ରେ-ଡ୍ ଲାଇଟ୍ ଏରିଆରେ ଜନ୍ମ ନେଇଥିବା ଭାରତୀୟ ଝିଅ ଯିଏ ଆମେରିକା ପାଇଁ ପ୍ରେରଣା ହୋଇଥିଲେ, ୨୫ ଜଣ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଅଛି ସ୍ଥାନ

Spread the love

ବଡ ବଡ ଗଛର ମଞ୍ଜି ମାଟିର ତଳେ ପୋତାଯାଇଥାଏ, ଏହି ସେ ମଞ୍ଜିକୁ ବିସ୍ତାର କରିବାର ଇଚ୍ଛାଶକ୍ତି ହିଁ ଅଛି ଯାହା ତାକୁ ମାଟିକୁ ଫଟାଇ ବାହାର ଆସିବାକୁ ସାହାସ ଓ ଶକ୍ତି ଦେଇଥାଏ, ଶ୍ୱେତା କଟି ବି ଏମିତି ଏକ ମଞ୍ଜି ଅଟନ୍ତି , ଯିଏକି ମାଟି ଭିତରେ ଦବାଇକରି ରଖିଦିଆଯାଇଥିଲା, କିନ୍ତୁ ଯେବେ ସେ ଫୁଟିଲେ ଦୁନିଆଁ ତାଙ୍କୁ ସଲାମ କଲା, ଆସନ୍ତୁ ଜାଣିବା ୧୮ ବର୍ଷର ବୟସରେ ୨୮ ଲକ୍ଷ ସ୍କୋଲାର୍ ସିପ୍ ନେଇକରି ଆମେରିକାଯାଇଥିବା ଶ୍ୱେତାଙ୍କ ଜୀବନୀ ଉପରେ ନଜର ।

ଶ୍ୱେତା କଟିଙ୍କ ଜନ୍ମ ମୁମ୍ବାଇର ଏକ ରେଡ୍ ଲାଇଟ୍ ଏରିଆରେ ହୋଇଥିଲା, ଏହି ବସ୍ତିରେ ସେ ବଢିଥିଲେ, କହିଦେବୁ କି କମାଠିପୁରା ଏସିଆର ଜଣାଶୁଣା ରେଡଲାଇଟ୍ ଏରିଆ ଅଟେ ।  ଶ୍ୱେତା ନିଜ ତିନି ଭଉଣୀ ଙ୍କ ଠାରୁ ସବୁଠାରୁ ଛୋଟ ଅଟନ୍ତି, ଯେଉଁଠୁ ଶ୍ୱେତା ଆସନି ସେ ଜାଗା ସେମିତି ପାଠପଢା ଓ ସ୍ୱପ୍ନ ଦେଖିବାର ଅନୁକୁଳ ନୁହେଁ କିନ୍ତୁ ଶ୍ୱେତା ସ୍ୱପ୍ନ ଦେଖିବାର ସାହାସ କଲେ

ଶ୍ୱେତା ଛୁଆବେଳରୁ କମାଠିପୁରା  ୱାର୍କରସ୍ ଙ୍କ ମଧ୍ୟରେ କଟାଇଲେ, ସେ ଲଗାତର ଶ୍ୱେତାଙ୍କୁ ପାଠପଢିବାକୁ ପ୍ରେରଣା ଦେଉଥିଲେ, ଯାହା ଦ୍ୱାରା ସେ ପାଠପଢିକରି ସେ ମାହୋଲରୁ ବାହାରିପାରିବେ, ଓ କିଛି ହୋଇକରି ସେ ଏଠାରୁ ବାହାରିପାରନ୍ତୁ, ମୁମ୍ବାଇର ଏକ ରେଡଲାଇଟ୍ ଏରିଆରେ ଜନ୍ମ ନେଇଥିବା ଶ୍ୱେତା ଆଗକୁ ବଢିବାର ଏମିତି ଲଗନ ଥିଲା ଯାହାର ଦମ୍ ରେ ସେ ନର୍କ କୁହାଯାଉଥିବା ଇଲାକାରୁ ଉଠିକରି ଆମେରିକାର ସବୁଠାରୁ ମହଙ୍ଗା କଲେଜରେ ପାଠପଢିଲେ ।

କମାଠିପୁରାରେ ରହୁଥିବା ଶ୍ୱେତାଙ୍କ ପରିବାର ତାଙ୍କ ମାଙ୍କ ଆୟରେ ଚାଲୁଥିଲା ବହୁତ ସମୟରୁ ସେ ୫୫୦୦ ମାସିକ ବେତନରେ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ, କହିବାକୁ ଗଲେ ତ ଶ୍ୱେତାଙ୍କ ବାପାବି ଥିଲେ କିନ୍ତୁ ସେ ଜଣେ ସାବତ ବାପା ଥିଲେ, ଓ ଦ୍ୱିତୀୟଜଣଙ୍କ ମଦୁଆ, ଶ୍ୱେତାଙ୍କ ଅନୁସାରେ ସେ ସବୁବେଳେ ଘରେ ମାଡପିଟା ଓ ଝଗଡା କରୁଥିଲେ

