ରଥ ଯାତ୍ରା ରେ ସମସ୍ତଙ୍କୁ ବାରଣ ହେଇଥିବା ଏମାନେ କିପରି ଗଲେ ? ସଂଗୀତ ନିର୍ଦ୍ଧେଶକ ପ୍ରେମ ଆନନ୍ଦ କିପରି ରଥ ପାଖକୁ ଗଲେ ?ବଡ ନିଉଜ ଚ୍ୟନେଲ କାହିଁକି ଏହାକୁ ଦେଖୋଉ ନାହାନ୍ତି ?ପୁରୀ ରେ ହେଲା ତୀବ୍ର ବିରୋଧ

Spread the love

ଗତ କାଲି ମହାପ୍ରଭୁଙ୍କର ପବିତ୍ର ରଥ ଯାତ୍ରା ଶେଷ ହୋଇ ଯାଇଛି।କିନ୍ତୁ ଏହା ପରେ ମଧ୍ୟ ଅନେକ ପୁରୀର ଅଧିବାସୀ କିଛି କାରଣ ହେତୁ ଅନେକ ଅସନ୍ତୋଷ ପ୍ରକାଶ କରିଛନ୍ତି।ତେବେ ସେମାନେ ପୁରୀ ପ୍ରଶାସନ ଉପରେ ଅନେକ ଆରୋପ ଲଗାଇଛନ୍ତି।ସେମାନଙ୍କର କହିବା ଅନୁସାରେ ଏହି ପବିତ୍ର ରଥଯାତ୍ରାରେ ପ୍ରଶାସନର କଟକଣା ଅନୁସାରେ ସମସ୍ତ ରୀତିନୀତି ସମ୍ପନ୍ନ ହୋଇଥିଲା।କିନ୍ତୁ ଏହା ପରେ ମଧ୍ୟ କେତେକ ଅସାଧୁ ଲୋକ ନିଜର ଦକ୍ଷତାର ଫାଇଦା ଉଠାଇ ସମସ୍ତ ନିୟମକୁ ଭାଙ୍ଗି ଦେଇଥିଲେ।

ତେବେ କିଛି ଲୋକଙ୍କର କହିବା ଅନୁସାରେ ପଣ୍ଡାମାନେ ପୁରୀ ପ୍ରଶାସନର ସମସ୍ତ ନିୟମ ମାନି ରଥ ଟାଣିଥିଲେ।କିନ୍ତୁ କିଛି ପ୍ରଭାବଶାଳୀ ବ୍ୟକ୍ତି ଯେପରି ଖଣି ମାଫିଆ ଓ ଅନ୍ୟ କିଛି ପ୍ରଭାବଶାଳୀ ବ୍ୟକ୍ତି ଯେଉଁ ମାନଙ୍କର ମନ୍ଦିର ମଧ୍ୟରେ କୌଣସି ବି କାର୍ଯ୍ୟ ନଥିଲା ସେମାନେ ପୁରୀ  ମଧ୍ୟକୁ ପ୍ରବେଶ କରିଥିଲେ।ଏହା ସହିତ ସେମାନେ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ।ମହାପ୍ରଭୁଙ୍କୁ ସମସ୍ତେ ଦର୍ଶନ କରି ପାରିବେ କିନ୍ତୁ ତାର ଅର୍ଥ ନୁହେଁ ଯେ ଯେ କୌଣସି ବ୍ୟକ୍ତି ନିଜର କ୍ଷମତାର ଖରାପ ବ୍ୟବହାର କରିବ।

ତେବେ ଏଥିରେ ରଥ ବେଳେ ପୁରୀ ଲୋକଙ୍କ ପାଇଁ ବାରଣ ହେଇଥିବା ବେଳେ କାହିଁକି ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ ରଥ ପାଖକୁ ଗଲେ ଯାହାକି ଠିକ ରଥ ଯାତ୍ରା ବେଳର ଫୋଟୋ ବର୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି |ତେବେ ଏହାକୁ କୌଣସି ବଡ ବଡ ନିଉଜ ଚ୍ୟାନେଲ କାହିଁକି ପ୍ରସାରଣ କରି ବିରୋଧ କରୁ ନାହାନ୍ତି ତାର ପତିକ୍ରିୟା ଘିର ନିନ୍ଦା କରୁଛନ୍ତି ଜଣ ସାଧାରଣ ଓ ପୁରୀ ବାସୀ

ସେଥିପାଇଁ ପୁରୀର ଜନସାଧାରଣ ଅନେକ ମାତ୍ରାରେ ଅସନ୍ତୁଷ୍ଟ ଅଛନ୍ତି।ସେମାନେ ନିକଟସ୍ଥ ପୋଲିସ କାର୍ଯ୍ୟାଳୟରେ ଏହାର ଅଭିଯୋଗ ଦାଖଲ କରିଛନ୍ତି।ସେମାନଙ୍କ କହିବା ଅନୁସାରେ ସେମାନେ ପୁରୀ ପ୍ରଶାସନର ସମସ୍ତ ନିୟମ ମାନିଥିଲେ କିନ୍ତୁ ଏହି ପ୍ରଭାବଶାଳୀ ବ୍ୟକ୍ତିମାନେ କିଭଳି ଭାବରେ ଏହି ନିୟମକୁ ଉଲଂଘନ କଲେ।ତେବେ ଅନେକ ଭକ୍ତ ସେମାନଙ୍କର ପ୍ରଭୁଙ୍କୁ ନ ଦେଖି ପାରିବାରୁ ଅନେକ ଦୁଃଖ ଅନୁଭବ କରିଛନ୍ତି।ସେମାନେ ପ୍ରଶାସନର ଏଭଳି ନିୟମକୁ ମାନି ନିଜକୁ କଷ୍ଟ ଦେଇ ମହାପ୍ରଭୁଙ୍କ ଠାରୁ ଦୂରେଇ ରହିଛନ୍ତି।

କିନ୍ତୁ ଏହା ପରେ ମଧ୍ୟ ସେହି ବ୍ୟକ୍ତିମାନେ ପ୍ରଶାସନର ନିୟମକୁ ଭାଙ୍ଗି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।ସେଥିପାଇଁ ପ୍ରଶାସନ କହିଛନ୍ତି କି କିଭଳି ଭାବରେ ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ ହୋଇ ପାରିବ।ସେଥିପାଇଁ ଅନେକ ଜନସାଧାରଣ ଏହାର କଡ଼ା ନିନ୍ଦା କରିଛନ୍ତି।ସେମାନେ ଏହି ସମସ୍ତେ ପୁରୀର ଆଦିବାସୀଙ୍କୁ କହିଛନ୍ତି ଏହି ଘଟଣାର ସମ୍ପୂର୍ଣ୍ଣ ଭାବରେ ନିନ୍ଦା କରିବାକୁ।ଏହା ସହିତ ସେମାନେ କହିଛନ୍ତି ଏହି ଧର୍ମ ଦାଣ୍ଡରେ କିଭଳି ଭାବରେ ଏତେ ବଡ଼ ଅଧର୍ମ ହୋଇ ପାରୁଛି।।

ଅନେକ ଜନସାଧାରଣ କହିଛନ୍ତି ଯଦି ଏଭଳି ଭାବରେ ସେମାନେ ଯାହାକୁ ନାହିଁ ତାକୁ ପୁରୀ ମନ୍ଦିର ମଧ୍ୟକୁ ଛାଡ଼ି ପାରୁଛନ୍ତି ତେବେ ସେମାନେ କାହିଁକି ନିଜର ପ୍ରଭୁଙ୍କ ଠାରୁ ଦୂରେଇ ରହିବେ।ସେମାନେ ମଧ୍ୟ ନିଜର ପ୍ରଭୁଙ୍କ ପାଖକୁ ଯିବେ।ସେମାନେ ମଧ୍ୟ ପ୍ରଶାସନର ନିୟମ ଭଙ୍ଗ କରି ବାହୁଡା଼ ଯାତ୍ରା,ସୁନାବେଶରେ ମହାପ୍ରଭୁଙ୍କ ରଥ ଟାଣିବା ପାଇଁ ଯିବେ ବୋଲି ଚେତାବନୀ ଦେଇଛନ୍ତି।ଏହା ସହିତ ସେମାନେ ପ୍ରଶାସନର ଏଭଳି କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ନିନ୍ଦା କରିଛନ୍ତି।

Leave a Reply

Your email address will not be published. Required fields are marked *