ଓଡ଼ିଆ ହିରୋଇନ ଜ୍ୟୋତି ମିଶ୍ର ଙ୍କ ପୁଅଙ୍କୁ ହେଲା ୧୫ ବର୍ଷ – ଖୁବ ଶୀଘ୍ର ଓଡ଼ିଆ ଫିଲ୍ମ ରେ ନଜର ଆସି ପାରନ୍ତି – ସୁନ୍ଦରତା ଦେଖିଲେ ଅନୁଭବ ବାବୁସାନ ଓ ଅରିନ୍ଦମଙ୍କୁ ଭୁଲିଯିବେ ଆପଣ

Spread the love

ସାଙ୍ଗମାନେ ଆପଣମାନେ ସମସ୍ତେ ଓଡ଼ିଆ ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ।ଓଲିଉଡ ସିନେ ଜଗତର ସେ ଏକ ଲୋକପ୍ରିୟ ଅଭିନେତ୍ରୀ।ସିନେମାରେ ବା ରିଲ ଲାଇଫ ଜ୍ୟୋତି ମିଶ୍ରଙ୍କୁ ତ ଆପଣ ଖୁବ ଭଲ ଭାବରେ ଜାଣିଥିବେ କିନ୍ତୁ ତାଙ୍କର ରିଅଲ ଲାଇଫ କିମ୍ବା ଅସଲି ଜୀବନରେ ସେ କଣ କଣ କରନ୍ତି, ତାଙ୍କ ପରିବାର ରେ କିଏ କିଏ ଅଛନ୍ତି ତାହା ଆପଣ ମାନେ ହୁଏତ ଜାଣି ନଥିବେ।

ଆଜି ଆମେ ଏହି ଆର୍ଟିକିଲରେ ସେହି ଚୁଲବୁଲି ନାୟିକା ବା ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କ ପରିବାର ଏବଂ ଅସଲି ଜୀବନ ବିଷୟରେ କହିବାକୁ ଯାଉଛୁ।ଆପଣ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କ ବାସ୍ତବିକ ଜୀବନ ବିଷୟରେ।

ତେବେ ଆପଣ ମାନେ ଜାଣିବା ପାଇଁ କହିରଖୁ ଜ୍ୟୋତି ମିଶ୍ର ଙ୍କ ଜଣେ ପୁଅ ଅଛନ୍ତି ଓ ତାଙ୍କ ନାମ ଓ଼ମଂ ଅଟେ |ଓ କିଛି ଦିନ ତଳେ ଅର୍ଥାତ ମେ ୨୯ ରେ ତାଙ୍କ ପୁଅ କୁ ୧୫ ବର୍ଷ ବୟସ ହେଇଥିଲା |ତେବେ ସେ ମଧ୍ୟ ଦେଖିବା ପାଇଁ ଖୁବ ସୁନ୍ଦର ଅଟନ୍ତି ତାଙ୍କ ଫୋଟୋ ଦେଖିକି ଆପଣ ମଧ୍ୟ କମେନ୍ଟ କରନ୍ତୁ

ତାଙ୍କର ଜନ୍ମ ୨୨ ଫେବୃଆରୀରେ ହେଇଥିଲା।ସେ ନିଜର ଜନ୍ମଦିନଟି ନିଜର ସାଙ୍ଗ ଓ ନିଜର ପରିବାର ଲୋକଙ୍କ ସହ ଖୁବ ଧୁମଧାମରେ ପାଳନ କରିଥାନ୍ତି।ତାଙ୍କ ପରିବାରରେ ତାଙ୍କର ସ୍ଵାମୀ ଓ ତାଙ୍କର ଏକ ପୁଅ ରହିଛି।ସେ ନିଜର ଖାଲି ସମୟ ନିଜ ପରିବାର ସହ ବିତାଇବାକୁ ପସନ୍ଦ କରିଥାନ୍ତି।ନିଜର ପାଠ ପଢା ସେ ବକ୍ସି ଜଗବନ୍ଧୁ କଲେଜରେ କରିଥିଲେ।ତୁଳସୀ ଦୁଇ ପତ୍ରରୁ ବାସିଲା ପରି ସେ ପିଲାଦିନରୁ ହିଁ ଅଭିନୟରେ ରୂଚି ରଖୁଥିଲେ।

ନିଜ ସ୍କୁଲ ଓ କଲେଜରେ ସେ ସବୁ ଅଭିନୟ ଜଡ଼ିତ କାର୍ଯ୍ୟ ଓ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲେ।ବନ୍ଧୁମାନେ ଆପଣମାନେ ସମସ୍ତେ ହୁଏତ ଜାଣି ନଥିବେ କି ଜ୍ୟୋତି ମିଶ୍ର ନିଜର ଅଭିନୟ ଆରମ୍ଭ ଆଲବମରୁ କରିଥିଲେ।ସେତେବେଳର ଲୋକପ୍ରିୟ ଗୀତ ଓ ମ୍ୟାଡ଼ାମ ତୁମ ନାଁ ଟା କଣ ସେ ଗୀତରେ ସେ ଅଭିନୟ କରିଥିଲେ।ସେହି ଗୀତରେ ଅଭିନୟ କରି ସେ ସମସ୍ତଙ୍କ ମନ କିଣି ପାରିଥିଲେ।

ଏହାପରେ ସେ ଗୋଟେ ପରେ ଗୋଟେ ଓଡ଼ିଆ ସିନେମାରେ କାମ କରିଥିଲେ।ସେ ତାଙ୍କର ପ୍ରଥମ ଓଡ଼ିଆ ସିନେମା ସୌଭାଗ୍ୟବତୀ ୧୯୯୮ ମସିହାରେ କରିଥିଲେ।ଏହାପରେ ସେ ଓଡ଼ିଆ ଜଗତର ଲୋକପ୍ରିୟ ନାୟକ ସିଦ୍ଧାନ୍ତଙ୍କ ସହ ତୋ ଆଖି ମୋ ଆଇନାରେ ଅଭିନୟ କରିଥିଲେ।

ତେବେ ଏହି ସିନେମା ଓ ତାଙ୍କ ଅଭିନୟ ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା।ଏହାପରେ ତାଙ୍କର ଗୋଟେ ପରେ ଗୋଟେ ସୁପରହିଟ ଚଳଚ୍ଚିତ୍ର ଆସି ଚାଲିଥିଲା।ସେ ବହୁତ ଗୁଡ଼ିଏ ଓଡ଼ିଆ ସିନେମାରେ ଅଭିନୟ କରିସାରିଛନ୍ତି।ତେବେ କେବଳ ସେତିକି ନୁହଁ ଓଡ଼ିଆ ସହ ସେ ଅନେକ ବଙ୍ଗାଳି ସିନେମାରେ ମଧ୍ୟ ଅଭିନୟ କରିଛନ୍ତି।

ତେବେ ୨୦୦୭ ମସିହାରେ ସେ ନିଜ ଶେଷ ଓଡ଼ିଆ ସିନେମା କରିଥିଲେ।ସବ୍ୟସାଚୀ ମହାପାତ୍ରଙ୍କ ସିନେମା ଜୟ ଜଗନ୍ନାଥରେ ଅଭିନୟ କରି ସେ ନିଜର ଅଭିନୟ କ୍ୟାରିଅରକୁ ଶେଷ କରିଥିଲେ।ଏବେ ଲକଡାଉନରେ ସେ ନିଜର ପରିବାର ଲୋକଙ୍କ ସହ ସମୟ ବିତାଉଛନ୍ତି।ନୂଆ ନୂଆ ଖାଦ୍ୟ ରୋଷେଇ କରିବାକୁ ସେ ପସନ୍ଦ କରନ୍ତି।ସେଥିପାଇଁ ସେ ଏବେ ଅଲଗା ଅଲଗା ରୋଷେଇ ମଧ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *