ମା ଲକ୍ଷ୍ମୀ ଘରକୁ ଆସିବାର ଏହି ୫ ଟି ଶୁଭ ସଙ୍କେତ..ଭୁଲ ରେ ମଧ୍ୟ ଅଣଦେଖା କରନ୍ତୁ ନାହିଁ

Spread the love

ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ। ଆଜି ଆମେ ଏଠାରେ ଏକ ରୋଚକ ତଥ୍ୟ ବିଷୟରେ ଆଲୋଚନା କରିବାକୁ ଯାଉଛେ। ଆଜିକଲି ଦୁନିଆରେ ଧନକୁ କିଏ ଭଲ ନପାଇଥାଏ,ସମସ୍ତେ ଇଛା କରିଥାନ୍ତିକି କେମିତି ସେମାନଙ୍କ ପାଖରେ ଅଧିକରୁ ଅଧିକ ମାତ୍ରାରେ ପଇସା ଆସୁ ଓ ତାଙ୍କୁ କେବେ ଧନର ଅଭାବ ନପଡୁ। ଆଜି ଆମେ ଏମିତି କେତେକ ସଙ୍କେତ ବିଷୟରେ କଥା ହେବାକୁ ଯାଉଛେ ଯାହା ଆମ ଘରେ ଦେଖାଗଲେ ଆମେ ଜାଣିପାରିବା ଯେ ଘରକୁ ମା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଅଛି। ଏହାକୁ ଆଗକୁ ଭଲ ଭାବରେ ମନଧ୍ୟାନ ଦେଇ ପଢ଼ନ୍ତୁ ଏଠାରେ ଆଗକୁ ବହୁତ ଭଲ ଭଲ ଉପାୟ କୁହାଯାଇଛି ଯାହାକି ଆପଣଙ୍କ ଗୃହରେ ଧନ ସମ୍ପତ୍ତି ବୃଦ୍ଧି କରିବା ସହିତ ଆପଣ ମାନଙ୍କ ସବୁ ପ୍ରକାରର ସମସ୍ୟା ଦୂର କରିଥାଏ।

ଆପଣମାନେ ଯଦି ଅମାବାସ୍ୟା ଦିନ ଘର ପାଖରେ ପେଚା ଦେଖନ୍ତି ଓ ବିଲେଇ ଆପଣଙ୍କ ଗୃହରେ ପ୍ରବେଶ କରି କ୍ଷୀର ପିଇନିଏ ଏବଂ ରାତିରେ ଘରେ ମୂଷା କିମ୍ବା ଚୁଚୁନ୍ଦ୍ରା ଦେଖନ୍ତି,ଏହି ପରି ସବୁ ଯଦି ଆପଣ ଆମାବାସ୍ୟା ଦିନ ଦେଖନ୍ତି ତାହେଲେ ଏହା ମା ଲକ୍ଷ୍ମୀଙ୍କ ଆଗମନର ସୂଚନା ଦେଇଥାଏ। ଆପଣ ଗୁରୁବାର କିମ୍ବା ଶନିବାର ଦିନ ଘରର ଯେକୌଣସି ସାମଗ୍ରୀ ଭୁଲ ବସତଃ ମଧ୍ୟ ବିକ୍ରି କରନ୍ତୁ ନାହିଁ ଆପଣ ଯଦି ଏପରି କିଛି ମୂର୍ଖାମୀ କରୁଛନ୍ତି ତାହେଲେ ମା ଲକ୍ଷ୍ମୀ ଘର ଛାଡ଼ି ଚାଲି ଯାଆନ୍ତି।ଆଉ ଏକ ଉପାୟ ଜାଣି ରଖନ୍ତୁକି ଘରେ ଯଦି ସର୍ବଦା ଅଭାବ ଲାଗି ରହୁଥାଏ,ଯେତେବି ରୋଜଗାର କଲେ ମଧ୍ୟ ସର୍ବଦା ନିଅଣ୍ଟ ଲାଗି ରହୁଥାଏ ତାହେଲେ ଏକ ଛୋଟ ପିତ୍ତଳ ଢାଳରେ ଖୁଚୁରା ମୁଦ୍ରା ପୁର୍ଣ୍ଣ କରି ଘରର ପଶ୍ଚିମ ପାଖରେ ରଖି ଦିଅନ୍ତୁ।

