ପେଟ କମେଇବାର ଅଛି କି,ତେବେ କରନ୍ତୁ ଏହି Exercises,ଜାଣନ୍ତୁ କିପରି କରିବେ ଏହାକୁ ଓ ଅଳ୍ପ ଦିନ ରେ କମିଯିବ ପେଟ…ଦେଖନ୍ତୁ Video

Spread the love

ଶରୀର ଓ ସ୍ୱାସ୍ଥ୍ୟ ପରସ୍ପର ପାଇଁ ଏକାନ୍ତ ଆବଶ୍ୟକ। ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ସୌନ୍ଦର୍ଯ୍ୟ ମନୁଷ୍ୟ ପାଇଁ ଜରୁରୀ ଅଟେ।ଆଜିକାଲି ସମୟରେ ମେଦ ବହୁଳତା, ମୋଟାପଣ, ପେଟ ବଢିବା ଆଦି ସମସ୍ୟା ପ୍ରାୟତଃ ଦେଖା ଦେଉଛି। ଛୋଟ ଶିଶୁ ଠାରୁ ଆରମ୍ଭ କରି ଜଣେ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି ଭଳି ଭାବରେ ଜୀବନ ଅତିବାହିତ କରୁଛନ୍ତି। ଏହାର ଅନେକ କୁ ପ୍ରଭାଵ ଶରୀରର ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡୁଛି। ଅତି ଛୋଟ ରୋଗ ହେଲେ ମଧ୍ୟ ସେଥିରୁ ଆରୋଗ୍ୟ ଲାଭ କରିବା ମନୁଷ୍ୟ ପାଇଁ କଷ୍ଟସାଧ୍ୟ ହୋଇ ପଡୁଛି।

ତେବେ ଆସନ୍ତୁ ଜାଣିବା କିପରି ନିଜର ପେଟ କମାଇବେ।ପେଟ କମାଇବା ପାଇଁ ସାଧାରଣତଃ କ୍ରଞ୍ଚେସ ବ୍ୟାୟାମ କରିବା ଜରୁରୀ। ଏହା ମାତ୍ରାଧିକ ଭାବରେ ମେଦ ବହୁଳତା ଏବଂ ମୋଟାପଣକୁ କମାଇଥାଏ। ପ୍ରଥମେ ଏକ ସଫା ସ୍ଥାନରେ ସିଧା ମୁହଁ ଉପରକୁ କରି ଶୋଇ ଯାଆନ୍ତୁ। ଏହାପରେ ଧୀରେ ଧୀରେ ଗୋଡ଼କୁ ଭାଙ୍ଗି ରଖନ୍ତୁ।

ଏହାପରେ ନିଜର ଦୁଇ ହାତକୁ ପଛକୁ ଦିଅନ୍ତୁ। ବର୍ତ୍ତମାନ ଧୀରେ ଧୀରେ ନିଜ ଅଧା ଶରୀରକୁ ଉପରକୁ ଉଠାନ୍ତୁ ଯେପରିକି ନିଜ ନାକ ନିଜ ଆଣ୍ଠୁ ପାଖରେ ଲାଗିବ। ଏହି ବ୍ୟାୟାମକୁ ୧୫ ରୁ ୨୦ ଥର କରନ୍ତୁ। ଏହା ଦ୍ୱାରା ଶରୀରରେ ଫ୍ୟାଟନେସ କମିଯିବ।ଦ୍ଵିତୀୟ ଆସନ ହେଉଛି ଲେଗ ରାଇଜ। ପ୍ରଥମେ ସିଧା ହୋଇ ଶୋଇ ପଡନ୍ତୁ

ଏବଂ ହାତକୁ ଦୁଇ ଜଙ୍ଘ ପାର୍ଶ୍ଵରେ ରଖନ୍ତୁ। ନିଜ ଦୁଇ ଗୋଡ଼କୁ ଏକ ସାଙ୍ଗରେ ଉପରକୁ ଉଠାନ୍ତୁ। ଏହାକୁ ୫ ମିନିଟ ପର୍ଯ୍ୟନ୍ତ କରନ୍ତୁ। ଏହା ଦ୍ୱାରା ଶରୀରର ତଳ ପାର୍ଶ୍ଵରେ ଥିବା ଫ୍ୟାଟ କମିଥାଏ। ଏକ ସ୍ଥାନରେ ସିଧା ଉପରକୁ ଚାହିଁ ଶୋଇ ରୁହନ୍ତୁ। ଏହାପରେ ସାଇଡ ଟଚ କରନ୍ତୁ। ଏହା ଦ୍ୱାରା ଶରୀରର ପେଟର ଦୁଇ ପାର୍ଶ୍ଵର ଚର୍ବି ଅଂଶ କମିଥାଏ।

ଏହାପରେ ଫ୍ଲାଙ୍କ କରନ୍ତୁ। ଏକ ସଫା ଜାଗା ଦେଖି ପେଟ ମାଡି ଶୁଅନ୍ତୁ। ଏହାପରେ ପୁସ-ଅପ ପୋଜିସନରେ ରୁହନ୍ତୁ ତଳେ ନିଜ କହୁଣୀ ଏବଂ ଅଧା ହାତ ଲଗାଇ ନିଜ ସମ୍ପୂର୍ଣ୍ଣ ଶରୀରକୁ ଉପରେ ରଖିବାକୁ ଚେଷ୍ଟା କରନ୍ତୁ। ଏହାକୁ କିଛି ସମୟ ପର୍ଯ୍ୟନ୍ତ କରିବାକୁ ଚେଷ୍ଟା କରନ୍ତୁ। ଏହା ଦ୍ୱାରା ଶରୀରର ପେଟରେ ଥିବା ଚର୍ବି ଅଂଶ କମିଥାଏ।

Leave a Reply

Your email address will not be published. Required fields are marked *