ଏହି ଜୀବଜନ୍ତୁଙ୍କୁ ଦେଖି ଜାଣନ୍ତୁ ଶୁଭ ଏବଂ ଅସୁଭ ସଙ୍କେତ – କେଉଁ ଜୀବ ଘରକୁ ଆସିଲେ ସ୍ୱୟଂ ଲକ୍ଷ୍ମୀ ଆସିଲେ ଜାଣିବେ ଜାଣିରଖନ୍ତୁ

Spread the love

ସାଙ୍ଗମାନେ ଆମ ଆଖ ପାଖରେ ଥିବା ତତ୍ୱ ସର୍ବଦା ଆମକୁ କିଛି ନା କିଛି ତତ୍ୱ ପ୍ରଦାନ ଅକରିଥାନ୍ତି।ଏହି ସଙ୍କେତ ଦ୍ୱାରା ଆମ ମାନଙ୍କୁ ଶୁଭ ଏବଂ ଅସୁଭର ଆଗ ସୂଚନା ମିଳିଥାଏ।ଏହି ସଙ୍କେତ ଆମକୁ ଆଖ ପାଖରେ ଥିବା ପଶୁ ପକ୍ଷୀ ମାନଙ୍କ ଠାରୁ ମଧ୍ୟ ମିଳିଯାଇଥାଏ।ଆଜିର ଏହି ଆର୍ଟିକିଲରର ଆମେ ଜାଣିବା ଏପରି କିଛି ଜିନିଷ ବିଷୟରେ ଯାହା ଆମ ଆଖ ପାଖରେ ରହି ଶୁଭ ଏବଂ ଅସୁଭ ସଙ୍କେତ ପ୍ରଦାନ କରିଥାନ୍ତି।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା ଏହି ସଙ୍କେତ ବିଷୟରେ।

ପ୍ରଥମ ସଙ୍କେତ ହେଉଛି ବିରାଡ଼ି।ଯେଉଁ ଘରେ ବିରାଡ଼ି ମାନେ କଳି କରୁଥିବାର ସୁଭାଯାଉଥାଏ ସେଠାରେ କୌଣସି ବିଭ୍ରାଟ ଝଗଡା ଦେଖାଦେବାର ସମ୍ଭାବନା ଥାଏ।ଏବଂ ଯେଉଁ ଘରେ ପ୍ରାୟତଃ ବିରାଡ଼ି ମାନେ କଳି କରିଥାନ୍ତି ସେହି ଘରେ ପ୍ରାୟତଃସର୍ବଦା ମତ ଭେଦ ଲାଗିରହିଥାଏ।

ଏହାପରେ ଦ୍ୱିତୀୟ ସଙ୍କେତ ହେଉଛି ଗାଈ।ଯେଉଁ ଘର ଆଗରେ ଗାଈ ଟିଏ ଆସି ଜୋରରେ ବୋବାଳି ଛାଡିଥାଏ ସେହି ଘରେ ନିଶ୍ଚିତ ଭାବରେ ସୁଖର ବୃଦ୍ଧି ହୋଇଥାଏ।ଘରର ବାହାରେ ଗାଈର ବୋବାଳି ସୁଭିବା ଏକ ଶୁଭ ସଙ୍କେତ ଭବରେ ବିଚାର କରାଯାଇଥାଏ।

ଏହାପରେ ତୃତୀୟରେ ରହିଛି କୁକୁର।କୁକୁରର କାନ୍ଦିବା ଅସୁଭ ସଙ୍କେତ ଅଟେ।ଯଦି କୌଣସି ଘରେ କୁକୁର ଜୋରରେ କାନ୍ଦିଥାଏ ତେବେ ସେହି ଘରେ କୌଣସି ବିପତ୍ତି ଆସିବାର ସମ୍ଭାବନା ରହିଥାଏ।ଏବଂ ଏହି ବିପତ୍ତିକାହାର ମୃତ୍ୟୁର ସୂଚନା ସହିତ ଜଡିତ ମଧ୍ୟ ହୋଇପାରେ।

