ଓଡ଼ିଆ ବଡ ଓଡ଼ିଆ ହିରୋଇନ ମାନେ ବିବାହ ପରେ ଅଭିନୟ ଛାଡି ଦେଇଛନ୍ତି – ୪ ନମ୍ବର ଙ୍କୁ ଦେଖିଲେ ଆପଣ ମଧ୍ୟ କହିବେ ହେ ଭଗବାନ..

Spread the love

ଆମ ଓଲିଉଡ ଜଗତରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କୁ ନିଜର ବିବାହ ପରେ ନିଜର ଅଭିନୟ ଜୀବନ ଛାଡ଼ିବାକୁ ପଡ଼ିଛି।ସେମାନେ ନିଜର ବିବାହ ପୂର୍ବରୁ ନିଜର ଅଭିନୟ ଦ୍ଵାରା ନିଜର ଅନେକ ମାନ ଓ ସମ୍ମାନ ଅର୍ଜନ କରିବାରେ ସଫଳ ହୋଇଥିଲେ କିନ୍ତୁ ବିବାହ ପରେ ସେମାନଙ୍କୁ ନିଜର କୌଣସି ବ୍ୟକ୍ତିଗତ କାରଣରୁ ଅଭିନୟ ଦୁନିଆରୁ ଦୂରେଇ ରହିବାକୁ ପଡୁଛି।ତେବେ ସେମାନେ ନିଜର ଅଭିନୟ ଦ୍ଵାରା ଓଡ଼ିଶାର ସମସ୍ତ ଲୋକଙ୍କ ନିକଟରେ ପରିଚିତ ହୋଇ ପାରିଥିଲେ।ତେବେ ସେହି ସମସ୍ତ ଅଭିନେତ୍ରୀ ମାନେ ହେଉଛନ୍ତି

୧:- ମୋନାଲିସା – ମୋନାଲିସା ନିଜର ଅଭିନୟ ଦ୍ଵାରା ଓଡ଼ିଶାର ସମସ୍ତ ଲୋକଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ସେ ଏହି କିଛି ବର୍ଷ ତଳେ ଦେବାଶିଷଙ୍କୁ ବିବାହ କରିଥିଲେ।ଏହା ପରେ ସେ ନିଜର କୌଣସି ବ୍ୟକ୍ତିଗତ କାରଣରୁ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ।ଯିଏକି ବର୍ତ୍ତମାନ ଏକ ପୁଅ ଓ ଏକ ଝିଅର ମା ଅଟନ୍ତି।

୨:- ସୁଇଟି ପଟ୍ଟନାୟକ – ସେ ଜଣେ ଚୁଲବୁଲି ନାୟିକା ଭାବରେ ବେସ ପରିଚିତ।ସେ ନିଜର ଅଭିନୟ ମାଧ୍ୟମରେ ନିଜକୁ ବେସ ପରିଚିତ କରାଇ ପାରିଥିଲେ।ତେବେ ସେ ପ୍ରଥମେ ଆଲବମ ଜଗତରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ।ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।ଏହାର କିଛି ବର୍ଷ ପରେ ସେ ଚନ୍ଦନ ମହାପାତ୍ରଙ୍କୁ ବିବାହ କରିଥିଲେ।ଯାହା ଫଳରେ ସେ ଏହାପରେ ନିଜର ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ।

୩:- ଅମେଲି ପଣ୍ଡା – ଆଲବମ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଆମେଲି।ସେ ନିଜର ଅଭିନୀତ ଅନେକ ଆଲବମକୁ ସୁପରହିଟ କରାଇ ପାରିଥିଲେ।ସେ ନିଲ ହୋତ୍ତାଙ୍କୁ ବିବାହ କରିଥିଲେ।ଏହାପରେ ସେ ଅଭିନୟ ଜଗତରୁ ସମ୍ପୂର୍ଣ୍ଣ ରୂପରେ ଦୂରେଇ ଯାଇଥିଲେ।ସେ ନିଜର ଅଭିନୟ ପାଇଁ ବେସ ପ୍ରସିଦ୍ଧି ହାସଲ କରି ପାରିଥିଲେ।

୪:- ଏଲିନା ଦାସ – ବିବାହ ପରେ ଏଲିନା ନିଜର ଅଭିନୟ ଜୀବନରୁ ଦୂରେଇ ଯାଇଛନ୍ତି।ସେ ବିବାହ ପୂର୍ବରୁ ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ସମସ୍ତ ଲୋକଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ହାସଲ କରିବା ସହିତ ନିଜ ପାଇଁ ଅନେକ ସମ୍ମାନ ଅର୍ଜନ କରିଥିଲେ।ଏହା ସହିତ ସେ ବର୍ତ୍ତମାନ ରାଜନୀତିରେ ଯୋଗ ଦେଇଛନ୍ତି।

୫:- ମିଠି – ଆମେ ସମସ୍ତେ ଓଲିଉଡ ଜଗତର ଚୁଲବୁଲି ନାୟିକା ମିଠିଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କୁ ମୋହିତ କରି ପାରନ୍ତି।ତେବେ ସେ ବିବାହ ପରେ ବର୍ତ୍ତମାନ ଅଭିନୟ ଜଗତରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇଛନ୍ତି।

୬:- ମାମା ମିଶ୍ର – ମାମା ମିଶ୍ର ସିଦ୍ଧାନ୍ତ ମହାପାତ୍ରଙ୍କୁ ବିବାହ କରିଥିଲେ।ସେ ସିଦ୍ଧାନ୍ତଙ୍କୁ ବିବାହ କଲାପରେ ଅଭିନୟ ଜଗତରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇଛନ୍ତି।ତେବେ ଓଡ଼ିଶାର ଦର୍ଶକ ମାନେ ତାଙ୍କର ଅଭିନୟ ଦେଖିବାକୁ ଖୁବ ପସନ୍ଦ କରିଥାନ୍ତି।କିନ୍ତୁ ବିବାହ ପରେ ତାଙ୍କର କୌଣସି ବ୍ୟକ୍ତିଗତ କାରଣରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନୟ ଜଗତରୁ ନିଜକୁ ଦୂରେଇ ରଖିଛନ୍ତି।ଏହା ସହିତ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି।

Leave a Reply

Your email address will not be published. Required fields are marked *