ଆଜି ଶ୍ରାବଣ ମାସର ସୋମବାର ଦିନ Mahadev ଙ୍କ ଉପରେ ଅର୍ପଣ କରନ୍ତୁ ଏହି ସବୁ ଜିନିଷ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ

Spread the love

ଶ୍ରାବଣ ମାସକୁ ଭଗବାନ ଶିବଙ୍କ ମାସ ରୂପେ ବିଚାର କରା ଯାଇଥାଏ।ଏହା ସହିତ ଏହି ମାସରେ ପଡ଼ୁଥିବା ସୋମବାର ଦିନ ଆପଣ ଯଦି ଭଗବାନ ଶିବଙ୍କ ପୂଜା କରିବେ ତେବେ ଆପଣଙ୍କୁ ଅନେକ ଶୁଭ ଫଳ ମିଳିବ ଏହା ସହିତ ଭଗବାନ ଶିବ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ କରିବା ସହିତ ଆପଣଙ୍କୁ ସମସ୍ତ ପ୍ରକାରର ବିପଦରୁ ରକ୍ଷା କରିବେ ଏହା ସହିତ ଭଗବାନ ଆପଣଙ୍କ ପରିବାରର ମଙ୍ଗଳ କରିବେ।ତେବେ ଭଗବାନ ଶିବଙ୍କ ଉପରେ ଆପଣ ଏହି ମାସରେ କିଛି ଜିନିଷ ଅର୍ପଣ କରିବା ଫଳରେ ଆପଣ ଅନେକ ମାତ୍ରାରେ ଉପକୃତ ହୋଇ ପାରିବେ।

ପ୍ରଥମେ ହେଉଛି ଜଳ।ଆପଣ ଯଦି ଶ୍ରାବଣ ମାସର କୌଣସି ଏକ ସୋମବାର ଦିନ ଭଗବାନ ଶିବଙ୍କ ଉପରେ ଜଳ ଅର୍ପଣ କରିବେ।ତେବେ ଭଗବାନ ଶିବ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ କରିବେ।ଏହା ସହିତ ଭଗବାନ ଶିବଙ୍କ ନାମ ୧୦୮ ଥର ଜପ କରି ଆପଣ ଯଦି ନିଜର ଇଚ୍ଛା ଭଗବାନଙ୍କ ନିକଟରେ ପ୍ରକାଶ କରିବେ ତେବେ ଆପଣଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ।

ଏହା ସହିତ ଆପଣ ଯଦି ଭଗବାନ ଶିବଙ୍କ ଉପରେ ଶ୍ରାବଣ ମାସର କୌଣସି ଏକ ସୋମବାର ଦିନ ଚିନି ଅର୍ପଣ କରିବେ ତେବେ ଆପଣଙ୍କର ସମସ୍ତେ ରୋଗ ଦୂର ହୋଇଯିବ।ଏହା ସହିତ ଆପଣ ଯଦି ଭଗବାନ ଶିବଙ୍କ ଉପରେ ଶ୍ରାବଣ ମାସର କୌଣସି ଏକ ସୋମବାର ଦିନ କ୍ଷୀର ଅର୍ପଣ କରିବେ ଏହା ସହିତ ଆପଣ ନିଜର ଇଚ୍ଛା ତାଙ୍କ ନିକଟରେ ପ୍ରକାଶ କରିବେ ତେବେ ଆପଣଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ।

ଏହା ସହିତ ଆପଣ ଯଦି ଭଗବାନ ଶିବଙ୍କ ଉପରେ ଶ୍ରାବଣ ମାସର କୌଣସି ଏକ ସୋମବାର ଦିନ ଘିଅରେ ଅଭିଷେକ କରାଇବେ ତେବେ ଆପଣଙ୍କୁ ଶକ୍ତି ପ୍ରାପ୍ତ ହେବ।ଏହା ସହିତ ଯେଉଁ ବ୍ୟକ୍ତି ସନ୍ତାନ ପ୍ରାପ୍ତି କରି ପାରୁ ନାହାଁନ୍ତି ସେମାନେ ସନ୍ତାନ ସୁଖ ପାଇବେ।ଏହାପରେ ଆପଣ ଯଦି ନିଜର ବାଣୀକୁ ମଧୁର କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଭଗବାନ ଶିବଙ୍କ ଉପରେ ଶ୍ରାବଣ ମାସର କୌଣସି ଏକ ସୋମବାର ଦିନ ମହୁ ଅର୍ପଣ କରନ୍ତୁ।

ଏପରି କରିବା ଫଳରେ ଭଗବାନ ଶିବଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବ।ଏହାପରେ ହେଉଛି ଭାଙ୍ଗ।ଭଗବାନ ଶିବଙ୍କ ଉପରେ ଶ୍ରାବଣ ମାସର କୌଣସି ଏକ ସୋମବାର ଦିନ ଭଙ୍ଗା ଅର୍ପଣ କରିବେ।ତେବେ ଭଗବାନ ଶିବ ଆପଣଙ୍କ ଉପରେ ଅନେକ ସନ୍ତୁଷ୍ଟ ହେବେ ଓ ଆପଣଙ୍କୁ ସମସ୍ତ ପ୍ରକାରର ବିପଦରୁ ରକ୍ଷା କରିବେ।ଏହାପରେ ହେଉଛି ଚନ୍ଦନ।

ଆପଣ ଯଦି ଭଗବାନ ଶିବଙ୍କ ମଥାରେ ଶ୍ରାବଣ ମାସର କୌଣସି ଏକ ସୋମବାର ଦିନ ଚନ୍ଦନ ଲଗାଇବେ ତେବେ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଯିବ।ଏହା ସହିତ ଭଗବାନ ଶିବ ଆପଣଙ୍କୁ ସାହାସ ଦେବେ।ଏହାପରେ ହେଉଛି କେଶର।ଆପଣ ଯଦି ଭଗବାନ ଶିବଙ୍କ ଉପରେ ଶ୍ରାବଣ ମାସର କୌଣସି ଏକ ସୋମବାର ଦିନ ଭଗବାନ ଶିବଙ୍କୁ କେଶର ଅର୍ପଣ କରିବେ ତେବେ ଆପଣଙ୍କର ସମସ୍ତ ସମସ୍ୟା ଶେଷ ହୋଇଯିବ।ଏହା ସହିତ ଭଗବାନ ଶିବ ଆପଣଙ୍କୁ ସମସ୍ତ ପ୍ରକାରର ବିପଦରୁ ରକ୍ଷା କରିବେ।

Leave a Reply

Your email address will not be published. Required fields are marked *