ହୀରାକୁଦ ଡ୍ୟାମ (Daam) ର ଇତିହାସ,ହୀରାକୁଦ ବନ୍ଧ ହେବା ପାଇଁ କଣ ସତରେ ୫୦୦ ଗାଁ ବୁଡି ଯାଇଛି,ସେମାନଙ୍କ ଅଭିଶାପ ପଡିବ କି…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆଜି ଆମେ ଜାଣିବା ଓଡ଼ିଶାର ହୀରାକୁଦ ଡ୍ୟାମ ବିଷୟରେ।ହୀରାକୁଦ ଡ୍ୟାମର ଇତିହାସ କଣ ଥିଲା?ଏହି ଡ୍ୟାମ ନିର୍ମାଣ କରିବା ଫଳରେ କେତେ ଲୋକଙ୍କୁ ନିଜର ଘର ଛାଡିବାକୁ ପଡିଥିଲା।

ତେବେ ଆପଣ ଜାଣିଥିବେ ସମ୍ବଲପୁର ଠାରୁ ୧୫ କିଲୋମିଟର ଦୂରରେ ହୀରାକୁଦ ଡ୍ୟାମ ଅବସ୍ଥିତ।ଏହି ଡ୍ୟାମ ମହାନଦୀ ଉପରେ ନିର୍ମାଣ କରାଯାଇଛି।ବର୍ଷା ଦିନରେ ମହାନଦୀରେ ବହୁତ ବଡ଼ ବଡ଼ ବନ୍ୟା ସବୁ ଆସିଥିଲା।ଏହା ଫଳରେ ହଜାର ହଜାର ଏକର ଚାଷ ଜମି ନଷ୍ଟ ହୋଇଯାଉଥିଲା।

ସେହି ବନ୍ୟା ପାଇଁ ଲୋକମାନେ ଭୋକ ଉପବାସରେ ଦିନ ବିତାଉଥିଲେ।ଏହା ସହିତ ଭୋକରେ ତାଙ୍କର ମୃତ୍ୟୁ ମଧ୍ୟ ହେଉଥିଲା।ଏଥିପାଇଁ ମହାନଦୀ ଉପରେ ଏକ ଡ୍ୟାମ ତିଆରି କରିବା ପାଇଁ ଯୋଜନା କରାଯାଇଥିଲା।ଡକ୍ଟର ଆମ୍ବେଦକର ଡ୍ୟାମ ତିଆରି କରିବା ପାଇଁ ସ୍ୱୀକୃତି ଦେଇଥିଲେ।

୧୯୪୬ ମସିହାରେ ଡ୍ୟାମର କାମ ଆରମ୍ଭ ହୋଇଥିଲା।ଏହି ଡ୍ୟାମ ତିଆରି କରିବା ପାଇଁ ଆଖ ପାଖର ତିନିସହ ଗ୍ରାମକୁ ସ୍ଥାନାନ୍ତରିତ କରାଯାଇଥିଲା।ହୀରାକୁଦ ଡ୍ୟାମ ଦୁଇଟି ପାହାଡ଼ ମଝିରେ ତିଆରି ହୋଇଛି।ଏହି ଦୁଇ ପାହାଡ଼ ସହାୟତାରେ ହୀରାକୁଦ ଡ୍ୟାମ ନିର୍ମାଣ କରାଯାଇଛି।ଡ୍ୟାମର ଲମ୍ବ ହେଉଛି ୨୫ କିଲୋମିଟର।

ହୀରାକୁଦ ଡ୍ୟାମର ଉଚ୍ଚତା ହେଉଛି ୨୦୦ ଫୁଟ।ହୀରାକୁଦ ଡ୍ୟାମରେ ପଶୁଥିବା ପାଣିକୁ ଷ୍ଟୋର କରାଯାଏ।ପାଣି ବହୁତ ହୋଇଗଲେ ଗେଟ ମାଧ୍ୟମରେ ଛଡା ଯାଏ।ପାଣି ଅଧିକ ହୋଇଗଲେ ଗେଟ ମାଧ୍ୟମରେ ଛଡା ଯାଏ।ହୀରାକୁଦ ଡ୍ୟାମର ପାଣି ନିଷ୍କାସନ ପାଇଁ ୬୪ଟି ସୁଇଚ ଗେଟ ଓ ୩୬ଟି ଷ୍ଟେଟ ଗେଟ ତିଆରି ହୋଇଛି।

ଡ୍ୟାମର ପୁରା ନିର୍ମାଣ ପାଇଁ ୮୧ ବିଲିଅନ ଟଙ୍କା ଖର୍ଚ୍ଚ ହୋଇଥିଲା।ଡ୍ୟାମର ଉଦଘାଟନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଜବାହରଲାଲ ନେହେରୁ ଆସିଥିଲେ ଓ ହୀରାକୁଦ ଡ୍ୟାମର ଉଦ୍ଘାଟନ କରିଥିଲେ।ହୀରାକୁଦ ଡ୍ୟାମରେ ଦୁଇ ପାର୍ଶ୍ୱରେ ଦୁଇଟି ଟାୱାର ରହିଛି।ଗୋଟେ ହେଉଛି ନେହେରୁ ମିନାର ଅନ୍ୟଟି ହେଉଛି ଗାନ୍ଧୀ ମିନାର।

କଣ ଆପଣ ଜାଣନ୍ତି ହୀରାକୁଦ ଡ୍ୟାମ ତିଆରି ପାଇଁ ଯେତେ ସିମେଣ୍ଟ ଲାଗିଛି ସେତିକି ସିମେଣ୍ଟରେ କାଶ୍ମୀରରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ୧୦ ଫୁଟ ଓସାରର ଏକ ରାସ୍ତା ତିଆରି ହୋଇପାରିବ।ଏହି ଡ୍ୟାମର ନିର୍ମାଣ ସମୟରେ ବହୁତ ଲୋକ ମୃତ୍ୟୁବରଣ ମଧ୍ୟ କରିଥିଲେ।ଏହି ଡ୍ୟାମର ପାଣିରେ ବହୁତ ବଡ଼ ବଡ଼ ଗାଁ ଆଉ ମନ୍ଦିର ସବୁ ବୁଡିଯାଇଛି।ଅନେକ ମନ୍ଦିର ନଷ୍ଟ ହୋଇଯାଇଛି ତ ଆଉ କିଛି ମନ୍ଦିର ଖରାଦିନେ ପାଣି ଶୁଖିଲେ ଦେଖାଯାଇଥାଏ।

Leave a Reply

Your email address will not be published. Required fields are marked *