ଯେବେ ପର୍ଯ୍ୟନ୍ତ ଶ୍ୱେତା କେବେ ଭଲ ଅନୁଭବ କରୁନଥିଲେ ଶ୍ୱେତା ଛୁଆବେଳରୁ ଏହା ସବୁ ସହି ରହିଥିଲେ, ଯାହା କେଉଁ ମହିଳାଙ୍କୁ ଏକ ବଡ ଭୟ ରହୁଥିଲା, ଛୁଆବେଳରୁ ସେ ତିନିଥର ଯୌନ ଶୋଷଣର ଶିକାର ହୋଇଥିଲେ, ମାତ୍ର ୯ ବର୍ଷର ବୟସରେ ଶ୍ୱେତା ତାଙ୍କ ଏକ ପାଖ ସଂମ୍ପର୍କୀୟଙ୍କ ଭୁଲ୍ ହରକତକୁ ସହିବାକୁ ପଡିଥିଲା, ଶ୍ୱେତାଙ୍କ ରଙ୍ଗ ପାଇଁ ତାଙ୍କୁ ବହୁତଥର ମଜାକ୍ ର ସାମ୍ନା କରିବାକୁ ପଡୁଥିଲା, ସେ କହୁଥିଲେ କି ସ୍କୁଲରେ ତାଙ୍କୁ ଛୁଆ ଗୋବର କହି ଡାକୁଥିଲେ ।

ଶ୍ୱେତା ସେମିତି କିଛି କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କୁ କିଛି ସାହାଯ୍ୟ ମିଳିପାରୁନଥିଲା, ସେ ଆତ୍ମବିଶ୍ୱାସ ମଜବୁତ୍ କଲେ, ଏତେ ସବୁ ସହିବାପରେ ସେ ଏତେ ଦୁର୍ବଳ ଅନୁଭବ କରୁଥିଲେ ଯେ ସେ ପ୍ରତିଯୋଗିତାରେ ଭାଗ ନେବାକୁ ଭୟ କରୁଥିଲେ , କିନ୍ତୁ କହନ୍ତି ନା ଯେଉଁଠି ଇଛାଶକ୍ତି ଥାଏ ,ସେଠାରେ ରାସ୍ତା ଆପେ ଆପେ ମିଳିଥାଏ, ୧୬ ବର୍ଷର ବୟସରେ ଶ୍ୱେତାଙ୍କୁ ଏକ ରାସ୍ତା ମିଳିଲା

ତେବେ ସେ ୨୦୧୨ ରେ କ୍ରାନ୍ତି ନାମକ ଏକ ଏନ୍ ଜିଓରେ ଯୋଗ ଦେଲେ, ସେଥିରୁ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଲା, ଯେଉଁ ଅବସ୍ଥାରେ ଶ୍ୱେତା ବଡ ହୋଇଥିଲେ ସେହି କାରାଣରୁ ସେ ନିଜକୁ ଘୃଣାକରୁଥିଲେ କିନ୍ତୁ ଏହି ସଂସ୍ଥା ତାଙ୍କୁ ନିଜକୁ ଭଲ ପାଇବା ଶିଖାଇଲା, ଏହି ସଂସ୍ଥା ସାହାଯ୍ୟରେ ସେ ନିଜକୁ ନୁହେଁ ବରଂ ନିଜ ପରି ଅନ୍ୟ ଝିଅଙ୍କୁ ସାହାସ ଦେଲେ ।

ଶ୍ୱେତାଙ୍କ ସରହାନୀୟ ପ୍ରୟାସର କାରଣରୁ ଆମେରିକା ମ୍ୟାଗାଜିନ୍ ନ୍ୟୁଜ୍ ୱିକ୍ ରେ ୨୦୧୩ ରେ ତାଙ୍କୁ ଅପ୍ରେଲ୍ ଅଙ୍କରେ ୨୫ ବର୍ଷରୁ କମ୍ ବୟସର ସେହି ୨୫ ଜଣ ମହିଳାଙ୍କ ସୁଚିରେ ସାମିଲ୍ କରିଥିଲେ ଯିଏ ସମାଜ ପାଇଂ ପ୍ରେରଣାର ସ୍ରୋତ ହୋଇଥିଲେ, ଏଇ ସୁଚୀରେ ପାକିସ୍ଥାନର ମଲାଲା ୟୁସୁଫୁଇ ନାମକ ଥିଲା, ଏହାପରେ ଶ୍ୱେତାଙ୍କୁ ତାହା ମିଳିଲା ଯାହା ବିଷୟରେ କେବେ ସେ ସ୍ୱପ୍ନରେ ଭାବିନଥିଲେ, ସେହି ସମୟରେ ଆମେରିକାରେ ଦଶଟି ବଡ ମହଙ୍ଗା କଲେଜରେ ଏକ ଜଣାଶୁଣା ବଡ କଲେଜରୁ ଚାରି ବର୍ଷ ସ୍ନାତକ ଡିଗ୍ରୀ ଫିସ୍ ପ୍ରାୟ ୩୦ ଲକ୍ଷ ଥିଲା, ଶ୍ୱେତା ଏଠାରେ ପଢିକରି ୨୮ ଲକ୍ଷ ସ୍କୋଲାର୍ ସିପ୍ ପାଇଥିଲେ ।

Leave a Reply

Your email address will not be published. Required fields are marked *