ସବୁଠୁ ଲୋକପ୍ରିୟ ସମ୍ବଲପୁରୀ କମେଡିଆନ Jogesh JoJo ଙ୍କ ସ୍ତ୍ରୀ ଙ୍କୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ,ଦେଖିଲେ କହିବେ ତାଙ୍କ ଆଗେ ହିରୋଇନ ମଧ୍ୟ ଫିକା

Spread the love

ହାସ୍ୟ ଅଭିନେତା ଯୋଗେଶ ଯୋଜୋଙ୍କୁ ଆମେ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କୁ ହସାଇ ପାରନ୍ତି।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ତାହା ମଧ୍ୟ ଖୁବ କମ ସମୟ ମଧ୍ୟରେ।ତାଙ୍କର ପ୍ରକୃତ ନାମ ହେଉଛି ଯୋଗେଶ ଓବର।ତାଙ୍କର ପିତାଙ୍କ ନାମ ଧନୁ ଓବର।ତାଙ୍କର ମାତାଙ୍କ ନାମ ଜୟନ୍ତୀ ଓବର।ସେ ୧୯୯୪ ମସିହା ଜାନୁଆରି ମାସରେ ରସିଆପଲ୍ଲୀର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ।

ତେବେ ସେ ନିଜ ଜୀବନରେ ଅନେକ ସଂଘର୍ଷ ମଧ୍ୟରେ ଗତି କରିଛନ୍ତି।ତାଙ୍କର ସ୍କୁଲ ସମୟ ରସିଆପଲ୍ଲୀର ସରକାରୀ ବିଦ୍ୟାଳୟରେ ଶେଷ ହୋଇଥିଲା।ଏହାପରେ ସେ ନିଜର ପାଠ ପଢା ଶେଷ କରିବା ପରେ ଏକ ପେଟ୍ରୋଲ ପମ୍ପରେ ମାସିକ ମାତ୍ର ୩ ହଜାର ଟଙ୍କାରେ କାର୍ଯ୍ୟ ମଧ୍ୟ କରିଛନ୍ତି।ଏହା ସହିତ ସେ ଅନେକ କଷ୍ଟ ମଧ୍ୟରେ ଗତି କରିଛନ୍ତି।

ଏହି ପେଟ୍ରୋଲ ପମ୍ପରେ କାର୍ଯ୍ୟ କରିବା ସମୟରେ ତାଙ୍କର ଶିବାନୀଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।ଏହା ପରେ ସେମାନେ ଅନେକ ସମୟ ପର୍ଯ୍ୟନ୍ତ ସମ୍ପର୍କରେ ଥିଲେ।ତେବେ ଗତ ୨୦୧୯ ମସିହାରେ ସେମାନେ ବିବାହ ବନ୍ଧନରେ ବନ୍ଧୁ ହୋଇଛନ୍ତି।ଏହା ସହିତ ସେ ବର୍ତ୍ତମାନ ନିଜର ଦକ୍ଷତା ଫଳରେ ଅନେକ ସଫଳତା ପାଇ ସାରିଲେଣି।ତେବେ ସେ ପିଲାବେଳୁ ଅଭିନୟ କରିବା ପାଇଁ ଇଚ୍ଛା ରଖିଥିଲେ।

ସେଥିପାଇଁ ସେ ତାଙ୍କ ଘର ନିକଟରେ ଥିବା ଏକ ଅଭିନୟ ସିକ୍ଷାକେନ୍ଦ୍ରରେ ଯୋଗ ଦେଇ ସେଠାରୁ ଅଭିନୟ ଶିକ୍ଷା କରିଥିଲେ।ଏହାପରେ ସେ ଅନେକ ସଫଳତା ପାଇ ସାରିଲେଣି।ସେ ବର୍ତ୍ତମାନ ଅନେକ ଷ୍ଟେଜ ଶୋ ମଧ୍ୟ କରୁଛନ୍ତି।ଯାହା ଫଳରେ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ।ଏହା ସହିତ ସେ ବର୍ତ୍ତମାନ ଗୋଟିଏ ଷ୍ଟେଜ ଶୋ କରିବା ପାଇଁ ପାଖାପାଖି ୫୦ ହଜାରରୁ ଅଧିକ ଟଙ୍କା ନେଇଥାନ୍ତି।

ଏହା ସହିତ ସେ ବର୍ତ୍ତମାନ ଅନେକ ଲୋକଙ୍କ ପ୍ରିୟ ଅଭିନେତା ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଏକ ୟୁ ଟ୍ୟୁବ ଚାନେଲ ମଧ୍ୟ ରହିଛି।ଯେଉଁଥିରେ ପ୍ରାୟ ଚାରି ଲକ୍ଷରୁ ଅଧିକ ଅନୁଗତ ଅଛନ୍ତି।ତେବେ ଏହା ମାଧ୍ୟମରେ ସେ ମାସିକ ଅନେକ ଟଙ୍କା ରୋଜଗାର କରିଥାନ୍ତି।ଏହା ସହିତ ତାଙ୍କର କିଛି ଦିନ ପୂର୍ବରୁ ତାଙ୍କର ପୁରୁଣା ୟୁ ଟ୍ୟୁବ ଚାନେଲ ହ୍ୟାକ ହୋଇ ଯାଇଥିଲା।

ଯାହା ଫଳରେ ସେ ଅନେକ କ୍ଷତି ସହିଥିଲେ।ହେଲେ ଏହା ପରେ ମଧ୍ୟ ସେ ଏକ ନୂତନ ଚନେଲ ଖୋଲିଲେ ଓ ଏହା ମାଧ୍ୟମରେ ସେ ପୁଣି ଦର୍ଶକ ମାନଙ୍କ ମନୋରଞ୍ଜନ କରୁଛନ୍ତି।ତେବେ ସେ ତାଙ୍କ ଜୀବନରେ ଏହି ସଫଳତା ପାଇବା ପାଇଁ ଅନେକ ପରିଶ୍ରମ କରିଛନ୍ତି।

ତେବେ ତାଙ୍କର ସମ୍ପୂର୍ଣ୍ଣ ସମ୍ପତି ମିଶିଲେ ଏହା ପ୍ରାୟ ୭୦-୮୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରା ଯାଉଛି।ତେବେ ସେ ବର୍ତ୍ତମାନ ମାସିକ ପ୍ରାୟ ୩-୪ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।ଏହା ସହିତ ସେ ବର୍ତ୍ତମାନ ଓଡ଼ିଶାର ଜଣେ ବହୁତ ପରିଚିତ ହାସ୍ୟ ଅଭିନେତା।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।

Leave a Reply

Your email address will not be published. Required fields are marked *