ରୂପାଙ୍କ ସ୍ପେଶାଲ ଖାଇବା,ଭେଜ ଏବଂ ନନ-ଭେଜ ଏହି Special ଖାଇବା ବନେଇ ପାରନ୍ତି ରୂପ,ଜାଣିଲେ ଆପଣ ମଧ୍ୟ କହିବେ ସାବାସ…ଦେଖନ୍ତୁ Video

Spread the love

ୟୁଟ୍ୟୁବରେ ଲୋକପ୍ରିୟତା ହାସଲ କରିଥିବା ପିଣ୍ଟୁ ଏବଂ ରୂପାଙ୍କୁ ସାରା ଓଡିଶା ଚିନ୍ହିଛି। ଲୋକପ୍ରିୟ ଓଡ଼ିଆ ଭ୍ଲଗର ଭାବରେ ସେ ଦୁହେଁ ପରିଚିତ। ରୁପା ଏବଂ ପିଣ୍ଟୁ ତାଙ୍କ ୟୁଟ୍ୟୁବ ଚ୍ୟାନେଲ “ରୁପା,ପିଣ୍ଟୁ, ଏବଂ ଖୁସି ଏକ୍ସପ୍ରେସ”ରେ ଦୈନିକ ଭ୍ଲଗ ବନେଇ ଥାଆନ୍ତି। ସେ ନିଜ ଗାଁ କୁ ଦେଖାଇବା ସହିତ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରି ଦର୍ଶକଙ୍କ ମନୋରଞ୍ଜନ କରାଇ ଥାଆନ୍ତି। ଏହା ଦ୍ୱାରା ଲୋକମାନେ ନୂତନ ନୂତନ ପ୍ରକାରର ଖାଦ୍ୟ ସମ୍ପର୍କରେ ମଧ୍ୟ ଜାଣି ପାରନ୍ତି।

ଉଭୟ ଭେଜ ଏବଂ ନନ-ଭେଜ ସବୁ କିଛି ପ୍ରସ୍ତୁତ କରିଥାନ୍ତି। ରୁପା ଏହି ସବୁ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବାରେ ପାରଙ୍ଗମ ଅଟନ୍ତି। ତାଙ୍କ ହାତ ରନ୍ଧା ଯିଏ ଖାଆନ୍ତି, ସେ ତାଙ୍କର ପ୍ରଶଂସା କରନ୍ତି। ରୁପା ସାଧାରଣତଃ ରୋଷେଇ ପାଇଁ ଚୁଲି ବ୍ୟବହାର କରିଥାନ୍ତି। ଏହା ଦ୍ୱାରା ଖାଦ୍ୟ ସ୍ୱାଦିଷ୍ଟ ହୋଇଥାଏ।

ମାତ୍ର କେବେ କେବେ ବର୍ଷା କାରଣରୁ ସେ ଗ୍ୟାସଚୁଲା ସାହାଯ୍ୟରେ ରୋଷେଇ କରନ୍ତି।ରୁପା ଚିକେନ୍, ମଟନ , ଚିଙ୍ଗୁଡ଼ି, ମାଛ ଆଦି ନନ-ଭେଜ ଆଇଟମ ପ୍ରସ୍ତୁତ କରି ପାରନ୍ତି। ଏଥିପାଇଁ ସେ ଶୀଳରେ ବଟା ଯାଇଥିବା ମସଲା ଯଥା- ଲଙ୍କାଗୁଣ୍ଡ, ତେଜପତ୍ର, ହଲଦୀଗୁଣ୍ଡ ଏବଂ ଅନ୍ୟାନ୍ୟ ସାଧାରଣ ଘରୋଇ ମସଲା ବ୍ୟବହାର କରିଥାନ୍ତି।

ସୋମବାର, ଗୁରୁବାର ଭଳି ନିରାମିଷ ବାରରେ ଭେଜ ମଧ୍ୟରେ ରୁପା ଛତୁ ତରକାରୀ, ପାନୀର ତରକାରୀ, ଶାଗ ଭଜା, ଶାଗ ତରକାରୀ, ଡାଲମା ଭଳି ଅନ୍ୟାନ୍ୟ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ଏହା ବ୍ୟତୀତ କୌଣସି ପର୍ବପର୍ବାଣି ହେଲେ କିମ୍ବା ଘରକୁ ଅତିଥିମାନେ ଆସିଲେ, ରୁପା ସେମାନଙ୍କ ପାଇଁ କିଛି ସ୍ପେଶାଲ ଖାଦ୍ୟ ତିଆରି କରିଥାନ୍ତି

ଯେପରିକି ପୁରୀ, ମଣ୍ଡା ପିଠା, ଆରିସା ପିଠା, କାକରା ପିଠା, ବରା, ପକୁଡି ଏବଂ ଆଳୁଚପ ଆଦି ଖାଦ୍ୟ ଗୁଡିକ ପ୍ରସ୍ତୁତ କରିଥାନ୍ତି। ଏହି ସବୁ ଖାଦ୍ୟର ପ୍ରଣାଳୀ ,ଏହାର କରିବା ଶୈଳି ଆଦି ସମ୍ପର୍କରେ ସେ ନିଜ ୟୁଟୁବ ଚ୍ୟାନେଲରେ ଅପଲୋଡ଼ କରିଥାନ୍ତି। ତାଙ୍କର ଏହି ନିଆରା ଘରୋଇ ଓଡ଼ିଆ ଖାଦ୍ୟ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ। ସେଥିପାଇଁ ବର୍ତ୍ତମାନ ସମୟରେ ରୁପା ଏବଂ ପିଣ୍ଟୁ ସର।ଓଡ଼ିଶାରେ ପରିଚିତ ହୋଇ ପାରିଛନ୍ତି।

Leave a Reply

Your email address will not be published. Required fields are marked *