ପିଏମ କିଷାନ ଯୋଜନା ନେଇ ଆସିଲା ବଡ ଖବର – ଏଥର ଏପରି ଉପାୟ ରେ ମିଳିବ ପୁରା ୧୬ ହଜାର ଟଙ୍କା – ଦେଖନ୍ତୁ କିଏ ପାଇବେ

Spread the love

ଆମ ପ୍ରଧାନମନ୍ତ୍ରୀ ଗରିବ ଚାଷୀ ମାନଙ୍କ ପାଇଁ ଏପରି କିଛି ଯୋଜନା ପ୍ରଣୟନ କରିଥାନ୍ତି ଯାହା ଫଳରେ ଗରିବ କୃଷକ ମାନେ ଅନେକ ଉପକୃତ ହୋଇଥାନ୍ତି।ଯେପରିକି ସେମାନେ ନିଜର ଆବଶ୍ୟକ ସମୟରେ କିମ୍ବା କୌଣସି ଦୁର୍ଭିକ୍ଷ ବା ବାତ୍ୟା ସମୟରେ ସରକାର ଏହି କୃଷକ ମାନଙ୍କର ସହାୟତା ନିମନ୍ତେ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି।ତେବେ କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଅଂଶ ଗ୍ରହଣ କରିଥିବା ଚାଷୀ ମାନେ ସରକାରଙ୍କ ତରଫରୁ କିଛି କିଛି ସହାୟତା ଅର୍ଥ ରାଶି ପାଇଥାନ୍ତି।ଯାହା ଫଳରେ ସେମାନେ ନିଜର କିଛି ସମସ୍ୟା ଏହି ଅର୍ଥ ରାଶି ଦ୍ଵାରା କମ କରି ପାରନ୍ତି।

ତେବେ ସରକାର ଏହି ଯୋଜନା ମାଧ୍ୟମରେ ଗରିବ କୃଷକ ମାନଙ୍କୁ ସେମାନଙ୍କର ପ୍ରଥମ ଦୁଇଟି କିସ୍ତିର ଟଙ୍କା ପ୍ରଦାନ କରିଛନ୍ତି।ତେବେ କୃଷକ ମାନେ ସରକାରଙ୍କର ଏହି ତୃତୀୟ କିସ୍ତିର ଟଙ୍କା ପାଇବା ପାଇଁ ଅପେକ୍ଷା କରିଛନ୍ତି।ଯେଉଁ ମାନଙ୍କର ଟଙ୍କା ଆସିନାହିଁ ବା ସେମାନଙ୍କର ଖାତାରେ କିଛି ପେଣ୍ଡିଂ ଦେଖାଉଛି ତେବେ ସେମାନେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ।କାରଣ ସେମାନଙ୍କର ଖାତାକୁ ଆଉ କିଛି ଦିନ ମଧ୍ୟରେ ଟଙ୍କା ଆସିଯିବ।ଏହା ପରେ ଯେଉଁ ମାନଙ୍କର ଖାତାକୁ ଟଙ୍କା ଆସିନାହିଁ ସେମାନେ ଆଉ କିଛି ଦିନ ଅପେକ୍ଷା କରନ୍ତୁ।

ଜୁଲାଇ ମାସର ଶେଷ ସୁଦ୍ଧା ସେମାନଙ୍କର ଖାତାକୁ ଟଙ୍କା ଆସିଯିବ ବୋଲି ସରକାର ଘୋଷଣା କରିଛନ୍ତି।ତେବେ ସେମାନେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ।ସରକାର ସମସ୍ତଙ୍କ ଖାତାକୁ ଏକ ସାଙ୍ଗରେ ଟଙ୍କା ପଠାଇବା ଫଳରେ ସରକାରଙ୍କ ଉପରେ ଚାପ ପଡିପାରେ ଫଳରେ ସରକାର ଏହି ସମୟରେ ଦୁଇ ଥରରେ ସମସ୍ତଙ୍କ ଖାତାକୁ ଟଙ୍କା ପଠାଇବାକୁ ଘୋଷଣା କରିଛନ୍ତି।ଏହା ସହିତ ଯେଉଁ କୃଷକ ମାନେ ନିଜର ବ୍ୟାଙ୍କରେ ଖାତା ଖୋଲି ନାହାନ୍ତି ସେମାନଙ୍କୁ ତୁରନ୍ତ ନିଜର ଖାତା ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏହାପରେ ସରକାର ଯେଉଁ ଗରିବ କୃଷକ ମାନେ ପ୍ରଧାନ ମନ୍ତ୍ରୀ କୃଷକ ଯୋଜନାରେ ଏବେ ଯାଏ ନିଜର ନାମକୁ ପଞ୍ଜିକରଣ କରାଇ ନାହାନ୍ତି ସେମାନଙ୍କୁ ତୁରନ୍ତ ନିଜର ନାମକୁ ପଞ୍ଜିକରଣ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।ନଚେତ ସେମାନେ ସରକାରଙ୍କ ଦ୍ଵାରା ଦିଆ ଯାଉଥିବା ଅନେକ ସୁବିଧାରୁ ବଞ୍ଚିତ ହେବେ।ତେବେ ଏହି ପ୍ରଧାନ ମନ୍ତ୍ରୀ କୃଷକ ଯୋଜନାରେ ନିଜର ନାମକୁ ଆପଣ ଅନଲାଇନ ମାଧ୍ୟମରେ ପଞ୍ଜୀକୃତ କରି ପାରିବେ।ଏହାକୁ ଆପଣ ନିଜର ଫୋନ କିମ୍ବା କମ୍ପ୍ୟୁଟର ସାହାଯ୍ୟରେ କରିପାରିବେ।

ନିଜର ଫୋନରେ ଗୁଗଲ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ କୃଷକ ଯୋଜନାର ୱେବସାଇଟକୁ ଯାଇ ସେଠାରେ ନିଜର ନାମକୁ ଆପଣ ପଞ୍ଜିକରଣ କରିପାରିବେ। ଏଥିପାଇଁ ଆବଶ୍ୟକ କାଗଜ ପତ୍ର ଆପଣଙ୍କ ପାଖରେ ଥିବା ଆବଶ୍ୟକ।ତେବେ ସରକାର ଖୁବ୍ ଶୀଘ୍ର ଗରିବ କୃଷକ ମାନଙ୍କୁ ସେମାନଙ୍କର ତୃତୀୟ କିସ୍ତିର ଟଙ୍କା ଦେବାକୁ ଯାଉଛନ୍ତି।ସରକାରଙ୍କ ଏହି ଅନୁଦାନ ଫଳରେ ଅନେକ କୃଷକ ବହୁ ମାତ୍ରାରେ ଉପକୃତ ହେବେ।ଏହି ମହାମାରୀ ସହ ଲଢ଼ିବା ପାଇଁ ସେମାନଙ୍କୁ କିଛି ଆର୍ଥିକ ତଥା ମାନସିକ ସହଯୋଗ ମିଳିପାରିବ।ତେବେ ସରକାର ଏହି କୃଷକ ମାନଙ୍କ ପାଇଁ ଅଧିକ କିଛି ସହାୟତାର ଯୋଜନା କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *