ଥାଇଲାଣ୍ଡରେ ଅଭିଶାପ ପାଇ ସାପ ହେଲା ପଥର – ଜାଣିରଖନ୍ତୁ ଏହି ରହସ୍ୟ ଗୁଡିକ ବିଷୟରେ..

Spread the love

ତେବେ ଆମେ ପ୍ରତିଦିନ ଅଭିଶାପ ବିଷୟରେ ନିଶ୍ଚିତ ଶୁଣୁଥାଉ।କିନ୍ତୁ କେବେ ଆମେ ଚିନ୍ତା କରିଛୁ କି ବାସ୍ତବରେ କଣ ଅଭିଶାପ ଲୋକଙ୍କ ଉପରେ ପଡ଼ିଥାଏ।ତେବେ ଯଦି ଅଭିଶାପ ପ୍ରକୃତରେ ଲୋକଙ୍କ ଉପରେ ପଡ଼ିଥାଏ ତେବେ ଏହି ଅଭିଶାପ କିଏ ଦେଇଥାଏ।ଏହି ଅଭିଶାପ କଣ କେବଳ ମଣିଷଙ୍କ ଉପରେ ପଡେ ନ ଏହା ଉଭୟ ମଣିଷ,ପଶୁପକ୍ଷୀ ଓ ସମସ୍ତ ଜୀବିତ ବସ୍ତୁ ଉପରେ ପଡ଼ିଥାଏ।ଏଭଳି ଅନେକ ପ୍ରଶ୍ନ ସର୍ବଦା ଆମ ମନରେ ରହିଥାଏ।ତେବେ ଆମେ ବର୍ତ୍ତମାନ ଏହି ଅଭିଶାପ ସହିତ ଜଡିତ ଏକ ଘଟଣା ସମ୍ପର୍କରେ ଆଲୋଚନା କରିବା।

ତେବେ ଆମେ ଗୁରୁଜନ ମାନଙ୍କ ଠାରୁ ନିହାତି ଭାବରେ ଶୁଣିଥିବା ଯଦି ଆମେ କୌଣସି ବୟସ୍କ ଲୋକଙ୍କୁ କଷ୍ଟ ଦେଇଥାଉ ଅଥବା କୌଣସି ବୃଦ୍ଧ ଲୋକ ଆମ ପାଇଁ ଲୁହ ଗଡ଼ାଇ ଥାଆନ୍ତି ତେବେ ଆମ ଉପରେ ସେମାନଙ୍କର ଅଭିଶାପ ପଡ଼ିଥାଏ ଓ ଆମେ ପରିଣତ ବୟସରେ ପହଞ୍ଚିବା ପରେ ଆମକୁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ତେବେ ପ୍ରତ୍ୟେକ ଲୋକଙ୍କ ସମ୍ମାନ କରିବା ଆବଶ୍ୟକ।କିନ୍ତୁ ଅନେକ ଲୋକ ଏହି କଥାକୁ ଆଜି ମଧ୍ୟ ବିଶ୍ଵାସ କରିଥାନ୍ତି ଯେ ବାସ୍ତବରେ ଅଭିଶାପ ଫଳପ୍ରଦ ହୋଇଥାଏ।ସେଥିପାଇଁ ଅନେକ ଲୋକ କୌଣସି ଭୁଲ କରିବା ପୂର୍ବରୁ ଅନେକ ଥର ଚିନ୍ତା କରିଥାନ୍ତି।ତେବେ ଆମେ ବର୍ତ୍ତମାନ ଏକ ଅଭିଶପ୍ତ ସାପ ବିଷୟରେ ଆଲୋଚନା କରିବା।ଏହି ଅଭିଶାପ ପାଇଥିବା ସାପଟି ହେଉଛି ଥାଇଲାଣ୍ଡର।

ତେବେ ଆପଣ ଯଦି କେବେ ଥାଇଲାଣ୍ଡ ଜାଇଥିବେ ତେବେ ନାଗା ପାର୍କ ବିଷୟରେ ନିଶ୍ଚିତ ଶୁଣିଥିବେ।ତେବେ ଏଠାରେ ଏକ ବିଶାଳକାୟ ସାପ ଶହଶହ ବର୍ଷ ପୂର୍ବେ ଅଭିଶାପ ପାଇ ପଥର ପାଲଟି ଯାଇଥିବା କିମ୍ବଦନ୍ତୀ ରହିଛି।ତେବେ ଏହା କେତେଦୂର ସତ୍ୟ ଏହାର କିଛି ସଠିକ ପ୍ରମାଣ ନାହିଁ।ତେବେ ଆମେ ହିନ୍ଦୁ ଧର୍ମରେ ଅଭିଶାପ ପାଇ ପଥର ପାଲଟି ଯିବାର ଅନେକ ଉଦାହରଣ ରହିଛି।

ଯେପରିକି ଅହଲ୍ୟା।ତେବେ ନାଗା ପାର୍କରେ ଥିବା ସେହି ସାପ ଆକାରର ପଥରର ଉପରିଭାଗ ଏକ ସାପର ଚମଡା ଭଳି ଦେଖା ଯାଇଥାଏ।ଏହା ସହିତ ସେହି ପଥରର ଫଣା ମଧ୍ୟ ରହିଛି।ଯାହା ବିଲକୁଲ ଏକ ସାପ ଭଳି ଦେଖା ଯାଇଥାଏ।

ତେବେ ଲୋକମାନେ ବିଶ୍ୱାସ କରନ୍ତି ଯେ ପୂର୍ବକାଳରେ ମଣିଷ ଓ ପଶୁପକ୍ଷୀ ମାନେ ବର୍ତ୍ତମାନର ଆକାର ଅପେକ୍ଷା ଦୁଇଗୁଣ ଅଧିକ ବଡ଼ ଥିଲେ।ମାତ୍ର ସମୟ କ୍ରମେ ଆମର ଆକାର ଛୋଟ ହୋଇ ଯାଇଛି।ଏହା ମଧ୍ୟ କୁହାଯାଇଥାଏ କି କୌଣସି କାରଣରୁ ସେହି ସାପଟି ଅଭିଶାପ ପାଇ ପଥର ହୋଇଯାଇଛି।

କିନ୍ତୁ ସେଠାକାର ଲୋକମାନେ ବିଶ୍ୱାସ କରନ୍ତି ଯେ ସେହି ସାପ ଦିନେ ନା ଦିନେ ନିଜର ଅଭିଶାପରୁ ମୁକ୍ତ ହୋଇ ନିଜର ଜୀବନ ଅତିବାହିତ କରିବ।କିନ୍ତୁ କିଛି ଲୋକ ଏହି ମତକୁ ମିଥ୍ୟା ବୋଲି କହିଥାନ୍ତି ଓ ସେମାନେ କହିଥାନ୍ତି କି ଏହାକୁ କୌଣସି ଲୋକ ନିଜର ହାତରେ ଏଭଳି ଖୋଦିତ କରି ବନାଇଛି।ଏହା ସହିତ ଆଉ କିଛି ଲୋକ କହିଥାନ୍ତି କି ଏହା ପ୍ରକୃତିର ଚଳନ ଫଳରେ ଏଭଳି ହୋଇଛି।

Leave a Reply

Your email address will not be published. Required fields are marked *