Free ଫାୟାର ରେ 40 ହଜାର ଟଙ୍କା ହାରିଗଲା 13 ବର୍ଷର ଛୁଆ, Sorry ଲେଖିକରି ନିଜ ଜୀବନ ଦେଇଦେଲା – ଆପଣଙ୍କ ପିଲା ଗେମ ଖେଳୁଥିଲେ ନିଶ୍ଚୟ ପଢନ୍ତୁ

Spread the love

ନିଜ ଛୁଆଙ୍କ ଭବିଷ୍ୟକୁ ନେଇକରି ସବୁ ମା ବାପା ବହୁତ ଚିନ୍ତିତ ରୁହନ୍ତି । ମା ବାପାଙ୍କର ଏହା ସ୍ୱପ୍ନ ହୋଇଥାଏ କି ତାଙ୍କ ଛୁଆ ପଢିଲେଖିକରି ସଫଳ ମଣିଷଟେ ହେଉ, ଯାହାପାଈଁ ସେ ନିଜ ଛୁଆଙ୍କ ପାଠପଢା ଉପରେ ଅଧିକା ଧ୍ୟାନ ଦିଅନ୍ତି, ମା ବାପା ନିଜ ଛୁଆଙ୍କ ଉପରେ ନିରିକ୍ଷଣ ରଖନ୍ତି ଯାହାଦ୍ୱାରା ସେ ନିଜ ସମୟ ବର୍ବାଦ୍ ନ କରୁ, କିନ୍ତୁ ସେମିତି ଛୁଆ ଖେଳକୁଦରେ ଲାଗିରୁହନ୍ତି, ଯେପରି ଆମେ ଆମେ ସବୁ ଜାଣିଛେ ସମୟର ସାଥିରେ ସବୁ କିଛି ବହୁତ କିଛି ବଦଳିଯାଇଛି ଆଜିକାଲିର ଆଧୁନିକ ଯୁଗରେ ଛୁଆ ପାଠପଢା କମ୍ ଧ୍ୟାନ ଦେଉଛନ୍ତି, ଓ ସ୍ମାର୍ଟଫୋନ୍ ଓ ସୋସିଆଲ୍ ମିଡିଆର ପ୍ରୟୋଗ ଅଧିକା କରୁଛନ୍ତି  ।

ବହୁତ ଛୁଆ ଅଛନ୍ତି ଯେଉଁମାନେ ଅନ୍ ଲାଇନ୍ ଗେମ୍ ଖେଳିବା ବହୁତ୍ ପସନ୍ଦ୍ କରନ୍ତି, ସାରା ଦିନ ଛୁଆ ମୋବାଇଲେ ରେ ପଶିରୁହନ୍ତି, ସେମିତି ର ସବୁ ଛୁଆ ମୋବାଇଲ୍ ଗେମ୍ ଖେଳିବା ବହୁତ ପସନ୍ଦ କରନ୍ତି, ମା ବାପା ମନା କରିବା ସତ୍ତ୍ୱେ ବି ସେମାନେ ଲୁଚିକରି ମୋବାଇଲ୍ ରେ ଗେମ୍ ଘଣ୍ଟାଘଣ୍ଟା ଧରି ଖେଳନ୍ତି, କିନ୍ତୁ ମୋବାଇଲ୍ ରେ ଗେମ୍ ଖେଳିବା ଅଭ୍ୟାସ ରହିବା କାରଣରୁ ବହୁତ ସମସ୍ୟା ଆସିଯାଏ ।

ଆପଣଙ୍କୁ କହିଦେବୁ କି ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି । ଯାହାକୁ ଜାଣିବାପରେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ , ଏଠାରେ ୧୩ ବର୍ଷର ପୁଅ ମା ବାପାଙ୍କୁ ଲୁଚିକରି ଫ୍ରି ଫାୟାର୍ ନାମକ ଏକ ଅନ୍ ଲାଇନ୍ ଗେମ୍ ଖେଳୁଥିଲା, ଯାହାପରେ ସେ ବହୁତ ଡିପ୍ରେସନରେ ଆସିଗଲା ଯାହାକୁ ନେଇ ସେ ଫାଶୀ ଲଗାଇ ନିଜ ଜୀବନ ହାରିଥିଲା ।

ମିଳିଥିବା ସୁଚନାଅନୁସାରେ ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ୧୩ ବର୍ଷିୟ କୃଷ୍ଣା କୁ ମୋବାଇଲ୍ ଗେମ୍ ଖେଳିବାର ନିଶା ଲାଗିଯାଇଥିଲା, ଅନ୍ ଲାଇନ୍ କ୍ଲାସ୍ ପାଇଁ ମା ଙ୍କ ମୋବାଇଲ୍ ଫୋନ୍ ନେଉଥିଲା କିନ୍ତୁ ଲୁଚିକରି ସେ ଗେମ୍ ଖେଳୁଥିଲା, କଥାକେବଳ ଗେମ୍ ଖେଳିବାର ନୁହେଁ ବରଂ ସେ ଏହି ଗେମ୍ ରେ ପଇସା ବି ଲଗାଉଥିଲା, କୃଷ୍ଣାକୁ ଫ୍ରୀ ଫାୟାର୍ ଗେମ୍ ଖେଳିବା ବହୁତ ବଡ ସଉକ ଥିଲା, ଓ ସେ ଏହି ଗେମ୍ ରେ ୪୦,୦୦୦ ହଜାର ଟଙ୍କା ଖର୍ଚ୍ଚ କରିଦେଇଥିଲା, କିନ୍ତୁ ସେ ସବୁ ପଇସା ହାରି ଗଲା ।

