ଯଦି ହାତରେ ଏପରି ଭାଗ୍ୟରେଖା ରହିଥାଏ ତେବେ ବ୍ୟକ୍ତି ଦରିଦ୍ର ହୋଇଥାଏ..

Spread the love

ଆଜି ଆମେ ମଣିଷଙ୍କ ହାତରେ ପଡିଥିବା ଭାଗ୍ୟରେଖା ବିଷୟରେ କହିବୁ ଓ ଏହା ଦ୍ଵାରା ମଣିଷଙ୍କ ଜୀବନରେ କଣ ପ୍ରଭାବ ପଡିଥାଏ ତାହା ମଧ୍ୟ କହିବୁ। ସମୁଦ୍ରଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ଭାଗ୍ୟରେଖା ଦ୍ଵାରା ତାର ଭବିଷ୍ୟତ ବିଷୟରେ ଅନେକ କଥା ଜାଣିହୁଏ। ପ୍ରତ୍ୟେକ ବ୍ୟକ୍ତି ନିଜର ଭବିଷ୍ୟତ ବିଷୟରେ ଜାଣିବାକୁ ଚାହିଁଥାଏ। ଭାଗ୍ୟରେଖକୁ ଅନେକ ନାମରେ ନାମିତ କରାଯାଇଛି ଯେପରି ଧନରେଖା, ଆରମ୍ଭରଭରେଖା, ଶନିରେଖା ତଥା ଉର୍ଦ୍ଧ୍ବରେଖା କୁହାଯାଇଥାଏ । ଏହି ରେଖା ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ହାନି, ଲାଭ, ଉନ୍ନତି, ପତନ ବିଷୟରେ ଜାଣିହୁଏ ।ଏହି ଭାଗ୍ୟରେଖା ଗୋଟିଏ ସ୍ଥାନରେ ରାହୀନଥାଏ ଏହା ବଦଳିଥାଏ ।ଯେପରି ଭାଗ୍ୟ ବଦଳିଥାଏ ଭାଗ୍ୟରେଖା ମଧ୍ୟ ପରିବର୍ତ୍ତନ ହୋଇଥାଏ।

ପ୍ରତ୍ୟେକ ବ୍ୟକ୍ତିକୁ ଏହି ଭାଗ୍ୟରେଖା ଉପରେ ନଜର ରଖିବା ଆବଶ୍ୟକ। ଏହା ଅନୁସାରେ ସତର୍କ ରହିବା ଆବଶ୍ୟକ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭାଗ୍ୟରେଖା ବ୍ୟକ୍ତିର କର୍ମ ଅନୁସାରେ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଭାଗ୍ୟରେଖାର ପ୍ରକାର ବିଷୟରେ। ମନେରଖନ୍ତୁ ଭାଗ୍ୟରେଖା ମଣୀବନ୍ଧା ରେଖର ଆରମ୍ଭରୁ ଆରମ୍ଭ ହୋଇଥାଏ ଓ ଆଗକୁ ବଢି ଶନି ପର୍ବତ ପର୍ଯ୍ୟନ୍ତ ଯାଇଥାଏ ଅର୍ଥାତ ମାଧ୍ୟମ ଆଙ୍ଗୁଠି ର ମୂଳ ପର୍ଯ୍ୟନ୍ତ ଯାଇଥାଏ।ଆପଣଙ୍କୁ କହିରଖିବୁ ଭାଗ୍ୟରେଖା ଅଧିକ ଲମ୍ବା ହେବା ଉଚିତ ନୁହେଁ। ଏହା କେବଳ ଶନି ପର୍ବତ ପର୍ଯ୍ୟନ୍ତ ହେବା ଭଲ ଅଟେ। ଯଦି ଏହା ଅଧିକ ଲମ୍ବା ହୋଇ ଶନି ପର୍ବତକୁ ଛୁଇଁଦେଇଥାଏ ଏହା ଅଶୁଭ ହୋଇଥାଏ।ଏହା ଛଡା ଯଦି ତଳକୁ ମଧ୍ୟ ଅଧିକ ଲମ୍ବା ହୋଇ ମଣୀବନ୍ଧା ରେଖକୁ କାଟି ଆହୁରି ତଳକୁ ଯାଏ ଏହା ମଧ୍ୟ ଅଶୁଭ ହୋଇଥାଏ।

