ପୁଅ ଝିଅ ଆପଣଙ୍କ କଥା ମାନୁ ନାହାନ୍ତି ଯଦି ଏପରି କରନ୍ତୁ – ପିଲାମାନେ ଭଲ ଅନୁଶାସନ ପାଇବେ ଓ ଆପଣ ଭଲ Family ହେଇ ପାରିବେ

Spread the love

ଆଜି କାଲି ପ୍ରାୟତଃ ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି ମୋବାଇଲ ଓ ଟିଭିରେ ନିଜର ଅଧିକାଂଶ ସମୟ ଅତିବାହିତ କରୁଛନ୍ତି।ତେବେ ଯାହାବି ହେଉ ନା କାହିଁକି ଆଜିକାଲି ଲୋକମାନେ ନିଜର ସମୟ ପିଲାମାନଙ୍କୁ ଦେବା ବଦଳରେ ସେମାନେ ନିଜର ଫୋନ ପିଲାମାନଙ୍କୁ ଦେଉଛନ୍ତି। ଅର୍ଥାତ ଯଦି ପିଲାଟି କୌଣସି କାରଣରୁ ଖାଉ ନାହିଁ ତେବେ ଆଜିକାଲିର ପିତା ମାତା ସେମାନଙ୍କୁ ବୁଝାଇବା ପାଇଁ ସେମାନଙ୍କୁ ଫୋନ ଧରାଇ ଦେଉଛନ୍ତି ଯାହା ଫଳରେ ସେମାନେ ଛୋଟ ବେଳୁ ଫୋନ ପ୍ରତି ଆକର୍ଷିତ ହୋଇ ଯାଉଛନ୍ତି।

ତେବେ ଆଜିକାଲି ପିତାମାତା ସେମାନଙ୍କର ସମୟ ସେମାନେ ମଧ୍ୟ ନିଜ ହିସାବରେ ଅତିବାହିତ କରୁଛନ୍ତି।ଯାହା ଫଳରେ ସେମାନେ ପିଲାକୁ ଅଧିକ ସମୟ ଦେଇ ପାରୁ ନାହାଁନ୍ତି।ଯାହା ଫଳରେ ସେହି ପିଲାଟି ନିଜକୁ ଏକା ଅନୁଭବ କରୁଛି।ଫଳରେ ସେ ବାଧ୍ୟ ହୋଇ ମୋବାଇଲ ଦେଖି ନିଜର ସମୟ ଅତିବାହିତ କରୁଛି।ଯାହା ଫଳରେ ସେ ପାଠ ପଢା ପାଇଁ ନିଜର ଅଧିକାଂଶ ସମୟ ଦେଇ ପାରୁ ନାହାଁନ୍ତି ଓ ସେମାନେ ପାଠ ପଢ଼ାରେ ମଧ୍ୟ ମନ ଲଗାଉ ନାହାନ୍ତି।

ଆଜିକାଲି ପିଲାମାନେ ଅଧିକ ସମୟ ଫୋନ ଚଳାଇବା ଫଳରେ ସେମାନଙ୍କର ଆଖି ମଧ୍ୟ ଖୁବ ଶୀଘ୍ର ଖରାପ ହେଇ ଯାଉଛି।ତେବେ ଫୋନରେ ଅନେକ ଶିଖିବା ଜିନିଷ ରହିଛି କିନ୍ତୁ ପିଲାମାନେ ସେ ସବୁକୁ ନା ଦେଖି ସେମାନେ ଅଧିକ ସମୟ ନିଜର ମନୋରଞ୍ଜନ କରିବା ପାଇଁ ଏହାକୁ ବ୍ୟବହାର କରିବାରେ ଲାଗିଛନ୍ତି।ଯାହା ଫଳରେ ସେମାନେ ମୋବାଇଲର ସଠିକ ବ୍ୟବହାର କରି ପାରୁ ନାହାନ୍ତି।ତେବେ ପିଲାମାନଙ୍କୁ ଅଯଥା ଗାଳି ଦେଲେ ସେମାନେ କେବେ ମଧ୍ୟ ସଠିକ ରାସ୍ତାକୁ ଆସିବେ ନାହିଁ।

ସେଥିପାଇଁ ପ୍ରଥମେ ସେମାନଙ୍କୁ ଭଲଭାବରେ ବୁଝାଇବା ଆବଶ୍ୟକ।ଏହାପରେ ସେମାନେ ତାଙ୍କୁ ସଠିକ ରାସ୍ତା ଦେଖାଇବା ଆବଶ୍ୟକ।ଅର୍ଥାତ ସେହି ପିଲାଟି ଯାହାସବୁ କରୁଛି ତାହା ଠିକ କି ଭୁଲ ତାଙ୍କୁ ସର୍ତ୍ତ ବୁଝାଇବା ଆବଶ୍ୟକ।ଯାହା ଫଳରେ ସେମାନେ ବୁଝି ପାରିବ କି ସେମାନେ ଯାହା କରୁଛନ୍ତି ତାହା ଭୁଲ ନା ଠିକ।ଏହାପରେ ସେମାନେ ଆପେ ନିଜକୁ ସଠିକ ରାସ୍ତାକୁ ଆଣିବାକୁ ଚେଷ୍ଟା କରିବେ।

ତେବେ ସେମାନେ ଏପରି କରିବା ଫଳରେ ସେମାନେ ନିଜର ପିଲା ସହିତ ଅଧିକ ସମୟ ମଧ୍ୟ ଅତିବାହିତ କରି ପାରିବେ।ପିଲାଙ୍କ ସହିତ ସମୟ ଅତିବାହିତ କରିବା ଏକ ବହୁତ ଜରୁରୀ କାର୍ଯ୍ୟ ନଚେତ ଆପଣ ଜାଣି ପାରିବେ ନାହିଁ କି ପିଲାଟି କଣ କରିବାକୁ ଚାହୁଁଛି ଓ ପିଲାଟି କଣ ଭାବୁଛି।

ତେବେ ଆପଣ ସେମାନଙ୍କ ସହିତ ସମୟ ଅତିବାହିତ କରିବା ଫଳରେ ଆପଣ ଜାଣି ପାରିବେ କି ସେହି ପିଲାଟି ଜୀବନରେ ନିଜର ଲକ୍ଷ୍ୟ କଣ ରଖିଛି।ଯାହା ଫଳରେ ଆପଣ ନିଜର ପିଲାକୁ ସଠିକ ଭାବରେ ବୁଝି ପାରିବେ ଓ ତାଙ୍କୁ ସଠିକ ରାସ୍ତାକୁ ଆଣି ପାରିବେ।

ଏହା ସହିତ ଆପଣ ନିଜର ପିଲା ଉପରେ ଅଧିକ ଚାପ ପକାନ୍ତୁ ନାହିଁ ଆପଣ ଯଦି ଏପରି କରିବେ ତେବେ ସେମାନେ ନିଜର ମନକୁ ଶାନ୍ତ କରିବା ପାଇଁ ପୁଣି ନିଜକୁ ମୋବାଇଲରେ ବ୍ୟସ୍ତ ରଖିବେ ଯାହା ଫଳରେ ଆପଣ ସେମାନଙ୍କୁ ଗାଳି କରିବାର କିଛି ଲାଭ ହେବ ନାହିଁ।

Leave a Reply

Your email address will not be published. Required fields are marked *