ଚଳିତ ବର୍ଷ ଦୋଳ (Doola) ପୂର୍ଣ୍ଣିମା ଏହି ରାଶିର ଲୋକଙ୍କ ପାଇଁ ରହିବ ଆଶ୍ଚର୍ଯ୍ୟକର ଘଟଣା,ଜାଣନ୍ତୁ କଣ କଣ ହୋଇପାରେ ଏହି ରାଶିର ବ୍ୟକ୍ତିମାନଙ୍କର..

Spread the love

ଦଶହରା ଠାରୁ ଆରମ୍ଭ କରି ଦୋଳଯାତ୍ରା ପର୍ଯ୍ୟନ୍ତ ସମସ୍ତ ଉତ୍ସବ ଓଡିଆମାନେ ଅତି ଧୁମଧାମରେ ସମସ୍ତେ ପାଳନ କରିଥାନ୍ତି। ଚଳିତ ମାସର ଦୋଳ ପର୍ବ ମାର୍ଚ୍ଚ ମାସ ୧୮ ତାରିଖରେ ପଡ଼ିବାକୁ ଯାଉଛି। ସେଥିପାଇଁ ଏହି ଦିନ ସମସ୍ତ ଓଡିଶାବାସୀଙ୍କ ପାଇଁ ଖୁସିର ଦିନ ଅଟେ। ମାତ୍ର ଏହି ଦିନ ଗ୍ରହ ମାନଙ୍କ ଚାଳନ ଲୋକମାନଙ୍କ ଯିବନଶୈଳୀକୁ ପ୍ରଭାବିତ କରିଥାଏ। ତେବେ ଆସନ୍ତୁ ଜାଣିବା ଏହି ବର୍ଷ ଦୋଳ ପୂର୍ଣ୍ଣିମା କେଉଁମାନଙ୍କ ପାଇଁ କଣ ରହିଛି।

ଚଳିତ ବର୍ଷ ଦୋଳ ପୂର୍ଣ୍ଣିମା ମାର୍ଚ୍ଚ ମାସ ୧୮ ତାରିଖ ଶୁକ୍ରବାରରେ ପଡୁଛି। ଏହି ଦିନ ଅନେକ ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ସମୟ ରହିଛି। କିଛି ରାଶିର ଲୋକମାନଙ୍କ ପାଇଁ ଏହି ଦିନ ଧନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି। ଫାଲଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ଠାରୁ ଏହି ପର୍ବ ଆରମ୍ଭ ହୋଇ ପୂର୍ଣ୍ଣିମା ଦିନ ଶେଷ ହୋଇଥାଏ।

ଏହି ଦିନରେ ଭଗବାନ ଶ୍ରୀକୃଷ୍ଣ ଏବଂ ରାଧା ମାଆଙ୍କୁ ଦୋଳରେ ବସାଇ ନଗର ପରିକ୍ରମା କରାଯାଏ ଏବଂ ପ୍ରସାଦ ଲାଗୁ କରା ଯାଇଥାଏ। ଫଗୁ ଦଶମୀ ଦିନ ଭଗବାନ ଏବଂ ମାଆଙ୍କୁ ଦୋଳରେ ବସାଇ ବୁଲା ଯାଇଥାଏ।ଏହି ବର୍ଷର ଦୋଳ ପୂର୍ଣ୍ଣିମାର ଶୁଭ ଯୋଗ ଏହି ରାଶି ମାନଙ୍କୁ ମିଳିବାକୁ ଯାଉଛି। ମକର ରାଶିର ଯୋଗରେ ଗ୍ରହର ଚଳନ ହେତୁ ଏହି ରାଶିର ଲୋକଙ୍କ ପାଇଁ ଶୁଭ ଅଟେ।

ଶୁକ୍ରବାର ମା ଲକ୍ଷ୍ମୀଙ୍କ ବାର ହୋଇଥିବାରୁ ପ୍ରତ୍ୟେକ ରାଶିଙ୍କ ପାଇଁ ଧନ ଯୋଗ ରହିଛି। ଏହି ଦୋଳ ପୂର୍ଣ୍ଣିମାରେ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ଅନେକ ବ୍ୟକ୍ତି ବିଶେଷଙ୍କ ଉପରେ ରହିଛି। ଏହି ଦିନ ଶନି, ଶୁକ୍ର, ବୁଧ ଗୋଟିଏ ରାଶି ମକର ରାଶିରେ ରହିବେ। ତା ସହିତ ଅନେକ ସଂଯୋଗ ରହିଛି।ବୃଷ ରାଶିର ଲୋକ ମାନଙ୍କ ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ରହିଛି।

ତେଣୁ ଚାକିରୀରେ ପଦୋନ୍ନତି, ଧନ ପ୍ରାପ୍ତି , ଆୟରେ ବୃଦ୍ଧି ଆଦି ଦେଖିବାକୁ ମିଳିବ। ବିଜନେସ ଵ୍ୟାପାରରେ ଦୁଇ ଗୁଣ ଲାଭ ଦେଖିବାକୁ ମିଳିବ। ବିବାହ ହେବାକୁ ଥିଲେ, ତବ ଯଥାଶୀଘ୍ର ହୋଇଯିବ।କନ୍ୟା ରାଶି ବ୍ୟକ୍ତିଙ୍କ ପାଇଁ ଏହି ଦୋଳ ପୂର୍ଣ୍ଣିମାରେ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ରହିଛି। ଧନ ଲାଭ, ଚାକିରିରେ ବୃଦ୍ଧି ଇତ୍ୟାଦି ଯୋଗ ରହିଛି।

ପାରିବାରିକ ସମସ୍ୟା ଦୁରୀଭୂତ ହୋଇଯିବ। ନିଜ ବିଜନେସରେ ବହୁତ ଆଗକୁ ଅଗ୍ରସର ହେବେ।ସିଂହ ରାଶି ବ୍ୟକ୍ତିଙ୍କୁ ଏହି ଦିନ ଶୁଭ ଏବଂ ଖୁସି ଖବର ମିଳିବାକୁ ଯାଉଛି। ଏହି ଦିନ ଧନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି। ଅଧୁରା କାର୍ଯ୍ୟ ପୂରଣ ହୋଇଯିବ। ଭଗବାନ ଶ୍ରୀକୃଷ୍ଣ କୃପାରୁ ଜମିବାଡି କଳହ ମଧ୍ୟ ସମାଧାନ ହୋଇଯିବ।

ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ଦୋଳ ପୂର୍ଣ୍ଣିମା ଅତି ଶୁଭ ପ୍ରଦାୟକ ରହିଛି। ଧନ ପ୍ରାପ୍ତି, ବଡ଼ କମ୍ପାନୀରେ ଚାକିରୀ, ବିଜନେସରେ ଅଗ୍ରଗତି ଇତ୍ୟାଦି। କୁମ୍ଭ ରାଶିର ବ୍ୟକ୍ତିଙ୍କ ଉପରେ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ରହିଛି। ଏହି ଦୋଳ ପୂର୍ଣ୍ଣିମା ଦିନ ଠାରୁ ଆୟରେ ବୃଦ୍ଧି, ଧନ ପ୍ରାପ୍ତି, ଅଟକି ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଇତ୍ୟାଦି ଘଟିବ।

Leave a Reply

Your email address will not be published. Required fields are marked *