ଏତେ ସାରାପଇସା ତାର ମାଙ୍କ ଏକାଉଣ୍ଟରୁ କଟିଯାଇଥିଲା, ଯେବେ କୃଷ୍ଣାଙ୍କ ମା ପ୍ରୀତି ପାଣ୍ତେୟ ମୋବାଇଲ୍ ରେ ପଇସା କଟିବାର ମେସେଜ୍ ଆସିଲା ସେ ନିଜ ପୁଅକୁ କଲ୍ କଲେ ତେବେ ପୁଅ କହିଲା ପଇସା ଫ୍ରୀ ଫାୟାର୍ ଗେମ୍ ରେ କଟିଛି, ପୁଅର ଏହି କଥା ଶୁଣିକରି ମା ବହୁତ୍ ରାଗିଯାଇଥିଲେ ଓ ତାକୁ ଗାଳି ବି କରିଥିଲେ, ମାଙ୍କ ଗାଳି ଶୁଣିକରି କୃଷ୍ଣା ବହୁତ ଡିପ୍ରେସନରେ ଆସିଯାଇଥିଲା, ଯାହାପରେ ସେ ଫା-ଶ ଲଗାଇ ଜୀବନ ହାରିଦେଲେ

ଆପଣଙ୍କୁ କହିଦେବୁ କି କୃଷ୍ଣା ବିବେକ ପାଣ୍ତେୟ ଓ ପ୍ରିତି ପାଣ୍ତେୟ ଙ୍କ ଏକ ମାତ୍ର ପୁଅଥିଲା, କୃଷ୍ଣାଙ୍କ ବାପା ପେଥୋଲୋଜି ସଂଚାଳକ ଥିଲେ ଯେବେ କି ମା ଜିଲ୍ଲା ମେଡିକାଲରେ କାର୍ଯ୍ୟରତ ଥିଲେ , କୃଷ୍ଣା ଷଷ୍ଠ କ୍ଲାସରେ ପଢୁଥିଲା, ତାର ଗୋଟିଏ ଭଉଣୀ ବି ଅଛି, ଶୁକ୍ରବାର ଦ୍ୱିପହର ୩ ଟା ବେଳେ ଅନ୍ ଲାଇନ୍ ଗେମ୍ ଖେଳୁଥିଲା , ଯେଉଁଥିରେ ସେ ଦିନ ନିଜ ମାଙ୍କ ଏକାଉଣ୍ଟରୁ ପଇସା ଲଗାଇଥିଲା, ଯେବେ ମେଡିକାଲ୍ ରେ ନିଜ ମୋବାଇଲ୍ ରେ ଏକାଉଣ୍ଟରୁ ପଇସା କଟିବାର୍ ମେସେଜ୍ ଦେଖିଲେ ସେ ତୁରନ୍ତ ନିଜ ପୁଅକୁ ପଇସା କଟିବା ବିଷୟରେ ପଚାରିଲେ ସେ କହିଲା କି ଅନ୍ ଲାଇନ୍ ଗେମ୍ ରୁ ସେ ପଇସା ହାରିଯାଇଛି

ଯାହାପରେ ଫୋନ୍ ରେ ମା ନିଜ ପୁଅକୁ ବହୁତ ଗାଳିକରିଥିଲେ, ଓ ଗେମ୍ ନ ଖେଳିବାପାଈଁ କହିଥିଲେ, ଓ ଫୋନ୍ କୁ ନିଜ ପାଖରେ ରଖିଦେଲେ । ଏହାପରେ ଛୁଆ ନିଜ ରୁମ୍ କୁ ଆସିଲା ଓ ଫ-ଶ ଲଗାଇଦେଲା, ଯେବେ ବହୁତ ସମୟ ରୁମ୍ ଖୋଲିଲା ନାହିଁ ତେବେ କୃଷ୍ଣାର ଭଉଣୀ ନିଜ ମାକୁ ଏହାର ସୁଚନା ଦେଲା, ଓ ଯାହାପରେ ମା ବାପା ଘରେ ପହଞ୍ଚିଲେ, ଯେବେ ମା ବାପା ରୁମର୍ କବାଟ ଖୋଲିଲେ ତେବେ ଭିତର ନଜାରା ଦେଖିକରି ତାଙ୍କ ପାଦ ତଳୁ ମାଟି ଖସିଗଲା, ତାଙ୍କ ୧୩ ବର୍ଷର ପୁଅ ଜୀବନ ହାରିଦେଲେ

ଯାହାପରେ ତୁରନ୍ତ ଛୁଆକୁ ରସିରୁ ବାହାର୍ କରି ମେଡିକାଲ୍ ନେଇକରି ପହଞ୍ଚିଲେ ତ ଛୁଆକୁ ଡାକ୍ତରମାନେ ମୃ-ତ ଘୋଷିତ କରିଦେଲେ । ପ୍ରାପ୍ତ ସୁଚନା ମୁତାବିକ କୃଷ୍ଣାର ରୁମ ରୁ ଏକ ନୋଟ୍ ମିଳିଥିଲା, ଯେଉଁଥିରେ ସେ ଫ୍ରୀ ଫାୟାର୍ ଗେମ୍ ରେ ୪୦ ହଜାର ଟଙ୍କା ହାରିଯିବାର କଥା କହିଥିଲା, ନୋଟ୍ ରେ ଏହା ବି କହିଥିଲା କି ଡ୍ରିପେସନ୍ ରେ ଯିବାଯୋଗୁଁ ସେ ଜୀବନ ହାରିଦେଲେ  ଓ ନିଜ ମାକୁ ଲେଖିଥିଲା କ୍ଷମା କରିଦେବ ମା ପ୍ଲିଜ୍ କାନ୍ଦିବ ନାହିଁ ।

Leave a Reply

Your email address will not be published. Required fields are marked *