କୁକୁର ସହିତ ବିବାହ କରିଲେ ଏହି ସୁନ୍ଦରୀ ଝିଅ – ଆଉ କିନ୍ତୁ ତାପରେ ରାତିରେ ଯାହା ହେଇଗଲା ଶୁଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇଦେବେ..

Spread the love

ତେବେ ଆମେ ସମସ୍ତେ ଜାଣୁ ଗୋଟିଏ ପୁଅ ସହିତ ଗୋଟିଏ ଝିଅର ବିବାହ ହୋଇଥାଏ।ତେବେ ଆମେ ବର୍ତ୍ତମାନ ଏପରି ବିବାହ ସମ୍ପର୍କରେ ଆଲୋଚନା କରିବାକୁ ଯାଉଛେ ଯାହାକୁ ଶୁଣିବା ପରେ ଆପଣ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଝାଡଖଣ୍ଡର ଏକ ଗ୍ରାମରେ ଏକ ୧୮ ବର୍ଷର ଯୁବତୀ ବିବାହ କରିଛି ଏକ କୁକୁରକୁ।ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲଗୁଥାଇ ପାରେ ମାତ୍ର ଏହା ସମ୍ପୂର୍ଣ୍ଣ ସତ।ଏଭଳି ଏକ ଘଟଣା ଘଟି ସାରିଛି।ତେବେ ସୂଚନା ଅନୁସାରେ ଏହି ବିବାହଟି ଝିଅଟିର ଘର ଲୋକଙ୍କର ଇଚ୍ଛାରେ ସମ୍ପୂର୍ଣ୍ଣ ହୋଇଥିଲା।

ସେହି ଝିଅଟିର ନାମ ହେଉଛି ମଙ୍ଗଳୀ।ତେବେ ସେହି ଝିଅଟିର ମଙ୍ଗଳ ଦୋଷ ଥିଲା ବୋଲି ଗ୍ରାମର ଏକ ପୂଜାରୀ କହିଥିଲେ।ଫଳରେ ସେହି ଝିଅଟିର ପିତା ଓ ମାତା ଏହାର ଉପଚାର ଜାଣିବା ପାଇଁ ପୂଜାରୀଙ୍କୁ ପଚାରିଥିଲେ।ଫଳରେ ସେ କହିଥିଲେ କି ଝିଅଟିର ରୀଷ୍ଟ ଖଣ୍ଡନ ପାଇଁ ପ୍ରଥମେ ସେହି ଝିଅକୁ ଏକ କୁକୁର ସହିତ ବିବାହ କରି ଦିଆଯାଉ।

ଫଳରେ ସେହି ଝିଅଟିର ରିଷ୍ଟ ସେହି କୁକୁର ଦ୍ଵାରା ଖଣ୍ଡନ ହୋଇଯିବ।ଏହି ବିବାହ ସେହି ଝିଅଟିର ସମସ୍ତ ପରିବାର ଲୋକଙ୍କର ଉପସ୍ଥିତିରେ ସମ୍ପୂର୍ଣ୍ଣ ହୋଇଥିଲା।ଏହା ସହିତ ସମସ୍ତ ରୀତିନୀତି ଅନୁସାରେ ସେହି ଝିଅଟିର ବିବାହ ସମ୍ପୂର୍ଣ୍ଣ ହୋଇଥିଲା।ସେହି କୁକୁର ଟିକୁ ଆଦିବାସୀ ପୋଷକ ପିନ୍ଧାଇ ବେଦିରେ ବସାଇ ଦିଆଯାଇଥିଲା।

ଏହା ପରେ ବିବାହ କରା ଯାଇଥିଲା।ଏହି ବିବାହରେ ପ୍ରାୟ ୭୦ ଜଣ ଲୋକ ଉପସ୍ଥିତ ଥିଲେ।ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ସେହି ଝିଅଟିର ବିବାହ ସମ୍ପୂର୍ଣ୍ଣ ହୋଇଥିଲା।ବିବାହର କିଛି ଦିନ ପର୍ଯ୍ୟନ୍ତ ସେହି କୁକୁର ଟିକୁ ବଞ୍ଚାଇ ରଖିବାକୁ ପଡିବ।ଫଳରେ ସେହି ଝିଅଟିର ଥିବା ମଙ୍ଗଳ ଦୋଷ ସେହି କୁକୁର ଦ୍ଵାରା ଖଣ୍ଡନ ହୋଇଯିବ।ତେବେ ଏହି ବିବାହ କରିବାକୁ ପ୍ରଥମେ ସେହି ଝିଅଟି ରାଜି ହୋଇ ନଥିଲେ।

କିନ୍ତୁ ପରିବାର ଲୋକ ଅନେକ ବୁଝାଇବା ପରେ ସେହି ଝିଅଟି କୁକୁର ସହିତ ବିବାହ କରିବାକୁ ରାଜି ହୋଇଥିଲେ।ତେବେ ସେହି ଝିଅଟିର ଚତୁର୍ଥୀ ମଧ୍ୟ ସେହି କୁକୁର ସହିତ ହେବାର ଥିଲା।ମାତ୍ର ଏହି ଚତୁର୍ଥୀ କେବଳ ଲୋକ ଦେଖାଣିଆ ଥିଲା।

ତେବେ ସେହି ଝିଅଟିର ବିବାହ ପରେ ବର୍ତ୍ତମାନ ତାର ମଙ୍ଗଳ ଦୋଷ କଟି ଯାଇଥିବା ସମସ୍ତେ କହୁଛନ୍ତି।ଏହା ସହିତ ଏହି ପରି ଭାବରେ ଅନ୍ୟ ଏକ ସ୍ଥାନରେ ମଧ୍ୟ କୁକୁର ମାନଙ୍କ ସହିତ ଝିଅ ମାନଙ୍କୁ ବିବାହ କରିବାର ପ୍ରଥା ରହି ଆସିଛି।ତେବେ ଓଡ଼ିଶା ଓ ଝଡଖଣ୍ଡ ସୀମାରେ ଥିବା ଗ୍ରାମରେ ଲୋକମାନେ ସେମାନଙ୍କର ସନ୍ତାନଙ୍କୁ କୁକୁର ସହିତ ବିବାହ ଦେବାର ପ୍ରଥା ରହି ଆସିଛି।

ସେମାନଙ୍କର ମତ ଅନୁସାରେ ଏପରି କରିବା ଫଳରେ ସେମାନଙ୍କର ସନ୍ତାନ ମାନଙ୍କର ଆୟୁଷ ବୃଦ୍ଧି ଘଟିଥାଏ।ତେବେ ଏହି ପରମ୍ପରା ଅନୁସାରେ ପୁଅ ମାନଙ୍କର ମାଈ କୁକୁର ଓ ଝିଅ ମାନଙ୍କର ଅଣ୍ଡିରା କୁକୁର ସହିତ ବିବାହ କରିବାର ପରମ୍ପରା ରହିଛି।ତେବେ ଏପରି କରିବା ଫଳରେ ସେମାନଙ୍କର ଜୀବନ ଉପରୁ ସମସ୍ତ ପ୍ରକାରର ବିପଦ ଟଳି ଯାଇଥାଏ ବୋଲି ସମସ୍ତେ ବିଶ୍ୱାସ କରିଥାନ୍ତି।

Leave a Reply

Your email address will not be published. Required fields are marked *