LIC ର ଏହି ଯୋଜନା ସାହାଯ୍ୟରେ ଝିଅ ବାହାଘର ସହଜରେ ହୋଇ ପାରିବ -ଏଭଳି ଭାବେ ଏହାର ଲାଭ ଉଠାନ୍ତୁ ଆଜି..

Spread the love

ଅନେକ ବ୍ୟକ୍ତି ମାନେ ନିଜର ଝିଅ ବାହାଘର କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।ଯେପରିକି ସେମାନେ ବାହାଘର କରିବା ସମୟରେ ବର ପକ୍ଷର ଲୋକମାନେ ଅଧିକ ଯୌତୁକ ମାଗି ଥାଆନ୍ତି।ଫଳରେ ଝିଅର ପିତା ନିଜର ଝିଅର ଖୁସି ପାଇଁ ନିଜର ସର୍ବସ୍ବ ତ୍ୟାଗ କରି ନିଜ ଝିଅର ବାହାଘର କରିଥାଏ।ଝିଅ ସିନା ବାହା ହୋଇଯାଇଥାଏ ମାତ୍ର ପିତା ଆଗକୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ।ପିତା ନିଜ ଝିଅକୁ ଭଲ ଜାଗାରେ ବାହା ଦେବା ପାଇଁ କରଜ ମଧ୍ୟ କରିଥାଏ।

ଫଳରେ ଗୋଟେ ଗରିବ ଅଥବା ମଧ୍ୟମ ଶ୍ରେଣୀର ପରିବାରର ପିତା ପାଇଁ ନିଜ ଝିଅର ବାହାଘର କରିବାରେ ଅନେକ ଅସୁବିଧା ଉପୂଜିଥାଏ।ଯୌତୁକ ନେବା ଅଥବା ଯୌତୁକ ଦେବା ଏକ ବହୁତ ବଡ଼ ଅପରାଧ ମାତ୍ର କୌଣସି ବି ବ୍ୟକ୍ତି ଏହି ସମ୍ବିଧାନକୁ ଅନୁସରଣ କରେନାହିଁ।ଫଳରେ ମଧ୍ୟମ ବର୍ଗର ଘରେ ଗୋଟେ ଝିଅକୁ ଗୋଟେ ବୋଝ ରୂପେ ବିବେଚନା କରାଯାଇଥାଏ।ତେଣୁ ଗୋଟେ ଝିଅର ବାହାଘର କରିବା ମଧ୍ୟ ଏହି ବର୍ଗର ପିତା ଓ ମାତାଙ୍କ ପାଇଁ ବହୁତ କଠିନ କାର୍ଯ୍ୟ ହୋଇଥାଏ।

ତେବେ ସରକାର ଏପରି ଅନେକ ଯୋଜନା କରିଛନ୍ତି ଯାହାର ବ୍ୟବହାର କରି ଅନେକ ବିବାହ ସହଜରେ ହୋଇପାରେ।ଏହି ଟଙ୍କାକୁ ସେମାନେ ଚାହିଁଲେ ନିଜର ଝିଅର ପାଠପଢା ହଉ ଅଥବା ଝିଅର ବାହାଘର ହେଉ ସେମାନେ ନିଜ ଇଚ୍ଛା ଅନୁସାରେ ନିଜ ଝିଅର ଭବିଷ୍ୟତ ପାଇଁ ବ୍ୟବହାର କରିପାରିବେ।ସେମାନେ ନିଜ ଝିଅର ଭବିଷ୍ୟତ ପାଇଁ ଏହି ସବୁ ଯୋଜନାରେ ଟଙ୍କା ବିନିଯୋଗ କରି ଅନେକ ଉପାୟରେ ଅଧିକ ସୁଧ ସହିତ ନିଜର ଜମାରସିକୁ ଉଠାଇ ପାରିବେ।ଯାହା ଏକ ବହୁତ ଭଲ ଉପାୟ।

ଏହି ଯୋଜନା ଗୁଡିକ ମଧ୍ୟରୁ ଏକ ହେଉଛି ଏଲ ଆଇ ସି ର ଏକ ଯୋଜନା ଯେଉଁଥିରେ ଆପଣ ଟଙ୍କା ବିନିଯୋଗ କରି ନିଜର ଝିଅର ଭବିଷ୍ୟତ ପାଇଁ ଟଙ୍କା ସାଞ୍ଚୟ କରିପାରିବେ।ଏହି ଯୋଜନାର ନାମ ହେଉଛି କନ୍ୟାଦାନ ଯୋଜନା।ଏହି ଯୋଜନାରେ ଆପଣ ପ୍ରତ୍ୟେକ ବର୍ଷ ୪୭୫୦୦ ଟଙ୍କା ଜମା କରିବେ।ଫଳରେ ଆପଣଙ୍କ ଝିଅକୁ ଯେତେବେଳେ ୨୬ ବର୍ଷ ବୟସ ହୋଇଯିବ ସେତେବେଳେ ଆପଣଙ୍କ ଝିଅକୁ ୨୭ ଲକ୍ଷ ଟଙ୍କା ମିଳିବ।ଯାହା ଆପଣଙ୍କ ଜମା ରାଶି ଠାରୁ ବହୁତ ଅଧିକ।

ଆପଣ ଆପଣଙ୍କ ଝିଅକୁ ମିଳିଥିବା ଏହି ରାଶିରେ ଆପଣ ନିଜ ଝିଅର ବିବାହ କରିବା ସହିତ ନିଜ ଝିଅର ଆଗକୁ ପାଠ ପଢା ପାଇଁ ଏହି ଅର୍ଥ ରାଶିକୁ ବିନିଯୋଗ କରିପାରିବେ।ପ୍ରକୃତରେ ଯଦି ଯୌତୁକ ପ୍ରଥାକୁ ହିଁ ବନ୍ଦ କରି ଦିଆଯାଏ ତେବେ କୌଣସି ବି ପିତା ନିଜ ଝିଅକୁ କେବେ ମଧ୍ୟ ବୋଝ ରୂପେ ବିଚାର କରିବା ନାହିଁ।ପ୍ରତ୍ୟେକ ପିତା ଏହି ଯୌତୁକ ପ୍ରଥା ପାଇଁ ଅନେକ ଚିନ୍ତିତ।ଯେତେ ବଡ଼ ଘରେ ଝିଅର ବାହାଘର ହେବ ସେତେ ଅଧିକ ଯୌତୁକ ଦେବାକୁ ପଡ଼ିବ।ତେଣୁ ଏହି ପ୍ରଥାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *