ଓଡ଼ିଆ ଫିଲ୍ମ କମେଡିଆନ ହରିହର ମହାପାତ୍ରଙ୍କ ଘର ପରିବାର ଏବଂ ସଂପତ୍ତି – ଏବେ ଜାଣିରଖନ୍ତୁ କିପରି ଅଛନ୍ତି ସେ

Spread the love

ଦର୍ଶକବନ୍ଧୁ ଆଜି ଆମେ ଅଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ନାମିଦାମୀ କଳାକାର ହରିହର ମହାପାତ୍ରଙ୍କ ଘର ପରିବାର ଏବଂ ସଂପତ୍ତି ବିଷୟରେ ଜାଣିବା।ତାଙ୍କ ବିଷୟରେ ଯଦି କୌଣସି କଥା ଅଜଣା ଥିବ କିମ୍ବା ତାଙ୍କ ବ୍ୟକ୍ତିଗତ ଜୀବନ ସବୁ ବିଷୟରେ ଜାଣିଯିବେ ଯଦି କୌଣସି କଥା ଆପଣଙ୍କ ମଧ୍ୟରେ ଅଜଣା ରହିଥିବ।ସେଠିପାଇଁ ଆପଣମାନେ ଆମ ସହିତ ଧର୍ୟ୍ଯର ସହିତ ଶେଷ ଯାଏ ନିଶ୍ଚୟ ରୁହନ୍ତୁ।ଏହାପରେ ଆପଣମାନଙ୍କ ମଧ୍ୟରୁ ଯିଏ ଆମ ଅଲିଉଡ଼ ଇଣ୍ଡଷ୍ଟ୍ରୀର କମେଡିଆନ ହରି ଭାଇଙ୍କୁ ବହୁତ ପସନ୍ଦ କରନ୍ତି ସେ ନିଶ୍ଚୟ ଭାବେ ଏହାକୁ ନିଜ ସାଙ୍ଗ ଏବଂ ପରିବାର ମଧ୍ୟରେ ନିଶ୍ଚୟ ସେୟାର କରିବେ।ତ ଆସନ୍ତୁ ଜାଣିବା ତାଙ୍କ ବିଷୟରେ।

ତେବେ ଦର୍ଶକବନ୍ଧୁ ହରିଭାଇ ଏବଂ ତାଙ୍କ ପ୍ରକୃତ ନାମ ହରିହର ମହାପାତ୍ର।୧୯୭୫ ମସିହା ଡିସେମ୍ବର ମାସ ୨୩ ତାରିଖରେ ତାଙ୍କର ଜନ୍ମ।ଓଡ଼ିଶାର ଭଦ୍ରକ ସ୍ଥିତ ଭଣ୍ଡାରିପୋଖରୀ ଅଞ୍ଚଳରେ ସେ ଜନ୍ମ ହୋଇଛନ୍ତି।ଏହା ସହିତ ସେ ସେହି ଭଦ୍ରକରେ ଉତ୍କଳ କଳା ମହାବିଦ୍ୟାଳୟରେ ନିଜ ଅଭିନୟ ଶିକ୍ଷା ଆରମ୍ଭ କରିଥିଲେ।ଏପଟେ ଯଦି ଆପଣ ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ଯଦି ନଜର ପକାଇବେ ତାହେଲେ ଜାଣିବେ ତାଙ୍କ ସ୍ତ୍ରୀ ଯିଏ ତାଙ୍କ ଜୀବନସାଥି ତାଙ୍କ ନାମ ହେଉଛି ମୋନାଲିସା ମହାପାତ୍ର।ଏହା ସହିତ ତାଙ୍କର ମଧ୍ୟ ଏକ ଛୋଟ ଝିଅ ରହିଛି।ଦର୍ଶକବନ୍ଧୁ ଆଗକୁ ଆମେ ଆପଣଙ୍କୁ ତାଙ୍କ ସମ୍ପତ୍ତି ବିଷୟରେ ଟିକିନିକି ତଥ୍ୟ ପ୍ରଦାନ କରିବୁ କିନ୍ତୁ ତାହା ପୂର୍ବରୁ ଆପଣ ତାଙ୍କ ବିଷୟରେ ଆଉ କିଛି ତଥ୍ୟ ଜାଣି ନିଅନ୍ତୁ।

