ଏହି ଗୋଟିଏ ପତ୍ର ଆପଣଙ୍କୁ 100 ବର୍ଷ ପର୍ଯ୍ୟନ୍ତ ରଖିବ Young,ଜୀବନରେ କେବେ ବୁଢାପା ଛୁଇଁବନି ଆପଣଙ୍କ ପାଖ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା।ଆଜି କାଲିର ଯୁବ ପିଢ଼ି ମାନଙ୍କ ଠାରେ କୁଞ୍ଚିତ ତ୍ୱଚା ଏବେ ବହୁତ ବଡ଼ ସମସ୍ୟା ଦେଖା ଦେଲାଣି।ଖାଦ୍ୟରେ ପୋଷଣର ଅଭାବ ଏବଂ ବ୍ୟସ୍ତ ବହୁଳ ଜୀବନଶୈଳୀ ହିସାବରେ ଆମେ ଆମ ପୋଷଣରେ ଧ୍ୟାନ ଦେଇ ପାରି ନଥାଉ।ତେଣୁ ବହୁତ କମ ବୟସରୁ ଯୁବକ, ଯୁବତୀ ମାନଙ୍କ ଚେହେରାରେ ଚର୍ମ କୁଞ୍ଚନ ଭଳି ସମସ୍ୟା ଦେଖା ଦେଇଥାଏ।ଏବଂ ଖୁବ ଶୀଘ୍ର ବାର୍ଦ୍ଧକ୍ୟ ମାଡି ବସିଥାଏ।

ଆଜିର ଆର୍ଟିକିଲରେ ଆମେ ଏକ ଘରୋଇ ଉପଚାର ବିଷୟରେ ଜାଣିବା।ଯାହାର ବ୍ୟବହାର ଦ୍ୱାରା ଚର୍ମ କୁଞ୍ଚନ ଭଳି ସମସ୍ୟା ଆପଣଙ୍କ ପାଖ ମଦିବ ନାହିଁ।ଏବଂ ଆପଣଙ୍କ ଚେହେରାରେ ସବୁ ବେଳେ ଯୁବାବସ୍ଥାର ଝଲକ ଦେଖିବାକୁ ମିଳିବ।ସେଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ।

ସାଙ୍ଗମାନେ ତୁଳସୀର ଗଛ ଆମ ସମସ୍ତଙ୍କ ଘରେ ଦେଖିବାକୁ ମିଳିଥାଏ।କିଛି ଲୋକ ଧାର୍ମିକ ମାନ୍ୟତା କାରଣରୁ ତୁଳସୀ ଗଛ ରଖିଥିବା ବେଳେ ଆଉ କିଛି ଲୋକ ଔଷଧୀୟ ଗୁଣ କାରଣରୁ ତୁଳସୀର ଗଛ ରଖିଥାନ୍ତି।ତୁଳସୀର ପତ୍ର ଆମ ଚର୍ମ ପାଇଁ ରାମ ବାଣ ଔଷଧ ହୋଇଥାଏ।ଏବଂ ଆପଣଙ୍କ ଚର୍ମ କୁଞ୍ଚନ ଉଭେଇ ଯାଇଥାଏ।ଯାହାଦ୍ୱାରା ଆପଣ ଯେତେ ବୟସ୍କ ହୁଅନ୍ତୁ ନା କାହିଁକି ଆପଣ ଯୁବକ ଭଳି ଦେଖାଯାଇଥାନ୍ତି।

ଚର୍ମ କୁଞ୍ଚନ ଦୂର କରିବା ପାଇଁ ଆପଣ ତୁଳସୀ ପାଉଡର ବ୍ୟବହାର କରିପାରିବେ।ତୁଳସୀ ପତ୍ରକୁ ଗ୍ରାଇଣ୍ଡିଙ୍ଗ କରି ସେଥିରେ ପାଣି ମିଶାଇ ପେଷ୍ଟ ବନାନ୍ତୁ ଏବଂ ତାହାକୁ ଚେହେରାରେ ଲଗାନ୍ତୁ ଏବେ ଏହି ପେଷ୍ଟକୁ ଚେହେରାରେ ଲଗାନ୍ତୁ।ଏବଂ ତାହା ପରେ ତାହାକୁ ନେଇ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।ଏହାର ବ୍ୟବହାର ଦ୍ୱାରା ଆପଣଙ୍କ ସ୍କିନ ଟାଇଟ ହୋଇଯିବ।

ଏବଂ ଚର୍ମ କୁଞ୍ଚନ ବା ରିଙ୍କିଲସ ଭଳି ସମସ୍ୟା ଦୂର ହୋଇଯିବ।ଏବଂ ଆପଣ ଯୁବକ ଭଳି ଦେଖାଯିବାକୁ ଲାଗିବେ।ଏହା ଆପଣଙ୍କ ବ୍ରଣ ସମସ୍ୟାକୁ ମଧ୍ୟ ଦୂର କରିଥାଏ।ଆଜି କାଲିର ଯୁବ ପିଢ଼ି ମାନେ ଶାରୀରିକ ପରିଶ୍ରମ କରୁ ନାହାନ୍ତି।ଏବଂ ଜଙ୍କ ଫୁଡ଼ର ବ୍ୟବହାର ଦ୍ୱାରା ରକ୍ତ ଦୂଷିତ ହୋଇଥାଏ।ଏବଂ ଆମ ଚେହେରାରେ ବ୍ରଣ ଦେଖାଯିବାକୁ ଲାଗେ।

ଏଥିପାଇଁ ଆପଣ ତୁଳସୀ ପାଉଡର, ଏବଂ କମଳା ଏବଂ ଲେମ୍ବୁ ଚୋପାର ପାଉଡରକୁ ଗୋଲାପ ଜଳରେ ଏହି ପେଷ୍ଟକୁ ପ୍ରତିଦିନ ଚେହେରାରେ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଲଗାନ୍ତୁ ଏହାକୁ ଏକ ସପ୍ତାହ ପର୍ଯ୍ୟନ୍ତ କରିବା ଦ୍ୱାରା ଆପଣଙ୍କ ବ୍ରଣ ଦୂର ହୋଇଯିବ।

ଯଦି ଆପଣଙ୍କ କେସ ଝଡୁଛି ବା କମ ବୟସରୁ କେସ ପସିବାକୁ ଲାଗୁଛି ତେବେ ତୁଳସୀର ପାଉଡର ବା ଅଁଳା ପାଉଡରକୁ ସମାନ ମାତ୍ରାରେ ନେଇ ପାଣି ସାହାଯ୍ୟରେ ଏକ ପେଷ୍ଟ ବନାନ୍ତୁ ଏବଂ ଏହି ପେଷ୍ଟକୁ ଆପଣ ଆପଣଙ୍କ କେସରେ ଲଗାନ୍ତୁ ଆଉ ୧୫ ମିନିଟ ପରେ ଧୋଇ ଦିଅନ୍ତୁ।ଏହାକୁ ଲଗାତାର ବ୍ୟବହାର କରିବା ଦ୍ୱାରା କେସ ଜନିତ ସମସ୍ତ ସମସ୍ୟା ଦୂର ଜୋଇଯିବ।

Leave a Reply

Your email address will not be published. Required fields are marked *