ସାପ କାମୁଡ଼ିଲେ କଣ କରିବା ଉଚିତ – ସଂଗେ ସଂଗେ ଏହି ଉପାୟ ଗୁଡିକ କରନ୍ତୁ..

Spread the love

ଦେଖାଦେଇଛି ଆମ ଓଡ଼ିଶାରେ ୩ବର୍ଷରେ ପାଖାପାଖି ୧୭୦୦ରୁ ଉର୍ଦ୍ଧ ଲୋକ ସାପ କାମୁଡ଼ାରେ ମୃତ୍ୟୁ ମୁଖରେ ପଡିଛନ୍ତି।ଯଦି ଲୋକମାନଙ୍କୁ ସାପ କାମୁଡ଼ିଲା ପରେ ସଚେତନତାର ସହ ପଦକ୍ଷେପ ନିଆଯାଏ ତେବେ ସେମାନଙ୍କୁ ମୃତ୍ୟୁ ମୁଖରୁ ନିଜକୁ ବଞ୍ଚାଇହେବ।ଆମ ଦେଶରେ ପାଖାପାଖି ୫୫୦ ପ୍ରଜାତିର ସାପ ଅଛନ୍ତି,ସେମାନଙ୍କ ଭିତରୁ ମାତ୍ର ୧୦-୧୫ ପ୍ରଜାତିର ସାପ ବିଷାକ୍ତ ଅଟନ୍ତି।ତେଣୁ ସେହି ସାପ ଗୁଡ଼ିକ କାମୁଡ଼ିଲେ ଏହିସବୁ ପଦକ୍ଷେପ ନିଆଯାଇ ନିଜକୁ ସୁରକ୍ଷିତ ରଖାଯାଇପାରିବ।

ଓଡ଼ିଶାରେ ଦେଖାଯାଉଥିବା ସାପ ଯଥା:- ନାଗ,ତମ୍ପ ଏହି ସବୁ ସପଗୁଡ଼ିକ ସାଧାରଣତଃ ସ୍ନାୟୁଗତ ସଂକ୍ରମଣ କରିଥାନ୍ତି ଓ ସ୍ନାୟୁତନ୍ତ୍ରକୁ ଦୁର୍ବଳ କରାଇଦେଇଥାନ୍ତି।ସାପ କାମୁଡିବାରେ ଲକ୍ଷଣ ନିର୍ଭର କରେ ଆପଣଙ୍କୁ କେଉଁ ସାପ କାମୁଡିଛି ଓ କେତେ ପରିମାଣର ବିଷ ଆମ ଶରୀରକୁ ଆସିଛି ତାହା ଉପରେ।କିଛି ଛୋଟ ସାପ ଯେମିତିକି ଚିତି ଭଳି ସାପ କାମୁଡ଼ିଲେ କାମୁଡିବାରେ ଚିହ୍ନ ଦେଖାଯାଏ ନାହିଁ ମାତ୍ର ବଡ଼ ସାପ ଯେପରିକି ନାଗ,ତମ୍ପ ଭଳି ସାପ କାମୁଡିବା ମାତ୍ରେ କମୁଡ଼ିଥିବ ଜାଗାରେ ୨ଟି ନାଲି ଦାଗ ଦେଖାଯାଇଥାଏ।

ଏହିଭଳି ସାପ କାମୁଡିବା ଦ୍ବାରା କମୁଡ଼ିଥିବା ଜାଗାରେ ଫୁଲିବା,ରକ୍ତବହାରିବା,ଲାଲ୍ ପଡ଼ିଯିବା ଭଳି ଲକ୍ଷଣ ଦେଖାଯାଇଥାଏ।ଯେତେବେଳେ ବିଷଟି କ୍ରମାଗତ ଭାବେ ଶରୀରକୁ ଚଡ଼ିଯାଏ ସେତେବେଳେ ଶରୀରର ବିଭିନ୍ନ ଅଂଶ ଉପରେ ଏହା ପ୍ରଭାବ ପକାଇଥାଏ।ସ୍ନାୟୁଗତ ସମସ୍ୟା ସୃଷ୍ଟି କରୁଥିବା ସାପ କାମୁଡ଼ିଲେ ଆଖି ବନ୍ଦ ହୋଇଯିବା,ଖାଦ୍ୟ ଗିଳିବା ପାଇଁ କଷ୍ଟ ହେବା,ଛେପ ଗିଳିବା ପାଇଁ କଷ୍ଟ ହେବା ଓ ନିଃଶ୍ୱାସ ନେବା ପାଇଁ ମଧ୍ୟ କଷ୍ଟ ଅନୁଭୂତ ହୋଇଥାଏ।

ଏହି ସବୁ କ୍ଷେତ୍ରରେ ରୋଗୀ ମୃତ୍ୟୁ ବରଣ କରିଥାଏ,ତେଣୁ ତୁରନ୍ତ ଏହାର ଆସୁ ଚିକିତ୍ସା କରିବା ସହ ଡକ୍ଟରଙ୍କ ସହ ପରାମର୍ଶ କରି ଟୀକା ନେବା ଫଳରେ ରୋଗୀଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବ।ସାପ କାମୁଡିବା ପରେ ପ୍ରଥମେ ରୋଗୀକୁ ଆଶ୍ଵାସନା ଦେବା ଆବଶ୍ୟକ ଓ କମୁଡିଥିବା ଜାଗାକୁ ଯେତେ କମ ଗତି କରାଇବା।କମୁଡିଥିବା ଜାଗାର ୨-୪ ଇଞ୍ଚ୍ ଉପରକୁ ଭଲ ଭାବରେ ବାନ୍ଧିଦିଅନ୍ତୁ।କିନ୍ତୁ ଧ୍ୟାନ ରଖିବେ ଯେପରି ଅଧିକ ଜୋରରେ ନବନ୍ଧିବେ ଓ ଯେତେ ଶୀଘ୍ର ସମ୍ଭବ ପାଖରେ ଥିବା ଡ଼ାକ୍ତରଖାନାରେ ଚିକିତ୍ସା କରାଇବା ଆବଶ୍ୟକ।

ସାପ କାମୁଡ଼ିଲା ପରେ ଯେତେ ସମ୍ଭବ ଚେଷ୍ଟା କରିବେ ଜାଣିବା ପାଇଁ କି ଆପଣଙ୍କୁ କେଉଁ ସାପ କାମୁଡିଛି କାରଣ ଆପଣ ଯେତେବେଳେ ଡକ୍ଟରଙ୍କ ପାଖକୁ ଚିକିତ୍ସା ପାଇଁ ଯିବେ ସେତେବେଳେ ଆପଣ ଡକ୍ଟରଙ୍କୁ ଜଣାଇ ପାରିବେ କି ଆପଣଙ୍କୁ କେଉଁ ସାପ କାମୁଡିଛି ଏହା ଫଳରେ ଡକ୍ଟରଙ୍କୁ ଚିକିତ୍ସା କରିବାରେ ସହଜ ହେବ ଓ ସେ ଆପଣଙ୍କୁ ସମ୍ପୂର୍ଣ୍ଣ ରୂପେ ସୁସ୍ଥ କରିପାରିବେ।ବହୁତ ଲୋକ ଅନ୍ଧବିଶ୍ୱାସର ଶିକାର ହୋଇ ସାପ କାମୁଡ଼ିଲା ପରେ ସେହି ଜାଗାକୁ କାଟିବାକୁ ଚେଷ୍ଟା କରନ୍ତି ସେହି ଜାଗାରୁ ରକ୍ତ ବାହାର କରିଦେବାକୁ ଚେଷ୍ଟା କରନ୍ତି,କେହି କେହି ମନ୍ଦିର ଓ ଗୁଣିଆଙ୍କ ପାଖକୁ ଚାଲିଯାଆନ୍ତି।

ମାତ୍ର ଏପରିସବୁ କରିବା ଦ୍ୱାରା ସମୟ ନଷ୍ଟ ହୋଇଥାଏ ଓ ବିଷ ସମଗ୍ର ଶରୀରରେ ବ୍ୟାପିବାକୁ ସମୟ ପାଇଥାଏ।ତେଣୁ ସାପ କାମୁଡିବାରେ ପରେ ଯେତେ ଶୀଘ୍ର ସମ୍ଭବ ଆଶୁ ଚିକିତ୍ସା କରିବା ସହ ଡକ୍ଟରଙ୍କ ସହ ପରାମର୍ଶ କରି ତାଙ୍କ କହିବା ଅନୁସାରେ ଚିକିତ୍ସିତ ହୁଅନ୍ତୁ।

Leave a Reply

Your email address will not be published. Required fields are marked *