ଆପଣଙ୍କ ହରିଭାଇ ୧୯୯୫ ମସିହାରେ ଚଳଚିତ୍ର ଜଗତରେ ପାଦ ଦେଇଥିଲେ ଏବଂ ତାହା ପରଠାରୁ ସେ ଆଉ ପଛକୁ ଅନାଇ ଚାହିଁନାହାନ୍ତି।ପରବର୍ତ୍ତୀ ସମୟରେ ସେ ଗୋଟେ ପରେ ଗୋଟେ ସିନେମାରେ କମେଡିଆନ ରୂପରେ କାମ କରିଆସିଲେ।ତାଙ୍କ ଅଭିନୀତ ଚଳଚିତ୍ର ମଧ୍ୟରେ ଲଭ ଡଟ କମ,ଆଖିରେ ଆଖିରେ,ପାଗଳ କରିଛୁ ତୁ,ହାତଧରି ଚାଲୁଥା,ରୁମ୍କୁଝୁମାନ ପରି ଚଳଚିତ୍ର ଅନ୍ୟତମ।ଏହା ସହିତ ୨୦୦୨ ମସିହାରେ ସିନ୍ଦୁର ନୁହେଁ ଖେଳଘର,୨୦୦୪ ମସିହାରେ କଥା ଦେଇଥିଲି ମାକୁ,୨୦୦୯ ମସିହାରେ ଲଭ ଡଟ କମ ଏବଂ ୨୦୧୦ରେ ୩ଟି ଚଳଚିତ୍ର ଆଖି ପଲକର ତୁ,ପ୍ରେମ ଅଢେଇ ଅକ୍ଷର,ଦିଲ ତତେ ଦେଇଛି ଏମିତି ଅନେକ ଚଳଚିତ୍ରରେ ହରିଭାଇ ନିଜ କରିୟର ମଧ୍ୟରେ କାମ କରିସାରିଛନ୍ତି।

ଯଦି ଆପଣ ତାଙ୍କ ରାଜନୈତିକ କରିୟର ଉପରେ ନଜର ପକାଇବେ ତାହେଲେ ସେ ଜଣେ ବିଜେପି କର୍ମୀ ଅଟନ୍ତି।ଏହା ସହିତ ସେ ନିଜ କମେଡି ପାଇଁ ଅନେକ ଆୱାର୍ଡ ମଧ୍ୟ ହାସଲ କରିଛନ୍ତି।ତେବେ ବର୍ତମାନ ଆସନ୍ତୁ ଜାଣିବା ତାଙ୍କ ସମ୍ପତ୍ତି ବିଷୟରେ।ଏବେ ଦର୍ଶକବନ୍ଧୁ ସୂଚନା ଅନୁଯାୟୀ ସେ ଗୋଟେ ଚଳଚିତ୍ରରେ କାମ କରିବା ପାଇଁ ପାଖାପାଖି ୪ ରୁ ୫ ଲକ୍ଷ ଟଙ୍କା ନେଇଥାନ୍ତି।ଏହାସହିତ ଷ୍ଟେଜ ସୋ ପାଇଁ ପାଖାପାଖି ୩୦ ରୁ ୫୦ ହଜାର ଟଙ୍କା ନେଇଥାନ୍ତି।ଏହା ସହିତ ତାଙ୍କର ଏକ ଅଲିସାନ ଘର ସହ ୨ଟି କାର ମଧ୍ୟ ରହିଛି ଏବଂ ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ପାଖାପାଖି ୫୦ ରୁ ୬୦ ଲକ୍ଷ ଟଙ୍କା।

Leave a Reply

Your email address will not be published. Required fields are marked *