ଯେଉଁ ଭାଗ୍ୟରେଖା ଭଲସେ ଦେଖାଯାଇଥାଏ ତାହା ଶୁଭ ହୋଇଥାଏ କିନ୍ତୁ ଯେଉଁ ଭାଗ୍ୟରେଖା ଝାପସା ଦେଖାଯାଇଥାଏ ତାହା ଅଶୁଭ ହୋଇଥାଏ।ସାପର ଜିଭ ଆକାରର ହୋଇଥିବା ଭାଗ୍ୟରେଖା ଅଶୁଭ ହୋଇଥାଏ।ଆସନ୍ତୁ ଜାଣିବା ଭାଗ୍ୟରେଖାର ପ୍ରକାର ଭେଦ।

୧-କେଉଁ ବ୍ୟକ୍ତିର ଭାଗ୍ୟରେଖା ମଣିବନ୍ଦ ରେଖାରୁ ଆରମ୍ଭ ହୋଇ ଭଲସେ ଓ ଗଭୀର ଭାବରେ ଶନି ପର୍ବତ ପର୍ଯ୍ୟନ୍ତ ଯାଇଥାଏ ଏପରି ଲୋକ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।ଏମାନେ ନିଜ ଜୀବନରେ ସବୁ ଦୁଃଖ କୁ ସମାପ୍ତ କରିଥାନ୍ତି।

୨-ଯଦି ଭାଗ୍ୟରେଖା ଜୀବନରେଖା ଓ ମଣିବନ୍ଦ ରେଖାର ପାଖରୁ ବାହାରି ଜୀବନରେଖକୁ ଛୁଇଁ ଆଗକୁ ଭଲସେ ଦେଖାଯାଇ ବଢିଥାଏ ତେବେ ସେହି ବ୍ୟକ୍ତି ବହୁତ ପରିଶ୍ରମୀ ହୋଇଥାଏ। ଯଦି କାହାର ଭାଗ୍ୟରେଖା ମୂଳରୁ ଶେଷ ପର୍ଯ୍ୟନ୍ତ ମଝିରେ କୋଉଠି ଖଣ୍ଡ ହୋଇନଥାଏ ତେବେ ସେହି ବ୍ୟକ୍ତି ନିଜ ଜୀବନରେ ସହଜରେ ସବୁ ହାସଲ କରିଦେଇଥାଏ।

୩-ଯଦି କୌଣସି ବ୍ୟକ୍ତିର ଭାଗ୍ୟରେଖା ମଣିବନ୍ଦ ରେଖାରୁ ଆରମ୍ଭ ହୋଇ ଅଳ୍ପ ବାଟ ଯାଇ ଜୀବନରେଖାରେ ବିଲୀନ ହୋଇଯାଇଥାଏ। ତେବେ କୁହାଯାଏ ସେହି ବ୍ୟକ୍ତିର ଜୀବନରେ ସର୍ବଦା ସମସ୍ୟା ଲାଗିରହିଥାଏ। ଯାହା ଦ୍ୱାରା ସେହି ବ୍ୟକ୍ତି ଜୀବନରେ ଉନ୍ନତି କରିପାରିନଥାଏ।

୪-ଯଦି ଭାଗ୍ୟରେଖା ଉନ୍ନତି ରେଖାରୁ ଆରମ୍ଭ ହୋଇଥାଏ ଓ ଆଗକୁ ଯାଇଥାଏ ତେବେ ଏହାର ଅର୍ଥ ସେହି ବ୍ୟକ୍ତି ଜୀବନରେ ଏବେ ପର୍ଯ୍ୟନ୍ତ କୌଣସି ଉନ୍ନତି କରିପାରିନାହିଁ।କିନ୍ତୁ ଯଦି ସେହି ରେଖା ପଛକୁ ବଢି ଶନି ପର୍ବତ ପର୍ଯ୍ୟନ୍ତ ପହଞ୍ଚିଯାଏ ଏହାର ଅର୍ଥ ଆଗକୁ ସେ ବହୁତ ଉନ୍ନତି କରିବ।

୫-ଯଦି ଭାଗ୍ୟରେଖା ଚନ୍ଦ୍ରମା ଠୁ ଆରମ୍ଭ ହୋଇ ଶନି ପର୍ବତ ଆଡ଼କୁ ଯାଇଥାଏ ତେବେ ସେହି ବ୍ୟକ୍ତି ଉନ୍ନତି ପାଇଁ ପ୍ରୟାସ କରିଥାଏ କିନ୍ତୁ ଉନ୍ନତି କରିପାରିନଥାଏ।

Leave a Reply

Your email address will not be published. Required fields are marked *