଂ ଅନେକ ସମୟରେ ଲୋକ ଆସି ତାଙ୍କ ଘରେ ଦର୍ଶନ କରି ଯାଉଛନ୍ତି।

ଅଜକୁ ଦଶ ଦିନ ତଳେ ଖଲି ପହଳ ଗ୍ରାମର ସୁକାନ୍ତ କୁମାର ନାଥ ଶର୍ମାଙ୍କ ଘରେ ଥିବା ସାରଥୀଙ୍କ ଫଟୋରୁ ବିଭୁତି ବାହାରିବା ସହିତ ଗଙ୍ଗାଜଳର ଏକ ସ୍ରୋତ ବାହାରିଥିଲା ବୋଲି ସୁକାନ୍ତ ନିଜେ କହିଛନ୍ତି।ଏଥି ସହିତ ତାଙ୍କ ଫଟୋରୁ ମହୁ ଏବଂ ତାଙ୍କୁ ଦିଆ ଯାଉଥିବା ଖାଦ୍ୟ ଗୁଡିକ ଉଭାନ ହୋଇଯାଉଥିବାର କହିଛନ୍ତି ସ୍ଥାନୀୟ ଲୋକ ଏବଂ ସୁକାନ୍ତଙ୍କ ପରିବାର ଲୋକ।ଯାହାକୁ ନେଇ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।

ସେଠାକୁ ଆସିଥିବା ଜଣେ ବ୍ୟକ୍ତି କହିଲେ ଯେ ଜଣଙ୍କ ଠାରୁ ଏହା ଶୁଣିବାକୁ ପାଇଁଥିଲେ ଏବଂ ସେ ଭଗବାନଙ୍କ ଠାରେ ବିଶ୍ବାସ କରନ୍ତି।ଏବଂ ତାଙ୍କର ଆଗ୍ରହ ହେବା କାରଣରୁ ସେ ଆସିଲେ।ବିଭୁତି ଏବଂ ମାଖନ ବାହାରୁଛି ଏବଂ ଏହା ସବୁ ସେ ଦେଖିଲେ।ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି ଆଜିକୁ ଦଶ ଦିନ ହୋଇଗଲା।ପ୍ରଭୁଙ୍କ ବିଗ୍ରହରୁ ମହୁ ଝରୁଛି, ବିଭୁତି ବାହାରୁଛି ଏବଂ ପ୍ରଭୁ ପ୍ରସାଦ ମଧ୍ୟ ଖାଉଛନ୍ତି।ସେ ତାହା ଦେଖିଛନ୍ତି।ଏହି କଥା ସମସ୍ତିଙ୍କୁ ଚକିତ କରିଛି।ଏବଂ ଏହା ଆଧ୍ୟାତ୍ମିକ ଭାବନାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *