ଲୁଣକୁ ଘରର ଏହି ସ୍ଥାନରେ ରଖିଲେ ଘରର ଆର୍ଥିକ ଅବସ୍ଥା ସୁଦୃଢ ହୋଇଥାଏ – ଏହି କଥା ଜାଣିରଖନ୍ତୁ

Spread the love

ଆମେ ଆମ ଜୀବନରେ ସନ୍ତୁଳନ କିପରି ଭାବରେ ରକ୍ଷା କରିବା ଏହା ଲୁଣ ଠାରୁ ଶିକ୍ଷା କରିବା ଆବଶ୍ୟକ।କାରଣ ଆମେ ଯେତେବେଳେ କୌଣସି ଖାଦ୍ୟ ପ୍ରସ୍ତୁତ କରିଥାଉ ସେହି ସମୟରେ ଆମେ ଯଦି ଆବଶ୍ୟକତା ଠାରୁ କମ ବା ଅଧିକ ଲୁଣ ପକାଇଥାଉ ସେତେବେଳେ ଆମ ଖାଦ୍ୟର ସ୍ବାଦ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥାଏ।ଏହା ସହିତ ଆମ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଲୁଣର ମହତ୍ତ୍ଵ ସମ୍ପର୍କରେ ଅନେକ କଥା ବର୍ଣ୍ଣନା କରାଯାଇଛି ଓ ବିଜ୍ଞାନ ଅନୁସାରେ ଲୁଣ ଆମ ଶରୀରର ଅନେକ ଉପକାର କରିଥାଏ।

ଏହା ସହିତ ଏହା ଆମ ମସ୍ତିଷ୍କକୁ ଉପଯୁକ୍ତ ପୋଷଣ ଯୋଗାଇବାରେ ସହାୟକ ହୋଇଥାଏ।ଏହା ସହିତ ଶାସ୍ତ୍ର ଅନୁସାରେ ଲୁଣର ଉପଯୁକ୍ତ ବ୍ୟବହାର କରିବା ଫଳରେ ଆମ ଶରୀରକୁ ଉପଯୁକ୍ତ ପୋଷଣ ମଧ୍ୟ ମିଳିଥାଏ।ତେବେ ଅଳ୍ପ ଲୁଣରେ ମଧ୍ୟ ଏପରି ଶକ୍ତି ରହିଛି ଯାହା ଗୋଟିଏ ଗରିବକୁ ମଧ୍ୟ ରାଜା କରି ଦେଇପାରେ।ଲୁଣ ସକାରାତ୍ମକ ଶକ୍ତିର ଭଣ୍ଡାର ହୋଇଥାଏ।ଏହା ଆମ ଶରୀରରୁ ନକାରାତ୍ମକ ଶକ୍ତିକୁ ବାହାର କରି ଦେଇଥାଏ।ଯଦି ଆମେ ପାତ୍ରରେ ଲୁଣ ଭର୍ତି କରି ଘରର ଚାରିପାଖରେ ରଖିବା ତେବେ ଏହା ଆମ ଘରକୁ ନକାରାତ୍ମକ ଶକ୍ତି ପ୍ରେବେସ କରାଇ ଦିଏ ନାହିଁ।

ଏହା ସହିତ ଆମେ ଘର ପୋଛିଲା ସମୟରେ ଯଦି ସେହି ପାଣିରେ ଅଳ୍ପ ଲୁଣ ପକାଇ ଏହି ପାଣିରେ ଘର ପୋଛିବା ତେବେ ଆମ ଘରେ ସକାରାତ୍ମକ ଶକ୍ତି ରହିଥାଏ।ଯଦି ଆପଣଙ୍କ ଘରେ ବାରମ୍ବାର ଛୋଟ ଛୋଟ କଥାକୁ ନେଇ ଝଗଡ଼ା ହୋଇଥାଏ ତେବେ ଲୁଣର ଏହି ଉପାୟ ବ୍ୟବହାର କରିବା ଫଳରେ ଘରେ ଶାନ୍ତି ରହିଥାଏ।ଏହା ସହିତ ଯଦି ଘରର ଗାଧୁଆ ଘର କୌଣସି ବାସ୍ତୁ ଦୋଷ ରହିଥାଏ ତେବେ ଘରର ସଦସ୍ୟମାନେ ଧୀରେ ଧୀରେ ରୋଗରେ ପଡ଼ିବା ଆରମ୍ଭ କରିଥାନ୍ତି ଏହା ସହିତ ସେମାନଙ୍କ ସ୍ଵାସ୍ଥ୍ୟ ସର୍ବଦା ଖରାପ ରହିଥାଏ।

ତେବେ ଗାଧୁଆ ଘରେ ଏକ କାଚ ପାତ୍ରରେ ଲୁଣ ଭର୍ତି କରି ରଖିବା ସହିତ ପ୍ରତି ସପ୍ତାହରେ ଏହି ଲୁଣକୁ ପରିବର୍ତ୍ତନ କରି ନୂତନ ଲୁଣ ରଖିବା ଫଳରେ ଘରର ଏହି ସମସ୍ତ ସମସ୍ୟା ଦୂର ହୋଇଥାଏ ଏହା ସହିତ ଘରର ଆର୍ଥିକ ଅବସ୍ଥା ମଧ୍ୟ ଦୃଢ଼ ହୋଇଥାଏ।ଆମ ଘରର ମୁଖ୍ୟ ଦ୍ଵାରା ଦେଇ ଅନେକ ନକରାତ୍ମକ ଶକ୍ତି ପ୍ରେବେଶ କରିପାରେ ସେଥିପାଇଁ ମୁଖ୍ୟ ଦ୍ଵାରରେ ଏକ ଲାଲ କପଡ଼ାରେ ଲୁଣ ବାନ୍ଧି ଟାଙ୍ଗିବା ଫଳରେ ଘର ମଧ୍ୟକୁ ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ ଓ ସମସ୍ତ ନକାରାତ୍ମକ ଶକ୍ତି ମୁଖ୍ୟ ଦ୍ଵାରା ନିକଟରେ ରହି ଯାଇଥାଏ।

ଏହା ସହିତ ଲୁଣକୁ ଛୋଟ ପିଲାମାନଙ୍କର ନଜର ଉତାରିବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ।ଏହା ସହିତ ଲୁଣ ଏକ ସମ୍ପୂର୍ଣ୍ଣ ସକାରାତ୍ମକ ପ୍ରଦର୍ଥ ହୋଇଥିବାରୁ ଏହା ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତିକୁ ନାଶ କରିଥାଏ।ଯଦି ଆପଣଙ୍କୁ ରାତିରେ ଠିକରେ ନିଦ ହେଉନାହିଁ ବା ରାତିରେ ଆପଣଙ୍କ ନିଦ ବାରମ୍ବାର ଭାଙ୍ଗି ଯାଉଛି ତେବେ ଆପଣ ଲୁଣର ବ୍ୟବହାର କରିବା ଫଳରେ ଆପଙ୍କର ଏହି ସମସ୍ୟାର ସମାଧାନ କରି ପାରିବେ।

Leave a Reply

Your email address will not be published. Required fields are marked *