ମହାନଦୀ ବନ୍ୟା ଜଳ (Floodwater) ହୀରାକୁଦର ୩୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି,ଏହି ସବୁ ଜିଲ୍ଲା ପାଇଁ ଆଜି ବିପଦ…

Spread the love

ଓଡ଼ିଶାକୁ ବନ୍ୟା ଜଳ ନିଷ୍କାସିତ ହେଉଛି ହୀରାକୁଦ ଜଳ ଭଣ୍ଡାରରୁ ୩୪ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି।ବାମ ପଟରୁ ୨୬ ଟି ଗେଟ୍ ଏବଂ ଡାହାଣ ପଟରୁ ୮ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି।ଉପର ମୁଣ୍ଡରେ ବର୍ଷା ହେବା କାରଣରୁ ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ୫,୪୧,୯୮୮ କ୍ୟୁସେଜ ଜଳ ପ୍ରବେଶ

କରୁଥିବା ବେଳେ ପ୍ରତି ସେକେଣ୍ଡରେ ୫,୬୧,୫୪ କ୍ୟୁସେଜ ଜଳ ନିଷ୍କାସିତ ହେଉଛି।ତେବେ ୩୪ ଟି ଗେଟ୍ ଖୋଲା ଯାଇଥିବା କାରଣରୁ ସହରର ଅନ୍ୟ ସବୁ ସୁଇସ ଗେଟ୍ ବନ୍ଦ କରି ଦିଆ ଯାଇଛି।ତଳିଆ ଅଞ୍ଚଳରେ ଥିବା ଲୋକ ମାନଙ୍କ ସ୍ଥାନାନ୍ତରଣ ପାଇଁ କାର୍ଯ୍ୟ ଚାଲିଛି ଏଥି ସହିତ ତଳିଆ ଅଞ୍ଚଳରେ ପମ୍ପ ସେଟ

ମଧ୍ୟ ବସା ଯାଇଛି ଯାହା ଜଳ ନିଷ୍କାସନ କରିବା ପାଇଁ ସାହାଯ୍ୟ କରିବ।ଏହି ବିଷୟରେ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ଅନ୍ୟାନ୍ୟ ଦାସ କହିଛନ୍ତି କି ବର୍ତ୍ତମାନ ସୁଦ୍ଧା ୧୦୦୦ ଲୋକଙ୍କୁ ସ୍ଥାନାନ୍ତରଣ କରା ଗଲାଣି।ଆଗାମୀ ସମୟ ପାଇଁ ମଧ୍ୟ ଆମେ ସଜାଗ ଅଛୁ ତଳିଆ ଅଞ୍ଚଳରେ ଥିବା ଲୋକ ମାନଙ୍କୁ ଗୋଟିଏ

ସ୍ଥାନରେ ରଖା ଯାଉଛି ଏବଂ ତାଙ୍କର ଖାଦ୍ୟ ପେୟ ର ମଧ୍ୟ ସମ୍ପୂର୍ଣ୍ଣ ବନ୍ଦୋବସ୍ତ ହୋଇଛି।ଉପର ମୁଣ୍ଡରୁ ଜଳ ପଶୁଥିବା କାରଣରୁ ଗେଟ୍ ଖୋଲିବା ପାଇଁ ଆମେ ବାଧ୍ୟ ଅଛୁ ଯାହାକି ଆମ ପାଖରେ ବର୍ତ୍ତମାନ ତଥ୍ୟ ଅଛି ଆମେ ବନ୍ୟା ନିୟନ୍ତ୍ରଣ କରିବା ପାଇଁ ପ୍ରସ୍ତୁତ ଅଛୁ।ତେବେ ଯାହା ଖବର ଅଛି କୁ ହୀରାକୁଦ ରେ

୩୪ଟି ଗେଟ୍ ଖୋଲାଯିବା କାରଣରୁ ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ବନ୍ୟା ଜଳ ପ୍ରବେଶ କରି ସାରିଲାଣି।ସମ୍ବଲପୁରରେ ବିଭିନ୍ନ ବଡ଼ ବଡ଼ ସ୍ଥାନ ମାନଙ୍କରେ ବର୍ଷା ଏବଂ ବନ୍ୟା ଜଳ ପ୍ରବେଶ କରିବାକୁ ଯାଉଚି।ସମ୍ବଲପୁରର ଜିଲ୍ଲାପାଳ ମଧ୍ୟ ଏନେଇ ସଜାଗ ଅଛନ୍ତି ବୋଲି କୁହା ଯାଉଛି।ଏଥି ସହିତ ସମ୍ବଲପୁର ଏବଂ

ସୋନପୁର କୁ ସଂଯୋଗ କରିଥିବା ରାଜ ରାସ୍ତାରେ ୫ଫୁଟ ଉଚ୍ଚରେ ପାଣି ଚାଲୁଛି।ଯେହେତୁ ଏହା ମୁଖ୍ୟ ରାସ୍ତା ଅଟେ ତେଣୁ ଗମନା ଗମନ ବାଧାପ୍ରାପ୍ତ ହେଉଛି ଏଥି ସହ ଲୋକଙ୍କୁ ମଧ୍ୟ ଏହି ରାସ୍ତାରେ ଯିବା ପାଇଁ ମନା କରା ଯାଇଛି।

Leave a Reply

Your email address will not be published. Required fields are marked *