ଏହାପରେ ଚତୁର୍ଥରେ ରହିଛି ପିମ୍ପୁଡି।ଯେଉଁ ଘରେ କଳା ପିମ୍ପୁଡି ଦଳ ବଦଳ ଭାବରେ ଦେଖାଦେଇଥାନ୍ତି ସେହି ଘରେ ଧନର ବୃଦ୍ଧି ହୋଇଥାଏ।ଏବଂ ଶୀଘ୍ରହିଁ ଧନ ଲାଭ ହୋଇଥାଏ।ଏହା ସହିତ ଯଦି କଳା ପିମ୍ପୁଡି ଏକ ଲାଇନରେ ଦେଖା ଦିଅନ୍ତି ତେବେ ଏହାର ଅର୍ଥ ଗୃହରେ ମତ ଭେଦ ଦେଖାଦେଇପାରେ।

ଯଦି ନାଲି ରଙ୍ଗର ପିମ୍ପୁଡି ଘରେ ଦେଖାଦେଇଥାନ୍ତି ତେବେ ଏହା ଅସୁଭ ସଙ୍କେତ ବିଚାର କରାଯାଇଥାଏ।ଏହି ସଙ୍କେତର ଅର୍ଥ ଗୃହରେ କଳି ଝଗଡାର ସମ୍ଭାବନା ଅଧିକ ଥାଏ।ଏହାପରେ ରହିଛି ମୟୁର।ମୟୁର ଦେଖିବା ଏକ ଶୁଭ ସଙ୍କେତ ବିଚାର କରାଯାଇଥାଏ।ଯଦି କୌଣସି ମୟୁର ଘର ଆଗରେ ଆସେ କିମ୍ବା ଦେଖାଦିଏ ତେବେ ଏହା ଶୁଭ ସଙ୍କେତ ଭାବରେ ବିଚାର କରାଯାଇଥାଏ।ଏହାର ଅର୍ଥ ଗୃହକୁ କୌଣସି ଶୁଭ ଖବର ଆସିପାରେ।

ଏହାପରେ ହେଉଛି ବିଛା।ଗୃହରେ ବିଛା ଯଦି ଏକ ଲାଇନରେ ଦେଖାଦେଇଥାନ୍ତି ତେବେ ଏହା ଅସୁଭ ସଙ୍କେତ ଭାବରେ ବିଚାର କରାଯାଇଥାଏ।କିନ୍ତୁ ହଳଦିଆ ବିଛା ଖୁବ ଶୁଭ ସଙ୍କେତ ବିଚାର କରାଯାଇଥାଏ।ଯଦି ଘରେ ହଳଦିଆ ରଙ୍ଗର ବିଛା ଦେଖାଦେଇଥାନ୍ତି ତେବେ ଏହ ଧନ ପ୍ରାପ୍ତିର ସଙ୍କେତ ଦେଇଥାଏ।

ଏହାପରେ ରହିଛି ଚୁଚୁନ୍ଦ୍ରା।ଏହା ମଧ୍ୟେ ଏକ ଶୁଭ ସଙ୍କେତ ବିଚାର କରାଯାଏ।ଯଦି ଘରେ ଚୁଚୁନ୍ଦ୍ରା ଟିଏ ଦେଖାଦିଏ ତେବେ ଏହା ମାତା ଲକ୍ଷ୍ମୀଙ୍କ ଆଗମନର ସୂଚନା ଦେଇଥାଏ।ଏହାପରେ ରହିଛି କୋଇଲି।ଏହା ଘର ଉପରେ ଉଡିବା ବା ବସିବା ଏକ ଶୁଭ ସଙ୍କେତ ବିଚାର କରାଯାଏ।

ଏହାପରେ ରହିଛି ଆହତ ପକ୍ଷୀ।ଯଦି ଆହତ ହୋଇଥିବା ପକ୍ଷୀ ଯଦି ଗୃହ ଉପରେ ପଡେ ତେବେ ତାହା ଏକ ଅତି ଅସୁଭ ସଙ୍କେତ ବିଚାର କରାଯାଏ।

Leave a Reply

Your email address will not be published. Required fields are marked *