ଏହି ଅଦ୍ଭୂତ ଗଛ ଘରେ ବୃଦ୍ଧି କରେ ଟଙ୍କା ପଇସା।

Spread the love

ଆପଣମାନେ ସମୀ ଗଛ ବିଷୟରର ଜାଣିଥିବେ ଏହା କୁ କିଛି ଲୋକ ଶନିଗଛ ମଧ୍ୟ କହିଥାନ୍ତି।ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି ଏହି ସମୀ ଗଛ କିପରି ଆମ ଘରର ଟଙ୍କା ପଇସା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏହି ସମୀ ଗଛକୁ ଅନେକ ଲୋକ ପୂଜା କରିଥାନ୍ତି ଓ ଆଉ ଅନେକ ଲୋକ ଏହାକୁ ପୂଜା କରିବାପାଇଁ ଡରିଥାନ୍ତି ।କାରଣ ଏହା ଶନିଦେବଙ୍କ ଗଛ କାଳେ ଏହା ଦ୍ଵାରା ଶନିଦେବ ରାଗିଯିବେ, କୌଣସି କ୍ଷତି କରିବେ ଏହା ଭାବି ଡରି ଅନେକ ଲୋକ ଏହାକୁ ପୂଜାକରିନଥାନ୍ତି କିନ୍ତୁ ଆପଣଙ୍କୁ କହିରଖିବୁ ଏହା ଭାବିବା ଭୁଲ ଏହା ଏହାକୁ ପୂଜା କଲେ କୌଣସି ଅସୁବିଧା ହୋଇନଥାଏ। ବରଂ ଏହାକୁ ପୂଜା କରିବା ଦ୍ୱାରା ଆପଣଙ୍କର ଅନେକ ସମସ୍ୟା ଦୂର ହୋଇଯିବ। ଏହା ଏକ ଚମତ୍କାରୀ ଗଛ ଅଟେ। ଆପଣଙ୍କର ଧନ ସମସ୍ୟା ହେଉ , ଘର ସମସ୍ୟା ହେଉ ବା ଚାକିରୀ ସମସ୍ୟା ହେଉ ଏହାକୁ ନେଇ ଯଦି ଆପଣ ଜ୍ୟୋତିଷ ମାନଙ୍କ ପାଖକୁ ଯିବେ ସେମାନେ ଆପଣଙ୍କୁ ବର ଗଛ, ବେଲ ଗଛ, ଓସ୍ତ ଗଛ ବା କଦଳୀ ଗଛ ପୂଜା କରିବା ପାଇଁ କହିବେ।କିନ୍ତୁ ସମସ୍ତ ଅଶୁବିଧା ପାଇଁ ଯଦି ଆପଣ ଏହି ସମୀ ଗଛକୁ ପୂଜା କରିବେ ଏହା ଆପଣଙ୍କ ସମସ୍ତ ସମସ୍ୟା ଦୂର କରିଦେବ। ଏହା ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିବ।

ସମୀ ଗଛକୁ ପୂଜା କରିବା ଦ୍ୱାରା ଶନିଦେବ, ଭଗବାନ ଶିବ, ଶ୍ରୀଗଣେଶ ଓ ମାତା ପାର୍ବତି ପ୍ରସନ୍ନ ହୋଇଥାନ୍ତି। କାରଣ ସମୀ ଗଛରେ ସମସ୍ତ ଦେବା ଦେବୀ ବାସ କରିଥାନ୍ତି।ଏହାକୁ ପୂଜା କରିବା ଦ୍ୱାରା ଘରେ ଧନର ଅଶୁବିଧା ହୋଇନଥାଏ।ଏହା ଦ୍ଵାରା ସବୁବେଳେ ଘରେ ସୁଖ ଶାନ୍ତି ଭରିରହିଥାଏ।କୁହାଯାଇଛି ଏହି ସମୀ ଗଛକୁ ପୂଜା କରି କାଳୀଦାସ ସିଦ୍ଧି ଲାଭ କରିଥିଲେ କାଳୀଦାସ ଏହାକୁ ପୂଜା କରି ଏତେ ଜ୍ଞାନ ହାସଲ କରିଛନ୍ତି।ପାଣ୍ଡଵ ମାନେ ମଧ୍ୟ ଏହାକୁ ପୂଜା କରି କୌରବ ମାନଙ୍କଠୁ ବିଜୟ ଲାଭ କରିଥିଲେ।ତେଣୁ ସମୀ ଗଛକୁ ପୂଜା କରିବା ଦ୍ଵାରା ଧନ, ସୁଖ ଶାନ୍ତି ଓ ବିଜୟ ଲାଭ ମିଳିଥାଏ। ସମୀ ଗଛର କାଠ ଅତି ପବିତ୍ର ଅଟେ ଏହାକୁ ଆମ୍ବ କାଠ ଭଳି ପୂଜାରେ ଜଳାଯାଇଥାଏ।ଏହା ସହ ଏହାର ପତ୍ରକୁ ମଧ୍ୟ ତୁଳସୀ ଓ ବେଲ ପତ୍ର ପରି ପବିତ୍ର ମାନାଯାଇଥାଏ।

ଯଦି ଆପଣଙ୍କର ରୋଜଗାର ହେଉ ବା ଚାକିରୀରେ କୌଣସି ସମସ୍ୟା ଦେଖାଯାଉଛି ତେବେ ଶନିବାର ଦିନ ସନ୍ଧ୍ୟାରେ ଏକ ମୁଠି କଳା ରାଶିକୁ ନେଇ ସମୀ ଗଛ ମୂଳେ ଅର୍ପଣ କରିବା ଦ୍ୱାରା ସମସ୍ତ ଅଶୁବିଧା ଦୂର ହୋଇଥାଏ।ଏହା ଦ୍ଵାରା ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବାସହ ଚାକିରୀ ମଧ୍ୟ ମିଳିଯିବ।କିନ୍ତୁ ଏହି କାଯ୍ୟ କେବଳ ପୂଜା ପାଉଥିବା ସମୀ ଗଛ ମୂଳେ କରିବା ଦରକାର।

ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଘରେ କାହାର ଦୃଷ୍ଟି ପଡୁଛି ଯାହା ଦ୍ୱାରା ସମସ୍ତ କାଯ୍ୟରେ ଅଶୁବିଧା ଆସୁଛି ତେବେ ଶନିହାର ଦିନ ସମୀ ବୃକ୍ଷର ପତ୍ର ବା ଡାଳ ଆଣି ଘରର ଐସାନ୍ୟ କୋଣରେ ରଖିବା ଦ୍ଵାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।ଯଦି ଆପଣଙ୍କ ଉପରେ ଶନିଦଶା ଚାଲିଥାଏ ଯାହା କାରଣରୁ ଗୃହରେ ସର୍ବଦା ରୋଗ ଲାଗିରହିଥାଏ ଓ ଧନର ଅଭାବ ଦେଖାଯାଇଥାଏ ତେବେ ପ୍ରତ୍ୟେକ ଦିନ ସମୀ ଗଛକୁ ପୂଜା କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି ଓ ମାତା ଲଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ଯାହା କାରଣରୁ ରୋଗ ଓ ଧନ ସମସ୍ୟା ଦୂରହୋଇଯିବ।

Leave a Reply

Your email address will not be published. Required fields are marked *