କଲିକତାର ହାଓଡ଼ା ବ୍ରିଜ ଏହା କେବଳ ଭାରତ ବର୍ଷରେ ନୁହେଁ ବରଂ ବିଶ୍ୱର ସବୁଠି ପ୍ରସିଦ୍ଧ।ଏହା ମଧ୍ୟ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧର ମୂକ ସାକ୍ଷୀ।୧୯୪୨ ମସିହାରେ ହୋଇଥିଲା ଦ୍ୱିତୀୟ ବିଶ୍ଵଯୁଦ୍ଧ।ଜାପାନର ଏକ ବମ ଏହି ହାଓଡ଼ା ବ୍ରିଜ ଠାରୁ ଅଳ୍ପ କିଛି ଦୂରରେ ପଡିଥିଲା।କଲିକତା ଏବଂ ହାଓଡ଼ାକୁ ସଂଯୋଗ କରୁଥିବା ଏହି ବ୍ରିଜ ବିଶ୍ୱରେ ଅଳ୍ପ କେତୋଟି ହାତ ଗଣତି ପରି ଅଛନ୍ତି, ଯାହା ଘଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ।ଗତ ୭୫ ବର୍ଷ ହେବ ଏହି ହାଓଡ଼ା ବ୍ରିଜ ହେଉଛି କଲିକତାର ପରିଚୟ।ହେଲେ ଆପଣ ଜାଣିଲେ ଗୋଟିଏ କଥା ବହୁତ ଆଶ୍ଚର୍ଯ୍ୟ ହେବେ, ଏବଂ ଭଵିବେ ଯେ ଏହା କଣ ସତ?ଏହିପରି ଆଶ୍ଚର୍ଯ୍ୟ କଥାବସ୍ତୁ ସମ୍ପୃକ୍ତ ରହିଛି ଏହି କଲିକତାର ହାଓଡ଼ା ବ୍ରିଜ।
ଆଶ୍ଚର୍ଯ୍ୟର କଥା ଏହିକି ଯେ ଏହି ଐତିହାସିକ ହାଓଡ଼ା ବ୍ରିଜ ଆଜିଯାଏଁ ଉଦଘାଟନ ହୋଇନାହିଁ।ତେବେ କାହିଁକି ହୋଇନାହିଁ ଜାଣିବା ଆଗରୁ ଜାଣିନେବା କାହିଁକି ନିର୍ମାଣ କରାଯାଇଥିଲା ଏହି ବ୍ରିଜ।ଇଂରେଜ ଶାସନ ଅମଳରେ କଲିକତା ଏବଂ ହାଓଡ଼ାକୁ ସଂଯୋଗ କରୁଥିବା ହୁଗୁଳି ନଦୀ ଉପରେ ଏହି ବ୍ରିଜ ନିର୍ମାଣ କରାଯାଇଥିଲା।ଯାହାକି ସେମାନଙ୍କୁ ବାଣିଜ୍ୟ କାରବାର ଏବଂ ଯାତାୟତରେ ଆଉ କୌଣସି ଅସୁବିଧା ରହିଲା ନାହିଁ।ଏହା ବହୁତ ଦଶନ୍ଧି ଯିବାପରେ ୧୯୪୨ ମସିହାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୧୯୪୩ ମସିହାରେ ସମାପ୍ତ ହୋଇଥିଲା।ହେଲେ ସେହି ବାଟରେ କେବଳ ଇଂରେଜମାନେ ଯିବା ଆସିବା କରୁଥିଲେ। ୧୯୪୭ ମସିହାରେ ସାଧାରଣ ଜନତା ମାନଙ୍କ ପାଇଁ ଏହି ବାଟ ଖୋଲାଯାଇଥିଲା ଏବଂ ୧୯୪୮ ମସିହାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା ସୁମନ ଜଣାଇବା ପାଇଁ ଏହି ବ୍ରିଜ ଉପରେ ହଜାର ହଜାର ଲୋକ ଆସି ସଂଵୋଧନ ଜଣାଇଥିଲେ ହେଲେ ଏହାର ଉଦଘାଟନ କଥା କାହାର ନି ମନେନଥିଲା।
ଉଦଘାଟନ ନ ହେବାର ସେମିତି କିଛି ନିୟମ ନଥିଲା ହେଲେ ନିର୍ମାଣ ସମାପ୍ତ ସମୟରେ ଚାଲୁଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ।ସେହି ସମୟରେ କୌଣସି ଧୁମଧାମରେ ପୂଜା ଆୟୋଜନ କରିବା ନିୟମ ବିରୁଦ୍ଧ ଥିଲା।ଏହି ହାଓଡ଼ା ବ୍ରିଜ କେବଳ ବିଶ୍ଵଯୁଦ୍ଧର ବୋମା ମାଡ଼ ନୁହେଁ ବରଂ ଆସିଥିବା ବହୁତ ଅକାଳ ମଧ୍ୟ ଦେଖିଛି ଏହି ବ୍ରିଜ।ସ୍ବାଧୀନତା ପରେ ଏହାକୁ ନିୟୁ ହାଓଡ଼ା ବ୍ରିଜ କୁହାଯାଉଥିଲା, ଏବଂ ପରେ ଜୁନ ୧୪ ୧୯୬୫ ମସିହାରେ ଗୁରୁ ରବୀନ୍ଦ୍ର ନାଥ ଟାଗୋରଙ୍କ ନାମରେ ଏହାର ନାମ ରବୀନ୍ଦ୍ର ସେତୁ କରାଯାଇଥିଲା।ହେଲେ ଏହା ହାଓଡ଼ା ବ୍ରିଜ ଭାବରେ ପରିଚିତ।ତେବେ ଆସନ୍ତୁ ଜାଣିବା ଏହି ବ୍ରିଜର କିଛି ଗୁରୁତ୍ବପୂର୍ଣ୍ଣ ବିଶେଷତ୍ୱ।
ଏହି ହାଓଡ଼ା ବ୍ରିଜର ଲମ୍ବ ୧୫୨୮ ଫୁଟ ଏବଂ ଚଉଡା ୬୨ ଫୁଟ।ଏହାକୁ ନିର୍ମାଣ କରିବା ଲାଗି ସେତେବେଳେ ପ୍ରାୟ ଦେଢ଼ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା।ଏହାକୁ ନିର୍ମାଣ କରିବା ଲାଗି ୨୬୫ ହଜାର ଟନ ଷ୍ଟିଲ ଆବଶ୍ୟକ ହୋଇଥିଲା ବେଳେ ୨୩୫ ହଜାର ଟନ ଷ୍ଟିଲ ଟାଟା ଷ୍ଟିଲ ସପ୍ଲାଇ କରିଥିଲା।ସେତେବେଳେ ଏହା ଥିଲା ବିଶ୍ୱର ତୃତୀୟ ଲମ୍ବା ପୋଲ।ଏହା ମଧ୍ୟ ଅନେକ ପର୍ଯ୍ୟଟକଙ୍କ ମନ୍ନିବେଶ ଓ ଖୁସିର କାରଣ ମଧ୍ୟ ହୋଇଥାଏ, ଏବଂ ଅନେକ ନିର୍ମାତଙ୍କର ଆଶା ରହିଥାଏ।