ଆଉ ଏହାକୁ ପ୍ରତିଦିନ ପୂଜା କରିବା ସହିତ ଏହାକୁ ମୁଣ୍ଡିଆ ମାରନ୍ତୁ। ଏହି ଉପାୟ ଆପଣଙ୍କ ଘରେ ଥିବା ସବୁ ପ୍ରକାରର ଅଭାବକୁ ଦୁର କରିଥାଏ।ଆଉ ଆପଣ ମାନେ କେବେହେଲେ ଘରର ସାମ୍ନାରେ ପଥର ଜମା କରି ରଖନ୍ତୁ ନାହିଁ।ଆଉ କଣ୍ଟାଯାତୀୟ ବୃକ୍ଷ ଜମା ଆଦୋୖ ଘର ଆଗରେ ରଖନ୍ତୁ ନାହିଁ।ଗରୁଡ଼ ଚିତ୍ର ଯୁକ୍ତ ଘଣ୍ଟି ଘରର ଠାକୁର ଘରେ ପ୍ରତିଦିନ ବାଜିଲେ ଅଗ୍ନି,ଚୋର ଏବଂ ବଜ୍ରର ଭୟ ଆପଣମାନଙ୍କୁ ରହି ନଥାଏ।ଯବେବି ଆପଣ କେବେ ଯାନବାହାନ କିମ୍ବା ଲୁହାଜିନିଷ ବିକ୍ରି କରୁଥାନ୍ତି ତାହେଲେ ମଙ୍ଗଳବାର ଦିନ ଆଦୋୖ ବିକ୍ରି କରନ୍ତୁ ନାହିଁ।ଆଉ ଆପଣ କେବେବି ଜମି ବିକ୍ରି ଆଦି କାମ ଗୁରୁବାର ଦିନ ଭୁଲରେବି କରନ୍ତୁ ନାହିଁ।ଧଳା ପେଚା ଯଦି ଘର ଉପରେ ବସନ୍ତି କିମ୍ବା ଘର ଭିତରେ ପସନ୍ତି ବା ରାସ୍ତାରେ ଆପଣ ଯଦି କେବେ ଦେଖନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତହିଁ ଶୁଭ ସଙ୍କେତ ହୋଇଥାଏ।


 

ଆପଣ ଘରେ ଯଦି ଏକ ନେଉଳ କିମ୍ବା ଧଳା ପାରା କିମ୍ବା ଧଳା ପାରାର ମୂର୍ତ୍ତୀଟିଏ ରଖନ୍ତି ତାହେଲେ ଘରର ସର୍ଵ ମଙ୍ଗଳ ହୋଇଥାଏ। ଘରର ଦକ୍ଷିଣ ପାର୍ଶ୍ଵରେ ତୁଳସୀ ଚଉଁରା ରଖନ୍ତୁ,ଆଉ ବାହାରକୁ ଯାତ୍ରା ସମୟରେ ତୁଳସୀ ଚଉଁରାର ମାଟି ନିଜ ମଥାରେ ଲଗାନ୍ତୁ।ଅଗ୍ନି କୋଣରେ କେବେହେଲେ ଘର କରନ୍ତୁ ନାହିଁ।ଆଉ କେବେହେଲେ ଏରୁଣ୍ଡି ବନ୍ଧରେ ପାଦ ରଖନ୍ତୁ ନାହିଁ।ଆଉ ଏକ ଶେଷ କଥା ଆପଣ କେବେ ହେଲେ ରୋଷେଇ ଘରେ ଝାଡୁ ରଖିବେ ନାହିଁ।ଆଉ ଝାଡୁକୁ ସମସ୍ତଙ୍କ ଦୃଷ୍ଟି ପଡୁନଥିବା ସ୍ଥାନରେ ରଖନ୍ତୁ ଅର୍ଥାତ ଝାଡୁ ଦ୍ଵାରା ଘର ସଫା କରିବା ପରେ ଘରର କୌଣସି ଏକ ଗୁପ୍ତ ସ୍ଥାନରେ ଲୁଚାଇ କରି ଝାଡୁକୁ ରଖନ୍ତୁ।ଏହି ଭଳି କେତେକ ନିୟମ ଯଦି ଆପଣ ପାଳନ କରିଥାନ୍ତି ତାହେଲେ ଆପଣଙ୍କ ଗୃହକୁ ମା ଲକ୍ଷ୍ମୀଙ୍କର ଆଗମନ ହେବା ସହିତ ଗୃହରେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ।

Leave a Reply

Your email address will not be published. Required fields are marked *