Tablet ବିନା ଭଲ ନିଦ କିପରି ହେବ,ଏହା ପାଇଁ କଣ ସବୁ ଉପାୟ କରିବା ନିହାତି ଆବଶ୍ୟକ ଜାଣିରଖନ୍ତୁ…

Spread the love

ତେବେ ଆଜିକାଲି ଅନେକ ଲୋକଙ୍କ ଶରୀରରେ ନିଦ୍ରା ଜନିତ ସମସ୍ୟା ଦେଖାଯାଉଛି।ତେବେ ସୂଚନା ଅନୁସାରେ କିଛି ଲୋକ ନିଦ୍ରା ହେବା ପାଇଁ ଅନେକ ଔଷଧ ସେବନ କରିବା ମଧ୍ୟ ଆରମ୍ଭ କରିଛନ୍ତି।ତେବେ ନିଦ୍ରା ନ ହେବା ପଛରେ ଅନେକ କାରଣ ରହିଛି।ଯେପରିକି ମାନସିକ ଚାପ, ଶାରିରୀକ ସମସ୍ୟା ଭଳି ଅନେକ ସମସ୍ୟା ରହିଛି ତେବେ ଆମେ ବର୍ତ୍ତମାନ ଏହି ନିଦ୍ରା ନ ହେବାର କାରଣ ସମ୍ପର୍କରେ ଆଲୋଚନା କରିବା।ଏହା ସହିତ କିପରି ଭାବରେ ସଠିକ ନିଦ୍ରା ହୋଇ ପାରିବ ଏହା ସମ୍ପର୍କରେ ଆଲୋଚନା କରିବା।

ତେବେ କିଛି ଲୋକଙ୍କ ଶରୀରରେ ଯଦି ମାନସିକ ଚାପ ଅଧିକ ରହିଥାଏ ତେବେ ସେମାନଙ୍କୁ ରାତି ସମୟରେ ନିଦ୍ରା ହୋଇ ନଥାଏ ଏହା ସହିତ ନିଦ୍ରା ନ ହେବା ଫଳରେ ସେମାନେ ଏହା ଚିନ୍ତା କରି ଥାଆନ୍ତି କି କିଛି ସମୟ ଫୋନ ଚଳାଇ ଦେବେ ମାତ୍ର ଏପରି କରିବା ଫଳରେ ସେମାନଙ୍କ ମସ୍ତିଷ୍କ ସମ୍ପୂର୍ଣ୍ଣ ଭାବରେ ଅନ୍ୟ ଆଡ଼କୁ ଚାଲି ଯାଇଥାଏ।

ଯାହା ଫଳରେ ସେମାନଙ୍କୁ ବିଲକୁଲ ମଧ୍ୟ ନିଦ୍ରା ହୋଇ ନଥାଏ।ତେଣୁ ଶୋଇବା ସମୟରେ ଫୋନ ପାଖରୁ ଦୂରେଇ ରହିବା ଆବଶ୍ୟକ।ଏହା ସହିତ କିଛି ଲୋକ ଅଧିକ ମାନସିକ ଚାପରେ ରହିବା କାରଣରୁ ସେମାନଙ୍କୁ ନିଦ୍ରା ହୋଇ ନଥାଏ।ଏହା ସହିତ ସେମାନେ ଅନେକ ସମୟ ଯାଏ ସେହିପରି ଭାବରେ ଖଟରେ ପଡ଼ି ରହିବା ପରେ ମଧ୍ୟ ସେମାନେ ସୋଇ ପାରନ୍ତି ନାହିଁ

ଏହା ସହିତ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ି ଥାଏ।ତେଣୁ ଶୋଇବା ସମୟରେ ସମସ୍ତ ପ୍ରକାରର ମାନସିକ ଚାପରୁ ନିଜକୁ ମୁକ୍ତ ରଖିବା ଆବଶ୍ୟକ।ଯାହା ଫଳରେ ଆପଣଙ୍କୁ ସଠିକ ଭାବରେ ନିଦ୍ରା ହୋଇ ପାରିବ।ନଚେତ ଆପଣଙ୍କୁ ନିଦ୍ରା ହେବାରେ ଅନେକ ସମସ୍ୟା ଦେଖା ଯାଇଥାଏ।

ଏହା ସହିତ ଶୋଇବା ସମୟରେ ଆପଣ ଏହା ଚେଷ୍ଟା କରନ୍ତୁ ଯେପରି ଆପଣ ସମସ୍ତ ପ୍ରକାରର ସୋସିଆଲ ମିଡ଼ିଆ ଓ ଫୋନ ପାଖରୁ ଦୂରେଇ ରହିବେ।ଏହା ଆପଣଙ୍କୁ ନିଦ୍ରା ନ ହେବାରେ ଆଜିକାଲି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।ଏହା ସହିତ ସାଧାରଣ ଭାବରେ ଲୋକମାନଙ୍କୁ ୫୦ ବର୍ଷ ପରେ ଅଧିକ ନିଦ୍ରା ହୋଇ ନଥାଏ।

ଏହା ସହିତ ସେମାନେ ୫-୬ ଘଣ୍ଟା ଶୋଇବା ପରେ ସେମାନଙ୍କ ନିଦ୍ରା ଭାଙ୍ଗି ଯାଇଥାଏ।ଏହା ସହିତ ଜଣେ ସାଧାରଣ ମନୁଷ୍ୟର ଶୋଇବା ସମୟ ୬-୮ ଘଣ୍ଟା ହେବା ଆବଶ୍ୟକ।କିନ୍ତୁ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଶରୀରରେ ଏପରି ହୋଇ ନ ଥାଏ।ସେମାନେ ଅଳ୍ପ ସମୟ ଶୋଇବା ପରେ ସେମାନଙ୍କ ନିଦ ଆପେ ଆପେ ଭାଙ୍ଗି ଯାଇ ଥାଏ।

ଏହା ସହିତ ଏହିପରି ଭାବରେ ଅଧିକ ସମୟ ଶୋଇବା ପାଇଁ ସେମାନେ ପ୍ରୟାସ କରି ମଧ୍ୟ ସେମାନେ ସୋଇ ପାରନ୍ତି ନାହିଁ।କିନ୍ତୁ ଅନ୍ୟ ଲୋକ ମାନେ ଶୋଇବାକୁ ଯିବା ସମୟରେ ଅନେକ କଥା ଚିନ୍ତା କରିବା ସହିତ ଫୋନ ବ୍ୟବହାର କରିବା ଫଳରେ ସେମାନଙ୍କୁ ନିଦ ହୋଇ ନ ଥାଏ।

Leave a Reply

Your email address will not be published. Required fields are marked *