ଏମିତି କଣ ହେଇଥିଲା ଯେ Anubhav ଓ Varsha ଲୁଚି ଲୁଚି ଦେଖା କରିଥିଲେ,ମିଳିବ କି ଖୁସି ଖବର,ଯୋଡି ହେବେ କି ଏକାଠି !

Spread the love

ଆମେ ସମସ୍ତେ ଓଲିଉଡ ଜଗତର ସୁପରହିଟ ଯୋଡ଼ି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କୁ ବହୁତ ଭଲ ଭାବରେ ଜାଣୁ।ଏହି ଦୁଇଜଣ ତାଙ୍କର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।ଏହା ସହିତ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ସେମାନଙ୍କର ଅଭିନୟ ମାଧ୍ୟମରେ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ପ୍ରିୟ ହୋଇ ପାରିଥିଲେ।ଏହି ଦୁଇଜଣ ଅଭିନେତା ଓ ଅଭିନେତ୍ରୀ ଓଡ଼ିଶାର ଲୋକଙ୍କ ନିକଟରେ ନିଜର ଅନେକ ପ୍ରତିଷ୍ଠା ସୃଷ୍ଟି କରିବାରେ ସଫଳ ହୋଇଥିଲେ।

ଏହା ସହିତ ଏହି ଅଭିନେତା ଜଣଙ୍କ ବର୍ତ୍ତମାନ ଏକ ବହୁତ ବଡ଼ ରାଜନେତା ମଧ୍ୟ।ଏହି ଅଭିନେତା ଓ ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ଜୀବନରୁ ପରସ୍ପରକୁ ଭଲ ପାଇ ଯାଇଥିଲେ ଏହା ପରେ ସେମାନେ ପରସ୍ପରକୁ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ ଯାହା ଫଳରେ ୨୦୧୬ ମସିହାରେ ସେମାନେ ପରସ୍ପରକୁ ବିବାହ କରିଥିଲେ।ଏହାପରେ ସେମାନେ ଅନେକ ଦିନ ପର୍ଯ୍ୟନ୍ତ ଏକାଠି ସାଙ୍ଗ ହୋଇ ଅନେକ ଖୁସିରେ ନିଜର ସମୟ ବିତାଉଥିଲେ

ମାତ୍ର ଏହାପରେ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଲା।କୌଣସି ବ୍ୟକ୍ତିଗତ କାରଣରୁ ସେମାନେ ପରସ୍ପରଠାରୁ ଅଲଗା ହୋଇଗଲେ।ଏହି ଘଟଣା ପ୍ରାୟ ଏକ ବର୍ଷା ହେଲାଣି ଚାଲିଛି।ସେମାନେ ବର୍ତ୍ତମାନ ପରସ୍ପର ବିରୋଧରେ କୋର୍ଟରେ ମାମଲା ମଧ୍ୟ ଜାରି କରି ସାରିଛନ୍ତି।ଏହା ସହିତ ସେମାନେ ବର୍ତ୍ତମାନ ଏକାଠି ମଧ୍ୟ ରହୁ ନାହାନ୍ତି।ତେବେ ଅନୁଭବ କିଛି ଦିନ ତଳେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନିଜର ଅସନ୍ତୋଷ ଜାହିର କରିଥିଲେ।

ତାଙ୍କର କହିବା ଅନୁସାରେ ଯଦି ବର୍ଷା ନିର୍ଦ୍ଦୋଷ ତେବେ ସେ କୋର୍ଟକୁ କଣ ପାଇଁ ଆସୁ ନାହାଁନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।ତେବେ ସେମାନେ ପରସ୍ପର ବିରୁଦ୍ଧରେ ଅଭିଯୋଗ କରିବା ପରେ ସେମାନେ ବର୍ତ୍ତମାନ ପରସ୍ପରଠାରୁ ଅଲଗା ରହିବା ସହିତ ସେମାନେ ଗଣମାଧ୍ୟମକୁ ପରସ୍ପର ବିରୁଦ୍ଧରେ ଅନେକ କଥା ମଧ୍ୟ କହି ସାରିଲେଣି।

ତେବେ ସେମାନଙ୍କର ଶୁଣାଣି ପାଇଁ ଯେଉଁ ତାରିଖ ଧାର୍ଯ୍ୟ କରାଯାଉଛି ସେହି ତାରିଖରେ ବର୍ଷା କୌଣସି ନା କୌଣସି କାରଣ ଦେଖାଇ ଅନୁପସ୍ଥିତ ରହୁଛନ୍ତି।ଯାହା ଖକରେ ଅନୁଭବ ଅନେକ ଅସନ୍ତୋଷ ପ୍ରକାଶ କରିଛନ୍ତି।ତେବେ ତାଙ୍କର ଶେଷ ତାରିଖ ଗତ ବୁଧବାର ରହିଥିଲା।ଏହି ତାରିଖରେ ଅନୁଭବ କୋର୍ଟରେ ଉପସ୍ଥିତ ରହିଥିଲେ।ମାତ୍ର ବର୍ଷା କୌଣସି କାରଣରୁ ଏହି ଦିନ ମଧ୍ୟ କୋର୍ଟ ଆସି ପାରି ନଥିଲେ।

ଯାହା କାରଣରୁ ଅନୁଭବ ପୁଣି କ୍ରୋଧ ପ୍ରକାଶ କରିଥିଲେ।ତେବେ ସୂଚନା ଅନୁସାରେ ଏହା ସତ୍ୟ କି ବର୍ଷା କୌଣସି କାରଣରୁ ତାଙ୍କର ପତି ଅନୁଭବଙ୍କ ପାଖରୁ ଛାଡ଼ପତ୍ର ଚାହୁଁ ନାହାନ୍ତି।ଯାହାର କାରଣ ହେଉଛି ସେ ବାରମ୍ବାର କୋର୍ଟରେ ଅନୁପସ୍ଥିତ ରହୁଛନ୍ତି।ତେବେ ଅନୁଭବ କିନ୍ତୁ ବର୍ଷାଙ୍କ ଠାରୁ କୌଣସି ବି ପରିସ୍ଥିତିରେ ଛାଡ଼ପତ୍ର ଚାହୁଁଛନ୍ତି।ଯାହା ଫଳରେ ସେମାନଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଛି।

ତେବେ ସମସ୍ତେ ଆଶା କରୁଛନ୍ତି କି ସେମାନେ ପୂର୍ବ ଭଳି ପୁଣି ଏକାଠି ହୋଇଯିବେ।ଏହା ସହିତ ସେମାନେ ପୁଣି ସାଙ୍ଗ ହୋଇ ଅନେକ ଚଳଚ୍ଚିତ୍ର ଆମ ଓଡ଼ିଆ ସିନେମା ଜଗତକୁ ଭେଟି ଦେବେ ବୋଲି ତାଙ୍କର ଅନୁଗତ ମାନେ ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *