ବର୍ତ୍ତମାନ କୋଭିଡି ସମୟ ହେତୁ କୌଣସି ସୁଟିଂ ହେଉନାହିଁ। ଯାହା ଫଳରେ ସମସ୍ତ ଅଭିନେତା ଅଭିନେତ୍ରୀ ମାନେ ଘରେ ରହି ବେଶ ମଜା ଉଠାଉଛନ୍ତି ପରିବାର ଲୋକଙ୍କ ସହିତ।ଘରେ ରହି ମଧ୍ୟ ନିଜ ସମର୍ଥକ ମାନଙ୍କ ସହ ମଧ୍ୟ ମଜା ନେଉଛନ୍ତି, ଏବଂ କିପରି ନିଜେ ମଜା ଉଠାଉଛନ୍ତି ତାହାକୁ ସୋସିଆଲମିଡ଼ିଆରେ ମଧ୍ୟ ଦେଖେଇଛନ୍ତି। ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଗାଁକୁ ଫେରି ଯାଇ ବହୁତ ମଜା କରୁଛନ୍ତି।
ସେହି ଓଲିଓଡ଼ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଏଲିନା ସାମନ୍ତରାୟ, ଯେକି ବେଶ ପରିଚିତ ଏବଂ ନାମଜାନି ଅଭିନେତ୍ରୀ ଭାବେ ସେ ବହୁତ ଫିଲ୍ମରେ ନିଜର ଅଭିନୟ କରି ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଇଛନ୍ତି।ଓଡ଼ିଆ ଇଣ୍ଡଷ୍ଟ୍ରୀରେ ବହୁତ ନାଁ କମାଇଛନ୍ତି।ଏହି ଛୁଟି ସମୟରେ ସେ ବର୍ତ୍ତମାନ ନିଜ ଗାଁକୁ ଫେରି ଆସିଛନ୍ତି, ଏବଂ ସେଠାରେ କିପରି ମଜା କରୁଛନ୍ତି ଆସନ୍ତୁ ସେ ବିଷୟରେ ଜାଣିବା।
ଏଲିନା ନୂଆ ପୋଷକ ପିନ୍ଧି, ଠାକୁରଙ୍କ ପାଖକୁ ଯାଇଥିଲେ, ଫୋଟୋ ମଧ୍ୟ ବେଶ ଦର୍ଶନିୟ।ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛନ୍ତି।ଏମିତି ବହୁତ ଫୋଟୋ ତାଙ୍କର ପାସନ୍ଦିତ ସହ କମେନ୍ଟସରେ ଭରପୁର ହୋଇଯାଇଛି।ସେ ଜାମୁକୋଳି ଡାଲରୁ କୋଳି ତୋଳି ସଂଗ୍ରହ କରୁଛନ୍ତି ଓ ସେଥିରୁ ଅନେକ କିଛି ଖାଉଛନ୍ତି ଏବଂ ଖୁବ ମଜ୍ଜା ଉଠାଇଛନ୍ତି।କିଛି ଭିଡିଓ ମଧ୍ୟ ଦେଖିବାକୁ ମିଳିଛି ଯେଉଥିରେ ଏଲିନା ଶାଢ଼ୀ ପିନ୍ଧିଛନ୍ତି ଏବଂ ବହୁତ ସୁନ୍ଦର ଲଗୁଛନ୍ତି।ଅନେକ ଫୋଟୋ ମଧ୍ୟ ଉଠାଉଛନ୍ତି।
ଆଗକୁ ରଜ ଆସୁଥିବାରୁ ନିଜକୁ ବେଶ ମଜ୍ଜା ନବା ପାଇଁ ଗାଁକୁ ଆସିଛନ୍ତି। ତାଙ୍କ ବାରିରେ ବସି ଆମ୍ବ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।ନିଜେ ନିଜେ ସଜବାଜ ହେଉଛନ୍ତି ଏବଂ ଯାହାକି ସ୍ୱାଭାବିକ ବୋଲି କୁହାଯାଏ।ଓଲିଉଡରେ ଅନେକ ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟ ପ୍ରତି ବହୁତ ସତର୍କତା ଅବଲମ୍ବନ କରନ୍ତି।ସେମାନେ ନିଜ ସୌନ୍ଦର୍ଯ୍ୟ ଦ୍ଵାରା ଦର୍ଶକ ମାନଙ୍କୁ ପ୍ରଭାବିତ କରାନ୍ତି।ଆପଣମାନେ କିଛି କଥା ଅଛି ଯାହାକୁ ଜାଣିଲେ ବିଶ୍ୱାସ କରିବେ ନାହିଁ।ସେହି ଅଭିନେତ୍ରୀ ମାନେ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟରେ କେହି ସୁନ୍ଦର ନୁହଁନ୍ତି।ସେମାନେ କୃତ୍ରିମ ଉପାୟରେ ମେକପ ଲଗାଇ ନିଜକୁ ସୁନ୍ଦର କରି ନିଜର ସୌନ୍ଦର୍ଯ୍ୟ ବଢାଉଛନ୍ତି।ହେଲେ ଏଲିନା ପ୍ରକୃତରେ ବହୁତ ସୁନ୍ଦର ମଧ୍ୟ।
ଗାଆଁରେ ଅନେକ ତାଙ୍କର ସମର୍ଥକ ଏବଂ ତାଙ୍କ ସାଙ୍ଗ ମାନେ ଦେଖାହେଇଛନ୍ତି। ଏବଂ ତାଙ୍କ ସହ ବହୁତ ବାର୍ତାଳାପ କରୁଛନ୍ତି ଏବଂ ସେଲ୍ଫି ମଧ୍ୟ ନେଉଛନ୍ତି। ସୁଟିଂ ସେଟ ଅପେକ୍ଷାକୃତ ଗାଁରେ ବେଶ ମଜା କରୁଛନ୍ତି ଅଭିନେତ୍ରୀ। ଗାଁରେ ସେ ନିଜକୁ କେବେ ସ୍ପେଶାଲ ବୋଲି ଅନୁଭଵ କରୁନାହାନ୍ତି।ସୋସିଆଲମିଡ଼ିଆ ସାହାଯ୍ୟରେ ଅନ୍ୟ ସମର୍ଥକ ମାନଙ୍କ ସହ ମିସୁଛନ୍ତି ଏବଂ ଅନ୍ୟ ଅଭିନେତ୍ରୀ ଓ ଅଭିନେତା ଙ୍କ ସହ କଥା ହେଉଛନ୍ତି।
ପୋଜରେ ଫୋଟୋ ସୁଟ୍ କରିଛନ୍ତି।ଏହି ଲୁକକୁ ପୁରା କରିବାପାଇଁ ସେ ନାଲି ଲିପ୍ସଟିକ ସହ ନିଜର କାନକୁ ମଧ୍ୟ ପୋଜରେ ସାମିଲ କରିଥିଲେ।ଏହି ଫୋଟୋକୁ ଦେଖି ଏଲିନା କିଛି ଫ୍ୟାନ ତାଙ୍କ ଦିୱାନା ମଧ୍ଯ ହୋଇଗଲେଣି। ଏହି ଫୋଟୋରେ ତାଙ୍କ ଲୁକ ଆହୁରି ଚାରଚାନ୍ଦ ଲଗାଇଦେଉଛି।ଏହିପରି ବେଶ ଖୁସି ଜୀବନ କାଟୁଛନ୍ତି ଅଭିନେତ୍ରୀ।