ରାତି ୧ ରେ ବସ ଓଲ୍ହେଇଲା ଜଣେ ଏକାକି ଝିଅ ,ବସ Driver ଜଣକ ତାଙ୍କୁ ପଚାରିଲେ କିଏ ନେବାକୁ ଆସିବା ନା ନାଇଁ ଆଉ ତାପରେ ତାଙ୍କ ପାଇଁ କରିଲେ ଏପରି କାମ ଆପଣ କହିବେ ସାବାସ..

Spread the love

ଆମ ଦେଶରେ ନାରୀମାନେ କେତେ ସୁରକ୍ଷିତ ତାହା ଆମେ ବହୁତ ଭଲ ଭାବରେ ଜାଣୁ।ଆମ ଦେଶର ଲୋକମାନଙ୍କ ଚିନ୍ତାଧାରା ଆଜିକାଲି ଏତେ ଅଧିକ ଖରାପ ହୋଇ ଗଲାଣି ଯାହା ଫଳରେ କୌଣସି ବି ମହିଳା ଆଜିକାଲି ନିଜକୁ ସୁରକ୍ଷିତ ମନେ କରନ୍ତି ନାହିଁ।ଏହା ସହିତ ଆଜିକାଲି ଆମ ଦେଶରେ ଅନେକ ବଳାତ୍କାର ଦେଖିବାକୁ ମିଳୁଛି।କିନ୍ତୁ ଏହି ସମସ୍ତ ଘଟଣାର ଏକ ସ୍ଥାୟୀ ସମାଧାନ ହୋଇ ପାରୁ ନାହିଁ।ଏହାର କାରଣ ହେଉଛି ଆମ ଦେଶର ଲୋକମାନଙ୍କ ଚିନ୍ତା ଧାରାରେ ଏବେ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁ ନାହିଁ।

ଏହା ସହିତ ଲୋକମାନେ ଆଜିକାଲି ଏପରି ଅନେକ କାର୍ଯ୍ୟ କରୁଛନ୍ତି ଯାହା ଫଳରେ ମହିଳାମାନେ ନିଜକୁ ବାହାରକୁ ନେବାରେ ଅସୁରକ୍ଷିତ ମନେ କରୁଛନ୍ତି।ତେବେ ଆମ ଦେଶରେ ମହିଳା ମାନଙ୍କ ସୁରକ୍ଷା ପ୍ରାୟତଃ ନା ସହିତ ସମାନ।ଏହା ସହିତ ଆମ ଦେଶରେ ଏପରି ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କର କିଛି କାମ ଆମ ଦେଶର ନାରୀ ମାନଙ୍କୁ ସାହାସ ମଧ୍ୟ ଦେଇଥାଏ।

ଆମ ଦେଶରେ ସମସ୍ତ ପୁରୁଷ ଖରାପ ହୋଇ ନଥାନ୍ତି ସେମାନଙ୍କ ମଧ୍ୟରୁ କେବଳ ଖରାପ ଚିନ୍ତାଧାରାର ପୁରୁଷ ମାନେ ଖରାପ ହୋଇ ଥାଆନ୍ତି।ତେବେ ଆମେ ବର୍ତ୍ତମାନ ଏପରି ଏକ ଘଟଣା ସମ୍ପର୍କରେ ଆଲୋଚନା କରିବା ଯାହା ଶୁଣିବା ପରେ ଆପଣ ଯଦି ଏକ ନାରୀ ହୋଇଥିବେ ତେବେ ଆପଣ ନିଜକୁ ନିଶ୍ଚିତ ଭାବରେ ସୁରକ୍ଷିତ ଅନୁଭବ କରିବେ।ଏପରି ଏକ ଘଟଣା ଘଟିଛି ଦିଲ୍ଲୀ ସହରରେ।

ଯାହାକୁ ଶୁଣିବା ପରେ ଆପଣ ମଧ୍ୟ କହିବେ କି ଆଜି ମଧ୍ୟ ଏହି ଦୁନିଆରେ ମାନବ ମଧ୍ୟରେ ମଣିଷ ପଣିଆ ନିଶ୍ଚିତ ଭାବରେ ବଞ୍ଚି ରହିଛି।ଏହି ଦୁଇଜଣ ବସ ଚାଳକ ଓ କଣ୍ଡକ୍ଟର ଏପରି କାର୍ଯ୍ୟ କରିଛନ୍ତି ଯାହାକୁ ଆପଣ ପ୍ରଶଂସା ନ କରି ରହି ପାରିବେ ନାହିଁ।ତେବେ ସୂଚନା ଅନୁସାରେ ଯେତେବେଳେ ଅଧିକ ରାତି ହୋଇଯାଇଥିଲା ସେତେବେଳେ ସେହି ବସରେ କେବଳ ଜଣେ ମହିଳା ରହି ଯାଇଥିଲେ।

ଏହାପରେ ଯେତେବେଳେ ସେହି ମହିଳା ଜଣଙ୍କ ରାତିରେ ଏକା ଥିବା ଦେଖି ସେହି ବସ ଚାଳକ ଓ କଣ୍ଡକ୍ଟର ତାଙ୍କୁ ପ୍ରଶ୍ନ କରିଥିଲେ କି ଆପଣ ଏକା ଅଛନ୍ତି ନା ଆପଣଙ୍କ ସହିତ କିଏ ଅଛନ୍ତି।ସେହି ମହିଳା ଜଣଙ୍କ କହିଥିଲେ କି ସେ ଏକାକୀ ଅଛନ୍ତି।ଏହା ଶୁଣିବା ପରେ ସେହି ବସ ଚାଳକ ଓ କଣ୍ଡକ୍ଟର ସେଠାରେ ଯେତେବେଳେ ପର୍ଯ୍ୟନ୍ତ କୌଣସି ଅଟୋ ନ ମିଳିଛି ସେତେବେଳେ ପର୍ଯ୍ୟନ୍ତ ତାଙ୍କ ପାଖରେ ରହିଥିଲେ।

ଯାହା ଫଳରେ ସେ ନିଜକୁ ସୁରକ୍ଷିତ ମନେ କରିଥିଲେ ଏହାପରେ କିଛି ସମୟ ପରେ ସେଠାକୁ ଏକ ଅଟୋ ଆସିଥିଲା ଓ ତାପରେ ସେହି ମହିଳା ଜଣଙ୍କ ସେହି ଜାଗାରୁ ନିଜ ଘରକୁ ଯାଇଥିଲେ ଏହାପରେ ଯାଇ ସେହି ବସ ଚାଳକ ଓ କଣ୍ଡକ୍ଟର ସେଠାରୁ ଯାଇଥିଲେ।ସେହି ବସ ଚାଳକ ଓ କଣ୍ଡକ୍ଟର ଚାହିଁଥିଲେ ସେମାନେ ନିଜ ଘରକୁ ଚାଲିଯାଇ ପାରିଥାନ୍ତେ।କିନ୍ତୁ ସେମାନେ ସେପରି ନକରି ସେହି ମହିଳାଙ୍କ ସୁରକ୍ଷା ପାଇଁ ତାଙ୍କ ସହିତ ରହିଥିଲେ ଯାହା ଫଳରେ ତାଙ୍କୁ ବର୍ତ୍ତମାନ ଅନେକ ପ୍ରଶଂସା କରା ଯାଉଛି।

Leave a Reply

Your email address will not be published. Required fields are marked *