ସ୍ୱାମୀ ସ୍ତ୍ରୀ ସମ୍ପର୍କ (Relation) ରେ କାହିଁକି ଫାଟ ସୃଷ୍ଟି ହୋଇଥାଏ,କେଉଁ କଥା ସବୁ ମାନିଲେ ଆଉ କେବେ ପରିବାର ରେ ଝଗଡା ହେବ ନାହିଁ…

Spread the love

ତେବେ ଆଜିକାଲି ପତି ଓ ପତ୍ନୀଙ୍କ ମଧ୍ୟରେ ଅନେକ ସମୟରେ କଳହ ହେଉଥିବାର ଦେଖା ଯାଇଥାଏ ତେବେ ଏହାର କାରଣ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ।ତେବେ ଆମେ ବର୍ତ୍ତମାନ ଏହି ଘଟଣା ଉପରେ ଏକ କାହାଣୀ ମାଧ୍ୟମରେ ବର୍ତ୍ତମାନ ଆଲୋଚନା କରିବା।ଥରେ ଜଣେ ପତି ଓ ପତ୍ନୀଙ୍କ ବିବାହ ହେଲା।ଏହା ପରେ ସେମାନେ ଅନେକ ଖୁସିରେ ମଧ୍ୟ ଜୀବନ ଯାପନ କରିବା ଆରମ୍ଭ କରି ଦେଲେ।ତେବେ ସେମାନଙ୍କ ବିବାହ ଏକ ବର୍ଷ ପୁରିଗଲା।

ଏହା ପରେ ସେମାନେ ନିଜର ବିବାହର ଏକ ବର୍ଷ ପୂର୍ତ୍ତି ପାଇଁ ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିରକୁ ଯିବାକୁ ବାହାରିଲେ।ତେବେ ଯିବା ବାଟରେ ଏକ ଜଙ୍ଗଲ ପଡ଼ିଥାଏ।ତେବେ ସେମାନେ ଏକାଠି ଭାବରେ ସେହି ଜଙ୍ଗଲ ମଧ୍ୟରେ ଯିବାକୁ ଲାଗି ଥିଲେ।ତେବେ କିଛି ବାଟ ଯିବା ପରେ ସେହି ପତ୍ନୀଙ୍କ ପାଦରେ ଏକ କଣ୍ଟା ପଶି ଯାଇଥିଲା।

ଯାହା ଫଳରେ ତାଙ୍କର ପତି ବହୁତ ବ୍ୟସ୍ତ ହୋଇ ପଡ଼ି ଥିଲେ।ଏହା ସହିତ ନିଜେ ଆସି ତାଙ୍କର ପତ୍ନୀଙ୍କ ପାଦରେ ଥିବା କଣ୍ଟା ବାହାର କରି ଦେଇ ଥିଲେ।ତେବେ ଏହା ପରେ ସେମାନେ ମନ୍ଦିର ଯାଇ ଭଗବାନଙ୍କ ଦର୍ଶନ କରି ଫେରି ଆସିଲେ।ତେବେ ଏହିପରି ଭାବରେ ସେମାନଙ୍କ ବିବାହର ଆଉ ଏକ ବର୍ଷ ମଧ୍ୟ ପୁରଣ ହୋଇ ଗଲା।

ତେବେ ଏଥର ମଧ୍ୟ ସେମାନେ ସେହିପରି ଭାବରେ ଜଙ୍ଗଲ ମଧ୍ୟରେ ଯିବାକୁ ଲାଗିଲେ।ତେବେ ପୁଣି ତାଙ୍କର ପତ୍ନୀଙ୍କ ପାଦରେ ଆଉ ଏକ କଣ୍ଟା ପଶି ଗଲା।ତେବେ ଏଥର ସେ ଅଧିକ ବ୍ୟସ୍ତ ନ ହୋଇ କେବଳ ତାଙ୍କର ପତ୍ନୀଙ୍କୁ ବାଟରେ ଯିବା ସମୟରେ ଦେଖି କରି ଯିବାକୁ ପରାମର୍ଶ ଦେଇ ଆଗକୁ ଯିବାକୁ ଲାଗିଲେ।

ଏହା ପରେ ପୁଣି ତାଙ୍କର ବିବାହର ଆଉ ଏକ ବର୍ଷ ପୁରିଗଲା।ଏହା ପରେ ସେମାନେ ପୁଣି ସେହି ମାର୍ଗ ଦେଇ ଯିବା ସମୟରେ ପୁଣି ତାଙ୍କର ପତ୍ନୀଙ୍କ ପାଦରେ ଆଉ ଏକ କଣ୍ଟା ଫୁଟି ଯାଇଥିଲା।ଯାହା ଫଳରେ ଏଥର ତାଙ୍କର ପତି ତାଙ୍କୁ ଅନେକ ଗାଳି କରି ଥିଲେ।ତେବେ ଏଥିରୁ ଏହା ସ୍ପଷ୍ଟ ହେଉଛି କି ବିବାହ ପରେ ସାଧାରଣ ଭାବରେ ପତି ଓ ପତ୍ନୀଙ୍କ ମଧ୍ୟରେ ଭଲପାଇବା ଧୀରେ ଧୀରେ କମି ଯାଇଥାଏ।

ତେବେ କିଛି ଲୋକଙ୍କ ମଧ୍ୟରେ ଏହା ଭଲପାଇବା ରହିଥାଏ ଆଉ କିଛି ଲୋକଙ୍କ ମଧ୍ୟରେ ଭଲପାଇବା କମି ଯାଇଥାଏ।ତେବେ ପତ୍ନୀ ନିଜର ପତିଙ୍କୁ ବୁଝିବା ନିହାତି ଭାବରେ ଆବଶ୍ୟକ।ଏହା ସହିତ ଜଣେ ପତି ମଧ୍ୟ ନିଜର ପତ୍ନୀଙ୍କୁ ବୁଝିବା ନିହାତି ଭାବରେ ଆବଶ୍ୟକ।ଯଦି ସେମାନଙ୍କ ମଧ୍ୟରେ ବୁଝାମଣା ସଠିକ ଭାବରେ ନ ରହିବ ତେବେ ସେମାନଙ୍କ ମଧ୍ୟରେ କଳହ ନିଶ୍ଚୟ ଭାବରେ ହେବ।

ଏହା ସହିତ ସେମାନଙ୍କ ମଧ୍ୟରେ ଯେଉଁ କଳହ ହେବ ଏହାର ସମାଧାନ ମଧ୍ୟ ସେମାନଙ୍କୁ କରିବାକୁ ହେବ।ତେଣୁ ସେମାନଙ୍କ ମଧ୍ୟରେ ସଠିକ ବୁଝାମଣା ରହିବା ନିହାତି ଭାବରେ ଆବଶ୍ୟକ ଅଟେ।

Leave a Reply

Your email address will not be published. Required fields are marked *